କାଲି ଯିଏ ହସୁଥିଲା, ଆଜି ସେ ନିରବି ଯାଇଛି। ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଯାଇଛି। ଏକଥା ସହଜରେ ବିଶ୍ବାସ କରି ହେଉ ନଥିଲେ ବି ଆମକୁ ଏହା ଗ୍ରହଣ କରିବାକୁ ପଡ଼ିବ। ଆପଣ ଜାଣିଛନ୍ତି ଆମେ କାହା କଥା କହୁଛୁ। ଗତକାଲି ଅପରାହ୍ଣ ୨ଟାରେ ଟ୍ୟୁସନ ଯିବା ବେଳେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ଡ୍ରେନରେ ଭାସି ଯାଇଥିଲେ। ପ୍ରବଳ ବର୍ଷାରେ ସେହି ଖୋଲା ଡ୍ରେନରେ ପ୍ରବାହିତ ପାଣିରେ ସେ ଭାସି ଯାଇଥିଲେ। ଏହାପରେ ସେଠାରେ ଡ୍ରେନ୍ ନିକଟରୁ ତାଙ୍କର ସାଇକେଲ ଓ ଜୋତା ମିଳିଥିଲା କିନ୍ତୁ ଜ୍ୟୋତିଙ୍କର କୌଣସି ପତ୍ତା ମିଳି ପାରିନଥିଲା। ତା ପରଠାରୁ ତାଙ୍କୁ ଖୋଜିବା ଆରମ୍ଭ ହୋଇଥିଲା।
ଦୀର୍ଘ ସମୟ ଧରି ତାଙ୍କୁ ଖୋଜିବାରେ ନିୟୋଜିତ ହୋଇଥିଲେ ଅଗ୍ନିଶମ ବିଭାଗ। ସ୍ଥାନୀୟ ଲୋକେ ମଧ୍ୟ ଏଥିରେ ସହଯୋଗ କରିଥିଲେ। ତେବେ ଦୀର୍ଘ ସମୟର ଖୋଜାଖୋଜି ପରେ ଭୁବନେଶ୍ୱରରେ ଡ୍ରେନ୍ ପାଣିରେ ଭାସି ନିଖୋଜ ହୋଇଥିବା ଏହି ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଆଜି ସକାଳେ ପଞ୍ଚସଖା ନଗର ନିକଟ ଡ୍ରେନରୁ ଯେଉଁ ମୃତଦେହ ଉଦ୍ଧାର ହୋଇଥିଲା ତାହା ପରେ ଜ୍ୟୋତି ଙ୍କର ବୋଲି ଜଣା ପଡ଼ିଥିଲା। ଜ୍ୟୋତି ଙ୍କୁ ଖୋଜାଖୋଜି ବେଳେ ଏହି ମୃତଦେହ ମିଳିଥିଲା ଓ ଏହାକୁ ଚିହ୍ନଟ ପାଇଁ ଉଦ୍ୟମ କରା ଯାଇଥିଲା।
ଶେଷରେ ତାଙ୍କର ସଂପର୍କୀୟ ଜ୍ୟୋତି ଙ୍କ ମୃତଦେହକୁ ଚିହ୍ନଟ କରିଥିଲେ।ପରେ ଏହି ମୃତଦେହ ୧୫ ବର୍ଷୀୟ ଛାତ୍ର ଜ୍ୟୋତି ପ୍ରକାଶଙ୍କର ବୋଲି ଜଣାପଡ଼ିଛି। ଆପଣଙ୍କୁ କହି ରଖୁଛୁ ଯେ ଏହି ମୃତଦେହ ମିଳିବା ପରେ ପ୍ରଥମେ ଏମ୍ସରେ ଭର୍ତ୍ତି କରା ଯାଇଥିଲା। ଏହି ମୃତଦେହ ଜ୍ୟୋତି ପ୍ରକାଶଙ୍କର ବୋଲି ଜଣା ପଡ଼ିବା ପରେ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ପରିବେଶ ଫାଟି ପଡ଼ୁଥିଲା। ସେଠାରେ ସୃଷ୍ଟି ହୋଇଥିଲା ଏକ ଅଭାବନୀୟ ଦୃଶ୍ୟ। ଏବେ ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଜ୍ୟୋତି ଙ୍କ ମୃତ ଦେହକୁ ହସ୍ପିଟାଲ୍ ରୁ ନିଆ ଯାଉଛି।
ଏଠାରେ ଉପସ୍ଥିତ ଜ୍ୟୋତି ଙ୍କ ଅଞ୍ଚଳର ସମସ୍ତ ଲୋକ ଙ୍କ ଆଖିରେ ଲୁହ ଦେଖିବାକୁ ମିଳୁଛି।ଏକ ପ୍ରକାର ଶୋକାକୁଳ ପରିବେଶ ସେଠାରେ ତିଆରି ହୋଇଛି।ଜ୍ୟୋତି ଙ୍କ ବାପା କାନ୍ଦି କାନ୍ଦି ଧର୍ଯ୍ୟହରା ହୋଇ ପଡିଛନ୍ତି। ଏଭଳି ଦୃଶ୍ୟ ଦେଖିଲେ ଛାତି ଫାଟିଯିବା ଭଳି ଲାଗୁଛି। ଶେଷ ସମୟ ପାଇଁ ଜ୍ୟୋତିଙ୍କୁ ଦେଖିବା ପାଇଁ ତାଙ୍କ ଅଞ୍ଚଳର ଲୋକେ ଛାତ ଉପରେ ଅନାଇ ବସିଛନ୍ତି ଏଵଂ ଅନେକ ଜଣ ଘର ବାହାରକୁ ବାହାରି ଆସିଛନ୍ତି ଏହି ଅଲିଅଳି କୁନି ପୁଅ ଜ୍ୟୋତି କୁ ଦେଖିବା ପାଇଁ। କାନ୍ଦ ବୋବାଳି ରେ ସେହି ଅଂଚଳ ଯେମିତି ଫାଟି ଉଠୁଛି। ଯେଉଁ ଦୃଶ୍ୟକୁ ବୟାନ କରିବା, ଦେଖିବା ବାସ୍ତବରେ ସମ୍ଭବ ନୁହଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।