ବନ୍ଧୁଗଣ ଏବେ ବଦଳୁଥିବା ଜଳବାୟୁରେ ପ୍ରାୟ ସମସ୍ତଙ୍କର କେଶ ଝଡୁଛି।ଏହା ଏବେ ଏକ ସାଧାରଣ ସମସ୍ୟା ହୋଇ ଗଲାଣି। ପୁରୁଷ ମାନଙ୍କ ଭଳି ମହିଳା ମାନଙ୍କ କ୍ଷେତ୍ରରେ ମଧ୍ୟ କେଶ ଝଡ଼ିବା ସମସ୍ୟା ଦେଖା ଗଲାଣି। ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି କି?ତେବେ ଏହାର ମୁଖ୍ୟ କାରଣ କଣ ରହିଛି ଆମେ ଆଜି ସେ ବିଷୟରେ କଥା ହେବା। ତେବେ ଆସନ୍ତୁ ଜାଣିବା ସେ ବିଷୟରେ।
କେଶ ଝଡ଼ିବା ର ମୁଖ୍ୟ କାରଣ-
– ଜେନେଟିକ କାରଣ। ବାପା ମାଆ ଙ୍କ ର ଏହି ସମସ୍ୟା ଥିଲେ ପରେ ଏହା କୌଣସି ପାରିପାର୍ଶ୍ବିକ କାରଣରୁ ଆରମ୍ଭ ହୋଇଥାଏ।
– ହର୍ମୋନାଲ ଇମବାଲାନ୍ସ, ଯେମିତି ମହିଳା ମାନଙ୍କର ଇର୍ ରେଗୁଲାର ପିରିଆଡ଼ସ କାରଣରୁ ସେମାନଙ୍କ କ୍ଷେତ୍ରରେ ଚୁଟି ଝଡ଼ିବା ସମସ୍ୟା ଦେଖା ଦେଇଥାଏ।
– ଅଟୋ ଇମ୍ୟୁନ ଡିଯୋର୍ଡର
– ଖାଦ୍ୟର ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ।
– ଅଧିକ ମାନସିକ ଚାପରେ ରହିବା, ଚିନ୍ତା ଗ୍ରସ୍ତ ହେବା।
– ସ୍ୱାସ୍ଥ୍ୟକର ଖାଦ୍ୟ ନ ଖାଇବା, ଜଙ୍କ ଫୁଡ୍ ଖାଇବା ଆଦି।
– ଜଳବାୟୁ ପରିବର୍ତ୍ତନ।
କଣ ରହିଛି ଚିକିତ୍ସା-
ଏହି ସମସ୍ୟା ର ଚିକିତ୍ସା କରିବା ପୁର୍ବରୁ ପ୍ରଥମେ ଜାଣିବାକୁ ପଡ଼ିବ ଯେ ଏହା କେଉଁ କାରଣରୁ ହେଉଛି। ଜେନେଟିକ ପ୍ରୋବ୍ଲେମ ରୁ ହେଉଛି ନା ଅନିୟମିତ ଜୀବନଶୈଳୀ କାରଣରୁ ହେଉଛି। ଚନ୍ଦାପଣ ର ଚିକିତ୍ସା ପାଇଁ ଆପଣଙ୍କୁ ଏହାର କାରଣ ଜାଣି ନିଜ ଶରୀରର ଅନ୍ଯ ଭାଗରୁ ଚୁଟି ନେଇ ଏହାକୁ ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡ଼ିଥାଏ।ଏହା ଡୋନର ଏରିଆ ଉପରେ ନିର୍ଭର କରେ। ମୁଣ୍ଡର ପଛ ପାଖରେ ଚୁଟି ଭଲ ଥିଲେ ସେଠାରୁ ଚୁଟି ଆଣି ଚନ୍ଦା ଥିବା ଜାଗାରେ ତ୍ରାନ୍ସପ୍ଲାଣ୍ଟ କରାଯାଏ। ଜଣେ ନିଜ ହେୟାର ଫେରିବାକୁ ଚାହୁଁଥିଲେ ଏହା କରି ପାରିବେ ପ୍ରାକୃତିକ ଭାବରେ। ତେବେ ଜଲଦି ଯଦି ଆପଣ ଆପଣଙ୍କ କେଶ ଫେରି ପାଇବାକୁ ଚାହୁଁଛନ୍ତି ତାହେଲେ ଆର୍ଟୀଫିଶିଆଲ ଅପ୍ସନ୍ ତାଙ୍କ ପାଖରେ ରହିଛି। ଯେମିତି ହେୟାର୍ ବିବିଂ, ବଣ୍ଡିଂ ଆଦି ଅପ୍ସନ୍ ରହିଛି।
ଯେଉଁମାନେ ହେୟାର ଟ୍ରାନ୍ସପ୍ଲାଣ୍ଟ କରିବାକୁ ଚାହୁଁ ନାହାନ୍ତି ସେମାନେ ଅନ୍ଯ ଉପଲବ୍ଧ ଚିକିତ୍ସା ଉପାୟ ବି ଅବଲମ୍ବନ କରି ପାରିବେ। ଚନ୍ଦା ପଣ ର ଗ୍ରେଡ ରହିଥାଏ।ଏହି ଗ୍ରେଡ କୁ ନେଇ ହେୟାର ଟ୍ରାନ୍ସପ୍ଲାଣ୍ଟ କରା ଯାଇଥାଏ। ଜଣଙ୍କୁ ଚୁଟି କେତେ ଗହଳ ଦରକାର୍,ସେ କେମିତି ଚୁଟି ଚାହୁଁଛନ୍ତି ଏବଂ କେମିତି ମୁଣ୍ଡ କୁଣ୍ଡାଇ ବାକୁ ଚାହୁଁ ଛନ୍ତି ସେହି ଅନୁସାରେ ଟ୍ରାନ୍ସପ୍ଲାଣ୍ଟ ର ପ୍ଲାନ୍ କରା ଯାଇଥାଏ।ଏଥିପାଇଁ ଘରୋଇ ଚିକିତ୍ସା ଅନେକ କରୁଥିବା ଦେଖାଯାଏ। କିନ୍ତୁ ଏହା ବେଶୀ କିଛି ଲାଭଦାୟକ ହୋଇ ନଥାଏ। ଲଣ୍ଡା ହେବା ଦ୍ଵାରା ଏହାର କୌଣସି ସୁ ପଡ଼ି ନଥାଏ। ତେବେ ଆପଣ ଏଥିପାଇଁ ଡାକ୍ତରଙ୍କ ସହ ପରାମର୍ଶ କରି ଏହାର ଉପଯୁକ୍ତ ଚିକିତ୍ସା କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।