କୋଭିଡ-୧୯ ଭାଇରସ ଆସିବା ପରଠୁ ଏହାର ପ୍ରଭାବ ବିଶ୍ୱର ସମଗ୍ର ଦେଶରେ ପଡିଛି। ଭାଇରସ ଏତେ ମାରାତ୍ମକ ଥିଲା ଯେ ସରକାର ଲକଡାଉନ କରିବା ପାଇଁ ବାଧ୍ୟ ହୋଇଥିଲେ। ଲୋକମାନେ ଘରେ ବନ୍ଦୀ ହୋଇ ରହିଲେ ଏବଂ ଲୋକଙ୍କ ଜୀବନ ଧାରଣ ଉପରେ ଏହାର ପ୍ରଭାବ ପଡିଥିଲା। କହିବା ପାଇଁ ଗଲେ ସମସ୍ତ କ୍ଷେତ୍ରରେ ଏହାର ପ୍ରଭାବ ଗଭୀର ଭାବରେ ପଡିଥିଲା। ଏହା ବ୍ୟତୀତ ଆମ ଦେଶର ଶିକ୍ଷାନୁଷ୍ଠାନ ଦୀର୍ଘ ଦିନ ଧରି ବନ୍ଦ ହୋଇଥିଲା। ଏହା ପରେ ଟିକେ କୋରନା ପ୍ରଭାବ କମିବା ପରେ ଦେଶର ଶିକ୍ଷାର୍ଥୀ ମାନଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଖୋଲିଥିଲେ, ଏହା ପରେ କ୍ଲାସ ଆରମ୍ଭ ହୋଇଥିଲା, କିନ୍ତୁ ବର୍ତ୍ତମାନ କୋରନା ସଂକ୍ରମଣ ବୃଦ୍ଧି ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରୁ ରଖି ସରକାର ପୁଣି ଲକଡାଉନ କରିବା ନେଇ ସୂଚନା ମିଳିଛି;
ତେବେ ବର୍ତ୍ତମାନ ଦେଶରେ ପୁଣିଥରେ ସଂକ୍ରମଣ ହାର ବଢ଼ିବାରେ ଲାଗିଛି, ତେଣୁ ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାର ସ୍କୁଲ, କଲେଜ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରତ୍ୟେକ ଦିନ ଦେଶରେ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି। ଛତିଶଗଡ଼ ରେ ମଧ୍ୟ ସଂକ୍ରମିତ ଙ୍କ ସଂଖ୍ୟା ବଢିବାରେ ଲାଗିଛି ଫଳରେ ଛତିଶଗଡ଼ ସରକାର ବଡ ପଦକ୍ଷେପ ନେଇଛନ୍ତି। ସଂକ୍ରମଣ କୁ ଦୃଷ୍ଟିରେ ରଖି ତାଙ୍କ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବା ପାଇଁ ତାଙ୍କ ସରକାର ପଦକ୍ଷେପ ନେଇଛନ୍ତି।
ଛତିଶଗଡ଼ ମନ୍ତ୍ରୀ ରାଜ୍ୟର ସମସ୍ତ ସ୍କୁଲ କଲେଜ ଓ ଅଙ୍ଗନ ବାଡ଼ି କେନ୍ଦ୍ର ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ୨୪ ଘଣ୍ଟାରେ ୧୨୦୦ ପାଖା ପାଖି ସଂକ୍ରମିତ ସଂଖ୍ୟା ଚିନ୍ହଟ ହୋଇଛନ୍ତି। ଏହା ବ୍ୟତୀତ ଆମ ଦେଶର ଅଧିକାଂଶ ସ୍ଥାନକୁ କଣ୍ଟେନମେଣ୍ଟ ଜନ ଭାବରେ ଭାବରେ ଘୋଷଣା କରାଯାଇଛି। ଏବଂ କୋରନା କଟକଣାକୁ ମଧ୍ୟ ଆହୁରି ସୁରକ୍ଷା ପ୍ରଦାନ କରାଯାଇଛି।
ତେବେ ଚିନ୍ତାର ବିଷୟ ଯେ ଆମ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ସଂକ୍ରମିତ ଙ୍କ ସଂଖ୍ୟା କିଛି ମାତ୍ରାରେ କମ ଅଛି। କିନ୍ତୁ ଦିନକୁ ଦିନ ଓଡ଼ିଶାରେ ପୂର୍ବ ଅପେକ୍ଷା କୋରନା ସଂକ୍ରମଣ ବଢ଼ିବାରେ ଲାଗିଛି କିଛି ଦିନ ପୂର୍ବରୁ ଓଡ଼ିଶାର କଟକ ରେ ହଷ୍ଟେଲ ରେ ଅନେକ ଛାତ୍ର ଛାତ୍ରୀ ପିଜେଟିଭ ବାହାରିଥିଲା। ବର୍ତ୍ତମାନ ସରକାର ଙ୍କ ଚିନ୍ତା ବଢିଛି, ଯେ ପୁଣି ଥରେ ଲକଡାଉନ ହେବ କି ନାହିଁ ତାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି। ତେବେ ଶିକ୍ଷାନୁଷ୍ଠାନ ଏତେ ଦିନ ବନ୍ଦ ରହିବା ପରେ ଖୋଲି ଥିଲା କିନ୍ତୁ ବର୍ତ୍ତମାନ ସଂକ୍ରମଣ ହାର ପାଇଁ ପୁଣି ପିଲା ମାନଙ୍କ ସ୍କୁଲ କଲେକ ବନ୍ଦ କରିବା ପାଇଁ ପଡିଲେ , ତେବେ ଏହା ଦ୍ୱାରା ପିଲା ମାନଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।