ଛେଳିକୁ ବଞ୍ଚାଇବାକୁ ଯାଇ ମାଲିକ ଜୀବନ ନେଇନେଲା ହତ୍ୟାକାରୀ…ଦେଖନ୍ତୁ Viral ଭିଡ଼ିଓ

0

ସମାଜରେ ପ୍ରତିଦିନ ଅନୀତି,ଅତ୍ୟାଚାର ଓ ଅନ୍ୟାୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ,ମାଡ଼ପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛା ଘୁଞ୍ଚା ଦେଉ ନାହାନ୍ତି ଓ ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ସମାଜରେ ଲୋକ ମାନେ ହିଂସ୍ର ପାଲଟିବା ସହିତ ଲୋକ ମାନଙ୍କୁ ଜୀବନରୁ ମାରିବା ପାଇଁ ମଧ୍ୟ ପଛାଉ ନାହାଁନ୍ତି। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ସେମାନଙ୍କ ମନରେ ଭୟ ରଖୁ ନାହାନ୍ତି, ଯାହା ଫଳରେ କି ସେମାନେ ଏଭଳି କାର୍ଯ୍ୟ କରୁଛନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଜଣେ ବାଇକ ଆରୋହୀ ଛେଳିକୁ ଧକ୍କା ଦେଇ ଛେଳିର ମାଲିକଙ୍କୁ ହତ୍ୟା କରିଛନ୍ତି ବୋଲି ଜଣା ପଡ଼ିଛି। ତେବେ ଆସନ୍ତୁ କଣ ପାଇଁ ଛେଳି ମାଲିକଙ୍କୁ ମାରିଛନ୍ତି, ସେହି ବିଷୟରେ ଜାଣିବା;

ଏଭଳି ଘଟଣା ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ପାଟ ସୁନ୍ଦର ପୁର ଗାଁ ରୁ ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ଗାଁ ର ଅକ୍ଷୟ ଦାସ ନାମକ ଜଣେ ଯୁବକ ଏକ ଛେଳି ପାଳି ଥାଆନ୍ତି। ସେହି ଛେଳିକୁ ସେ ରାସ୍ତା ଉପରେ ବାନ୍ଧି ଥାଆନ୍ତି। ସେହି ବାଟ ଦେଇ ଯାଉ ଥିଲେ, ସେହି ଗାଁ ର ଶରଦ ଦାସଙ୍କ ନାମକ ଜଣେ ଯୁବକଙ୍କ ପୁଅ କାଳିଆ ଦାସ ବାଇକରେ ଯାଉ ଥିଲେ, ସେ ଯିବା ବାଟରେ ଛେଳିଟିକୁ ଧକ୍କା ଦେଇଥିଲେ।

ତେବେ ଏହି ଘଟଣା ଦେଖି ଛେଳି ମାଲିକ ଛେଳିକୁ ବଞ୍ଚାଇବାକୁ ଯାଇଥିଲା ଓ ତାକୁ ବହୁତ ପାଟି ତୁଣ୍ଡ ମଧ୍ୟ କରିଥିଲେ ଓ ଦୁଇ ପରିବାର ମଧ୍ୟରେ ଯୁକ୍ତି ତରକ ହେବା ସହିତ ଗଣ୍ଡଗୋଳ ସୃଷ୍ଟି ହୋଇଗଲା ଓ ଏହା ଏକ ଭୟଙ୍କର ରୂପ ନେଇଗଲା। ସେମାନେ ବହୁତ ଜୋରରେ ରାଗି ଯାଇ ଥିଲେ ଓ ଏହାର ପ୍ରତିଶୋଧ ନେବା ପାଇଁ ଚେଷ୍ଟା ଚଲାଇଥିଲେ। ଶରଦ ଦାସଙ୍କ ପରିବାରର ଲୋକ ମାନେ ଖୁବ ଜୋରରେ ରାଗି ଯାଇ ଥିଲେ, ଯାହା ଫଳରେ କି ଛେଳିର ମାଲିକ ଓ ତାଙ୍କ ପତ୍ନୀଙ୍କୁ ଏକ ଭୁଜାଲିରେ ଆକ୍ରମଣ କରିଥିଲେ। ସେମାନେ ଦୁହିଁଙ୍କର ଅବସ୍ଥା ବହୁତ ଗୁରୁତ୍ବର ହୋଇ ପଡିଥିଲା।

ସେଠାକାର ସ୍ଥାନୀୟ ଲୋକ ମାନେ ତାଙ୍କୁ ଉଦ୍ଧାର କରୁ ଅସ୍ତରଙ୍ଗ ମେଡିକାଲରେ ନେଇ ଭର୍ତ୍ତି କରିଥିଲେ ଓ ସେଠାରେ ଡାକ୍ତର ତାଙ୍କୁ ଦେଖିବା ପରେ ଯୁବକଙ୍କୁ ମୃତ ବୋଲି ଘୋଷଣା କରିଥିଲେ।ଏହି ଘଟଣାକୁ ନେଇ ଗାଁ ର ଲୋକ ମାନେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଓ ପୋଲିସ ଆସି ଘଟଣା ସ୍ଥଳରେ ପହଞ୍ଚି ଯାଇ, ଘଟଣା ଉପରେ ତଦନ୍ତ କରିଛନ୍ତି। ଯେଉଁମାନେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ କରିଛନ୍ତି ତାଙ୍କୁ ତୁରନ୍ତ ଗିରଫ କରା ଯିବା ସହିତ ତାଙ୍କୁ ଉଚିତ ଦଣ୍ଡ ଦିଆଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।