ଚତ୍ମକାର : ଭାଙ୍ଗିବାରୁ ପ୍ରକଟ ହେଲେ ସ୍ୱୟଂ ଭଗବାନ, ପୁରୀରେ ଆଉ ଏକ ପ୍ରାଚୀନ ଜଗନ୍ନାଥମନ୍ଦିର ବାହାରିଲା ଦେଖନ୍ତୁ

0

ମୁକ୍ତ ହେଲେ ଜଗନ୍ନାଥ ଠାକୁର। ତେବେ ଆପଣ ମାନେ ଭାବୁଥିବେ ଯେ ଜଗନ୍ନାଥ ଙ୍କ ବିଗ୍ରହ ତ କାହିଁ କେତେ ଦିନରୁ ଶ୍ରୀ ମନ୍ଦିର ରେ ସ୍ଥାପନ ହୋଇଛି । ତେବେ ବର୍ତ୍ତମାନ କିଭଳି ମୁକ୍ତି ହେଲେ ଜଗନ୍ନାଥ ମହାପ୍ରଭୁ । ଶ୍ରୀ ମନ୍ଦିର ଦ୍ଵାର କୁ ଅବରୋଧ କରାଯାଉ ଥିବା ଦୋକାନ ବଜାର ସବୁ ଉଠାଇ ଦିଆ ଯାଇଛି । ତେବେ ଏହି ତାଲିକା ରେ ପ୍ରମୁଖ ମଠ , ଆଠରୁ ଅଧିକ କୋଠା ଓ ଧର୍ମଶାଳା ମାନ ରହିଛି ।

ତେବେ ଏହି ସବୁ ଉଠିବା ପରେ ଶ୍ରୀ ମନ୍ଦିର ଦାଉ ଦାଉ ହୋଇ ଝଲସି ଉଠୁଛି । ତେବେ ସେହି ସବୁ ମଠ ଉଠିବା ପରେ ଆବିର୍ଭାବ ହେଲେ ମହାପ୍ରଭୁ ସମେତ ବଳଭଦ୍ର , ସୁଭଦ୍ରା । ତେବେ କେଉଁ ପୁରାତନ କାଳ ରୁ ଏହି ତିନି ଦିଅଁ ଲୁକାୟିତ ଅବସ୍ଥା ରେ ଲଙ୍ଗୁଳୀ ମଠ ରେ ଏକ ମନ୍ଦିର ରେ ରହିଛନ୍ତି ।ତେବେ ଲଙ୍ଗୁଳୀ ମଠ ଚାରି ପାଖରେ ଥିବା ଦୋକାନ ଯୋଗୁଁ ଭକ୍ତ ମାନେ ଭଗବାନ ଙ୍କ ର ଦର୍ଶନ କରି ପାରୁନଥିଲେ । ତେବେ ଉଚ୍ଛେଦ ସମୟ ରେ ଏହି ମନ୍ଦିର କୁ ଛାଡି ଦିଆ ଯାଇଛି।

ଏମିତି ଦୃଶ୍ୟ ଦେଖିଲେ ସତରେ ଯେପରି ଏମିତି ଲାଗୁଛି ଜଗନ୍ନାଥ ନିଜେ ନିଜକୁ ପରାଧିନତା ରୁ ମୁକ୍ତ କରିଛନ୍ତି। ସେ ହେଉଛନ୍ତି ସୃଷ୍ଟି କର୍ତା । କାହିଁ କେତେ ଯୁଗରୁ ସେ ଭକ୍ତ ମାନଙ୍କ ର ଦୁଃଖ ସେ ଦୁର କରି ଆସୁଛନ୍ତି ଚକାଡୋଳା।ତେବେ ଏହି ମନ୍ଦିର ଦେଖିଲେ ଏମିତି ମନେ ହେଉଛି ଯେମିତି ବହୁତ୍ ଦିନରୁ ଭଗବାନ ତପସ୍ୟା ରତ ଥିଲେ । ଆଉ ଆଜି ସେ ନିଜର ତପସ୍ୟା ଭଙ୍ଗ କରି ଭକ୍ତ ମାନଙ୍କ ପାଖକୁ ଚାଲି ଆସିଛନ୍ତି।

ଏହି ମନ୍ଦିର ରେ ଥିବା ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀ ମନ୍ଦିର କୁ ସମ୍ମୁଖ କରି ଅବସ୍ଥାନ କରିଛନ୍ତି । କିନ୍ତୁ ଏହାର ଚତୁର୍ପର୍ଶ୍ବ ରେ ବହୁତ୍ ଦୋକାନ ବଜାର ଥିବାରୁ ଭଗବାନ ଙ୍କ ର ଏହି ଅପୂର୍ବ ରୂପ ଦର୍ଶନ କରିବା ପାଇଁ ମିଳୁ ନଥିଲା । ମହାପ୍ରଭୁ ଙ୍କ ମୁଖ୍ୟ ଦ୍ଵାର କୁ ବନ୍ଦ କରି ସେଠାରେ କିଛି ଜାଗାକୁ ବ୍ୟବସାୟ ପାଇଁ ଭଡା ରେ ଲଗା ଯାଇ ଥିଲା କିନ୍ତୁ ଏବେ ସେହି ସବୁ ଉଚ୍ଛେଦ ହେବା ପରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀ ମନ୍ଦିର କୁ ସମ୍ମୁଖ କରି ଅବସ୍ଥାନ କରିଛନ୍ତି ।

ପୁରୀ ରେ ସବୁବେଳେ ଜଗନ୍ନାଥ ସଂସ୍କୃତି କୁ ଅଧିକ ପ୍ରାଧାନ୍ୟ ଦିଆ ଯାଇଥାଏ କିନ୍ତୁ ବ୍ୟବସାୟ ପାଇଁ ନିଜ ସଂସ୍କୃତି କୁ ଭୁଲି ଯାଇଥିଲେ ସେଠାକାର ବ୍ୟବସାୟୀ ମାନେ। ସେହି ମଠ ଦେଖା ଯିବା ପାରେ ସେଠାକାର ପୂଜାରୀ ମାନେ କହିଛନ୍ତି ଯେ ସେମାନଙ୍କ ପୂର୍ବ ପୁରୁଷ ମାନେ ମଧ୍ୟ ସେହି ମନ୍ଦିର କୁ ପୂଜା କରିଥିଲେ। ପିଢ଼ି ପରେ ପିଢ଼ି ସେ ବି ଏହି ମନ୍ଦିର ର ପୂଜା କାର୍ଯ୍ୟ କୁ ସମ୍ଭାଳି ଅଛନ୍ତି। ତେବେ ଭଗବାନ ନିଜକୁ ଲୁଚାଇ ସାରା ଦୁନିଆ ସହିତ ଲୁଚକାଳି ଖେଳୁଥିଲେ ଓ ଏବେ ସେ ଲୋକ ଲୋଚନ କୁ ଆସିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।