ଛିଃ.. ଛିଃ.. ହସ୍ପିଟାଲ ଭିତରେ ଲଜ୍ୟାଜନକ କାରନାମା, ଏଭଳି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଏବେ ଯେଉଁ ସ୍ଥିତି ଦେଇ ଆମ ଦେଶ ଗତି କରୁଛି ତାହା ଅତ୍ୟନ୍ତ ଦୁଃଖ ଦାୟକ ଅଟେ। ବର୍ତ୍ତମାନର କରନା ର ଗମ୍ଭୀର ସ୍ଥିତି କାରଣରୁ ଲୋକେ ଅନେକ ଖରାପ୍ ସମୟ ଦେଇ ଅତିବାହିତ କରୁଛନ୍ତି ଏବଂ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଏ ହସ୍ପିଟାଲ୍ ରେ ବେଡ୍ ଟିଏ ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତ ପୁଣି କିଏ ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ବରଣ କରୁଛି। ସାରା ଦେଶ ଏକ ଗମ୍ଭୀର ସମସ୍ୟା ଦେଇ ଗତି କରୁଛି।ଆଉ ଏହି ସମୟରେ ଏକ ହସ୍ପିଟାଲ୍ର ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ଆପଣଙ୍କୁ ଦୋହଲାଇ ଦେବ, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣାର ଦୃଶ୍ୟ ଆପଣ ଦେଖିଲେ ଆପଣ ବି ବିଚଳିତ ହୋଇଯିବେ। କାରଣ ଏଠାରେ ଘଟିଛି ସମସ୍ତ ଙ୍କୁ ଚକିତ କଲାଭଳି ଘଟଣା। ଜଣେ ମହିଳା ଅମ୍ଳଜାନ ଅଭାବରୁ ଏଠାରେ ଦୟନୀୟ ସ୍ଥିତିରେ ଥିବା ବେଳେ କେହିବି ତାଙ୍କ ପାଖକୁ ଆସୁ ନାହାଁନ୍ତି କିମ୍ବା ଅମ୍ଳଜାନ ସିଲିଣ୍ଡର ଲଗାଉ ନାହାଁନ୍ତି। ଯେଉଁ କାରଣରୁ ଏଠାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ଯାହାକୁ ବି ପଚାରିଲେ କେହି ସେ କଥା ଜାଣି ନାହାଁନ୍ତି ବୋଲି କହୁଛନ୍ତି। ସେଠାରେ ନିଜର ଡ଼ିଉଟି ରେ ଥିବା କର୍ମଚାରୀ ମାନେ ମଧ୍ୟ ମୁହଁ ଖୋଲୁ ନାହାନ୍ତି। କେହି ବି ଏହି ରୋଗୀଙ୍କ କଥା ବୁଝୁ ନାହାଁନ୍ତି। ସେଠାରେ ଦାୟୀତ୍ୱରେ ଥିବା ଡାକ୍ତର ମଧ୍ୟ ଏଥିପାଇଁ କୌଣସି ପଦକ୍ଷେପ ନେଉ ନାହାଁନ୍ତି।

ସେପଟେ ରୋଗୀ ଜଣଙ୍କ ଅବସ୍ଥା ଖରାପ୍ ହେବାକୁ ବସିଲାଣି। କିନ୍ତୁ ଏହି ସମୟରେ ହସ୍ପିଟାଲ୍ ର ଅନ୍ଯ ଜଣେ କର୍ମଚାରୀ ଆସି ଏହି ସ୍ଥିତି ର ଦୃଶ୍ୟକୁ ରେକର୍ଡ଼ କରୁଥିବା ବେଳେ ତାଙ୍କୁ ଆଙ୍ଗୁଳି ଦେଖାଇ ଏପରି କରିବାକୁ ମନା କରିବା ସହିତ କ୍ୟାମେରା ବନ୍ଦ କରିବାକୁ କହିଥିଲେ। ରୋଗୀର ଅବସ୍ଥା କୁ ନଦେଖି, ତାର ସମସ୍ୟା କୁ ନବୁଝି ଏଠାକାର ଅନ୍ଯ କର୍ମଚାରୀ ମାନେ ତାଙ୍କର ଖାମଖିଆଲି ମନୋଭାବ କିପରି ପୋଷଣ କରିଥିଲେ ତାହା ଏହି ଭିଡିଓ ରେ ସ୍ପଷ୍ଟ ଭାବରେ ଆପଣ ଦେଖି ପାରିବେ। ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ମଣିଷ କଣ ଏମିତି ବି ହୋଇପାରେ।

ନିଜ ସୁସ୍ଥ ମସ୍ତିଷ୍କରେ ଆପଣ ଥରେ ଭାବନ୍ତୁ ଏହା କିପରି ମାନସିକତା ଅଟେ, ଯେଉଁଠି ମଣିଷ ସାମ୍ନାରେ ଆଉ ଜଣେ ମଣିଷ ମୃତ୍ୟୁ ସହିତ ସଂଗ୍ରାମ କରୁଛି ଆଉ ହସ୍ପିଟାଲ୍ କର୍ମଚାରୀ ଏହାକୁ ସମାଧାନ କରିବା, ଅକ୍ସିଜେନ୍ ସିଲିଣ୍ଡର ଯୋଗାଡ କରିବା ପରିବର୍ତ୍ତେ ବରଂ ରୋଗୀଙ୍କ ସଂପର୍କୀୟ ଙ୍କ ସହ ଝଗଡା କରୁଛନ୍ତି ଏବଂ ଯୁକ୍ତି କରୁଛନ୍ତି। ଯାହାକୁ ଦେଖିଲେ ଲାଗୁଛି ସତରେ କଣ ଆଜିର ସମାଜରେ ହଜି ଯାଇଛି ମାନବିକତା ଆଉ ମନିଷପଣିଆ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।