ଛାତ୍ରୀଙ୍କୁ ବିବାହ କରିବା ପାଇଁ ଅସ୍ତ୍ରୋପଚାର କରି ଲିଙ୍ଗ ପରିବର୍ତ୍ତନ କଲେ ଶିକ୍ଷୟିତ୍ରୀ ,ଆଉ ତାପରେ ଯାହାଘଟିଲା ଦେଖନ୍ତୁ video …

ପ୍ରେମ ହେଉଛି ଏକ ପବିତ୍ର ଭାବନା।କୁହା ଯାଇଥାଏ କି ପ୍ରେମ ଶାଶ୍ୱତ ପ୍ରେମ ହେଉଛି ଦୁନିଆର ସର୍ବଶ୍ରେଷ୍ଠ ପ୍ରତିଜ୍ଞା। ସାରା ଜୀବନ ଦୁହେଁ ଦୁହିଁଙ୍କ ସାଙ୍ଗରେ ରହିବାର ପ୍ରତିଶ୍ରୁତି ହିଁ ପ୍ରେମ।ପ୍ରେମରେ ପଡ଼ିଥିବା ଦୁଇ ପ୍ରେମ ପକ୍ଷୀ ଉଡି ବୁଲନ୍ତି ସ୍ଵପ୍ନର ଦୁନିଆରେ ଆଉ ନିଜ ପ୍ରେମକୁ ସ୍ବୀକୃତି ଦେବା ସବୁ ବାଧା ବିଘ୍ନକୁ ଖାତିର ନକରି ପ୍ରେମକୁ ଦିଅନ୍ତି ବିବାହାର ରୂପ।
ତେବେ ପ୍ରେମର ପଡ଼ିଥିବା ଦୁଇଟି ହୃଦୟ ନିଜ ପ୍ରେମପାଇଁ କେହି କିଛି ବି କରିପାରନ୍ତି ଏଭଳି ଅନେକ ଉଦାହରଣ ଆପଣ ଦେଖିବାକୁ ପାଇଥିବେ। କିନ୍ତୁ ଆଜି ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ। ନିଜ ପ୍ରେମକୁ ପାଇବା ପାଇଁ ଜଣେ ଏଭଳି ବି କରିପାରେ ବୋଲି ହୁଏତ ଆପଣ ବିଶ୍ଵାସ କରି ନପାରନ୍ତି। ହଁ ଆଜ୍ଞା ବିଶ୍ଵାସ ନହେଲେ ବି କଥାଟି ସମ୍ପୂର୍ଣ୍ଣ ସତ୍ୟ। ନିଜ ପ୍ରେମ ଅର୍ଥାତ୍ ଜଣେ ଛାତ୍ରୀଙ୍କୁ ବିବାହ କରିବା ପାଇଁ ସର୍ଜରୀ ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରି ପୁଅ ହୋଇଛନ୍ତି ଶିକ୍ଷୟିତ୍ରୀ । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଲାଗି ରହିଛି।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ। ମୀରା ନାମକ ଜଣେ ଶିକ୍ଷୟିତ୍ରୀ ଜଣେ ଛାତ୍ରୀଙ୍କୁ ବିବାହ କରିବା ପାଇଁ ନିଜ ଲିଙ୍ଗ ପରିବର୍ତ୍ତନ କରି ଝିଅରୁ ପୁଅ ହୋଇଛନ୍ତି। ମୀରାଙ୍କ କହିବା କଥା କି ସେ ଝିଅ ହୋଇ ଜନ୍ମ ନେଇଥିଲେ ବି ତାଙ୍କୁ ସଦାବେଳେ ପୁଅ ପୁଅ ଅନୁଭବ ହେଉଥିଲା। ଆଉ ସେ ସବୁ ବେଳେ ଚେଷ୍ଟା କରୁଥିଲେ ଝିଅରୁ ପୁଅ ହେବା ପାଇଁ।

ତେବେ ମୀରା ପିଲାଙ୍କୁ ପଢ଼ାଉଥିବା ସମୟରେ କଳ୍ପନା ନାମକ ଜଣେ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିଲେ। କିନ୍ତୁ କଳ୍ପନା ଥିଲେ ଜଣେ ଝିଅ ଆଉ ମୀରା ମଧ୍ୟ ଜଣେ ଝିଅ ଥିଲେ। କିନ୍ତୁ ଫରକ୍ ଏତିକି ଥିଲା କି ମୀରା ଝିଅ ଥିଲେ ବି ତାଙ୍କ ଭିତରେ ରହିଥିଲା ପୁରୁଷର ମନ ଆଉ ସେ ସଦାବେଳେ ଚାହୁଁ ଥିଲେ ପୁଅ ହେବା ପାଇଁ। ଆଉ ସେ ଏ ସବୁ ବିଷୟରେ ଜଣାଇଲେ କଳ୍ପନାଙ୍କୁ। କଳ୍ପନା ମଧ୍ୟ ନିଜ ଶିକ୍ଷୟତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କଲେ। ଆଉ ଦୁହେଁ ପ୍ରେମ ଦୁନିଆରେ ବୁଡି ରହିଲେ ଆଉ ସେଥି ପାଇଁ ଦୁହିଁଙ୍କୁ ବହୁ ସାଧନା କରିବା ପାଇଁ ପଡିଲା।

ଆଉ ସେଥିପାଇଁ ଅସ୍ତ୍ରପ୍ରଚାର ମାଧ୍ୟମରେ ମୀରଙ୍କୁ ତାଙ୍କ ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ପଡିଲା। ଆଉ ଏହା ସହିତ ନିଜ ନାମ ମଧ୍ୟ ବଦଳାଇ ଦେଲେ ମୀରା। ଆଉ ମୀରାରୁ ସବୁଦିନ ପାଇଁ ଆରଭ ହୋଇଗଲେ। ଆଉ ସବୁଠାରୁ ବଡ କଥା ହେଉଛି ମୀରାଙ୍କୁ ଝିଅରୁ ପୁଅ ହେବା ପାଇଁ ଦୁଇ ଦୁଇଥର ଅସ୍ତ୍ର ପ୍ରଚାର କରିବା ପାଇଁ ପଡିଛି। ଆଉ ତା ପରେ ସେ ପୁଅ ହୋଇଥିଲେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment