ସୁହାଗରାତି ବା ଚଉଠି ଦିନ ସ୍ତ୍ରୀ ସ୍ୱାମୀକୁ କ୍ଷୀର ପିଇବାକୁ କାହିଁକି ଦିଏ ଜାଣନ୍ତୁ, ଜାଣିଲେ ହୋସ ଉଡିଯିବ

ଆପଣ ଜାଣିଛନ୍ତି କିପରି ବିବାହକୁ ହିନ୍ଦୁ ଧର୍ମରେ ଏକ ଉତ୍ସବ ଭଳି ମନା ଯାଇଥାଏ। ଯେଉଁଥିରେ ଉଭୟ ପରିବାର ସାମିଲ୍ ହୋଇ ଏହାକୁ ଆନନ୍ଦ ର ସହ ମନେଇ ଥାଆନ୍ତି।ତେବେ ଉଭୟ ପୁଅ ଓ ଝିଅ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହେଲା ପରେ ସେମାନଙ୍କ ସମ୍ପର୍କ କୁ ପବିତ୍ର ବନ୍ଧନ ର ଆକ୍ଷା ଦିଆ ଯାଇଥାଏ।କାରଣ ସ୍ବାମୀ ସ୍ତ୍ରୀ ର ସମ୍ପର୍କ ଦୁନିଆର ଏକ ନିଆରା ସମ୍ପର୍କ ହୋଇଥାଏ।ଦୁହେଁ ଦୁହିଙ୍କ ସୁଖ ରେ ସୁଖୀ ଓ ଦୁଃଖ ରେ ସମ ଦୁଃଖୀ ହୋଇ ଥାଆନ୍ତି।

ସେମାନଙ୍କ ସଂପର୍କ ସାତ ଜନ୍ମ ର ବୋଲି କୁହା ଯାଏ। ବିବାହ ପରେ ନିଜ ଜୀବନରେ ପୂର୍ଣ୍ଣତା ଆଣିବା ପାଇଁ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଚାହିଥାନ୍ତି।ବିବାହ ପରେ ସେମାନଙ୍କ ଦାୟିତ୍ୱ ମଧ୍ୟ ଅନେକାଂଶରେ ବଢ଼ି ଯାଇଥାଏ।

ତେବେ ବିବାହ ପରେ ଏହାର ଅନେକ ପ୍ରକ୍ରିୟା ମାନ ରହିଥାଏ। ବିବାହ ପରେ ସ୍ବାମୀ ସ୍ତ୍ରୀ ମାନଙ୍କର ପ୍ରଥମ ମିଳନ ବହୁତ ନିଆରା ହୋଇଥାଏ। ପ୍ରଥମ ଥର ପାଇଁ ସେମାନେ ପରସ୍ପର କୁ ଭଲ ଭାବରେ ଜାଣିବା ଏବଂ ବୁଝିବାକୁ ସମର୍ଥ ହୁଅନ୍ତି। ତେବେ ସେମାନେ ପ୍ରଥମେ ଯେଉଁଦିନ ଏକାଠି ହୁଅନ୍ତି ସେହି ରାତିକୁ ସେମାନଙ୍କ ମିଳନ ରାତି ବା ବାସର ରାତି ବୋଲି କୁହାଯାଏ।

ଏହାକୁ ଚତୁର୍ଥୀ ରାତି ବୋଲି ମଧ୍ୟ କୁହାଯାଏ।ଏହି ରାତ୍ରୀରେ ସ୍ତ୍ରୀ ତାର ସ୍ୱାମୀ କୁ କ୍ଷୀର ପିଇବାକୁ ଦେଉଥିବାର ଆପଣ ସିନେମା ଏବଂ ସିରୀଏଲ୍ ମାନଙ୍କରେ ଦେଖିବାକୁ ପାଉଥିବେ। ଯାହା ହିନ୍ଦୁ ଧର୍ମର ଏକ ପରମ୍ପରା ଅଟେ।ଆଉ ଏହା ପଛର କାରଣ ମଧ୍ୟ ରହିଛି।

ଚଉଠି ରାତିରେ ସ୍ତ୍ରୀ ଦ୍ବାରା ସ୍ୱାମୀକୁ ଦିଆ ଯାଉଥିବା କ୍ଷୀର ରେ ମିଶିଥାଏ ସାଫ୍ରନ୍, କଦଳୀ, ଚିନି, କଳା ଗୋଲମରିଚ ଗୁଣ୍ଡ, ବାଦାମ ଏବଂ ଅନ୍ୟ ପଦାର୍ଥ ମାନ। ଏହାପରେ ଏହାକୁ ଭଲ ଭାବରେ ଗୋଳାଇ ବରକୁ ପିଇବାକୁ ଦିଆଯାଏ। ଆପଣ କେବେବି ଏହି କ୍ଷୀରରେ ଚିନି ମିଶାନ୍ତୁ ନାହିଁ। ଏହାଦ୍ଵାରା କ୍ୟାଲସିଅମ ନଷ୍ଟ ହୋଇଥାଏ।

ତେଣୁ ମିଠା ଲାଗିବା ପାଇଁ ଆପଣ ଏଥିରେ ଗୁଡ଼, ମହୁ ନହେଲେ ଶୁଖିଲା ଅଙ୍ଗୁର ମିଶାଇ ପାରିବେ।ଏହି କ୍ଷୀରରେ ଅନେକ ଔଷଧୀୟ ଗୁଣ ରହିଥାଏ।ଏହି କ୍ଷୀର ସେବନ କରିବା ଦ୍ୱାରା ଶାରିରୀକ ସମ୍ପର୍କ ସ୍ଥାପନ ପାଇଁ ଇଚ୍ଛା ବଢ଼ିଥାଏ ଏବଂ ଦୃଢ଼ତା ମଧ୍ୟ ଆସିଥାଏ।

ଏହାଛଡା ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆ ଏବଂ ପ୍ରତିରକ୍ଷା ବୃଦ୍ଧିକାରୀ ଉପାଦାନ ଶରୀରରେ ସଂକ୍ରମଣ ହେବାରୁ ମଧ୍ୟ ଦୂରେଇ ରଖିଥାଏ ଯାହା ପ୍ରଥମ ଥର ଶାରିରୀକ ସମ୍ପର୍କ ସ୍ଥାପନ ରେ ହେବାର ସମ୍ଭାବନା ଥାଏ। ଏହାଛଡା ଏହି ବିଶେଷ ଉପାଦାନରେ ପ୍ରସ୍ତୁତ କ୍ଷୀର ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଶରୀରରେ ଏକ ନୂତନ ଉର୍ଯା ସୃଷ୍ଟି କରିଥାଏ।

କ୍ଷୀର ଦେବା ବାହାନାରେ ପୂର୍ବ ସମୟ ମାନଙ୍କରେ ନବ ବିବାହିତା ଦମ୍ପତ୍ତି ମାନଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ଆରମ୍ଭ ହେଉଥିଲା ଯେଉଁ କାରଣ ପାଇଁ ସେମାନେ ପ୍ରଥମେ ପରିଚିତ ହେବାର ସୁଯୋଗ ପାଉଥିଲେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment