ହଁ ଦର୍ଶକ ବନ୍ଧୁ କଥା ଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ କଥା ଟି ସତ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଦର୍ଶକ ବନ୍ଧୁ ଲୋକେ କୁମ୍ଭୀର ନାଁ ଶୁଣିଲେ ବୁଝିଯାଇଥାନ୍ତି ଯେ ସେ ମାରାତ୍ମକ ବୋଲି | ହେଲେ ଏମିତି ଏକ କୁମ୍ଭୀର ଯିଏ ବିଶ୍ୱର ଏକ ମାତ୍ର ଶାକାହାରୀ କୁମ୍ଭୀର ବୋଲି ବେଶ ଜଣା ଶୁଣା ଯାହାର ନାଁ ବାବିଆ ବୋଲି କୁହାଯାଇଛି | ତେବେ ଦୀର୍ଘ 70 ବର୍ଷ ଧରି ଏହି କୁମ୍ଭୀର କେରଳର ଶ୍ରୀ ଅନନ୍ତପଦ୍ମନାବା ସ୍ବାମୀ ମନ୍ଦିରରେ ରହୁଥିବାର ସୂଚନା ମିଳିଥିଲା | ଆଉ ଯାହା ଜଣା ପଡିଛି କି ଏବେ ସେହି ଶାକାହାରୀ କୁମ୍ଭୀର ର ଦେହାନ୍ତ ହେବା କଥା ଜଣା ପଡିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘାଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁଯାୟୀ କେରଳର ଶ୍ରୀ ଅନନ୍ତପଦ୍ମନାବା ସ୍ବାମୀ ମନ୍ଦିରରେ ରହୁଥିବାର ଏହି ଶାକାହାରୀ କୁମ୍ଭୀର ଦେହାନ୍ତ ହେଇଯାଇଛି | ତେବେ ‘ବାବିଆ’ ଭାବରେ ଜଣାଶୁଣା ଏହି କୁମ୍ଭୀରଟି ଦୀର୍ଘ ୭୦ ବର୍ଷ ଧରି ମନ୍ଦିରର ହ୍ରଦରେ ରହୁଥିଲା |ଏହି କୁମ୍ଭୀର ବିଷୟରେ ସବୁଠାରୁ ବିଶେଷ କଥା ହେଲା ଏହା ହେଉଛି ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର | ମନ୍ଦିର ପୂଜାରୀ ମାନଙ୍କ କହିବା କଥା ଅନୁଯାୟୀ ବାବିଆ କେବଳ ମନ୍ଦିରର ଭୋଗ ଖାଇ ବଞ୍ଚୁଥିଲା | ମନ୍ଦିର ପୂଜାରୀ ମାନେ ଏକଥା ମଧ୍ୟ କହିଛନ୍ତି ଯେ ‘ଈଶ୍ୱରୀୟ’ କୁମ୍ଭୀରଟି ଅଧିକାଂଶ ସମୟ ଗୁମ୍ଫା ଭିତରେ ବିତାଇ ଅପରାହ୍ନରେ ବାହାରକୁ ଆସୁଥିଲା |
ତେବେ ଏହା ସହିତ ମନ୍ଦିରର ପୂଜାରୀ ବାବିଆ ଙ୍କୁ ଡାକିଲେ ସେ ଖାଇବାକୁ ଆସୁଥିଲା ବୋଲି ଜଣା ପଡିଛି | ତେବେ ସୂଚନା ଅନୁଯାୟୀ କିଛି ଦିନ ହେବ ବାବିଆ ର ଅସୁସ୍ଥ ଥିଲା ମନ୍ଦିର ର ପୂଜାରୀ ତାଙ୍କୁ ଖାଇବାକୁ ଡାକୁଥିଲେ ସେ ଆସୁନଥିଲେ ବୋଲି ଜଣା ପଡିବା ପରେ | ପଶୁପାଳନ ବିଭାଗ ଦ୍ୱାରା ତାଙ୍କର ଚିକିତ୍ସା କରାଯାଉଥିଲା ବୋଲି ଜଣା ପଡିଛି | ହେଲେ ସୂଚନା ଅନୁଯାୟୀ ରବିବାର ରାତି ମନ୍ଦିର ହ୍ରଦରେ କୁମ୍ଭୀରର ମୃତଦେହ ଦେଖିବାକୁ ମିଳିଥିଲା | ମନ୍ଦିର ପ୍ରଶାସନ ତୁରନ୍ତ ପୋଲିସ ଏବଂ ପଶୁପାଳନ ବିଭାଗକୁ ସୂଚନା ଦେଇଥିଲା | ଏହା ସହିତ ସେମାନେ ଆସି ମୃତ ‘ବାବିଆ’କୁ ହ୍ରଦରୁ ଉଦ୍ଧାର କରାଯାଇଥିଲା |
ତେବେ ଏହା ପରେ ବାବିଆକୁ ଏକ ଗ୍ଲାସ ବାକ୍ସରେ ରଖାଯାଇଥିଲା | ସୋମବାର ଅନେକ ନେତା ବାବିଆଙ୍କୁ ଶେଷ ସମ୍ମାନ ଜଣାଇଥିଲେ କୁମ୍ଭୀରଟି ହ୍ରଦରେ ରହିବା ସତ୍ତ୍ୱେ ମାଛ ଏବଂ ଅନ୍ୟାନ୍ୟ ଜଳଜୀବ ଖାଇ ନ ଥିଲା କୁହାଯାଇଛି | ଦିନକୁ ଦୁଇଥର ସେ ଭଗବାନଙ୍କୁ ଦେଖା କରିବାକୁ ଯାଉଥିଲା | ସ୍ଥାନୀୟ ଲୋକମାନେ ଏହା ମଧ୍ୟ କହିଛନ୍ତି ଯେ, ମନ୍ଦିରରେ ପୂଜାପାଠ ସମୟରେ ବାବିଆ କେବଳ ଦିଆଯାଇଥିବା ପ୍ରସାଦ ହିଁ ଖାଉଥିଲା | ତେବେ ବାବିଆ ର ମୃତ୍ୟୁ ପରେ ଏହାକୁ ସନ୍ନମାନର ସହିତ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯିବ ବୋଲି ମନ୍ଦିର କର୍ତ୍ତୃପକ୍ଷ ଙ୍କ ଦ୍ୱାରା ସୂଚନା ମିଳିଛି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।