ଛୋଟ ବୟସରୁ ଏମିତି କାମ….ଏ ନେଇ କଣ କହୁଛନ୍ତି ଏହି ଯୁବତୀ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ କଥା ଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ କଥା ଟି ସତ ବସ ଭିତରେ ଚୋରି ହେଇଛି ଟଙ୍କା ଓ ଆଉ ଟଙ୍କା ଟି ଚୋରି କରିଛନ୍ତି ବାହାର ରାଜ୍ୟ ର ଦୁଇ ଝିଅ ଯାହାଙ୍କର ବୟସ 12 ଓ 14 ବର୍ଷ ବୋଲି ଜଣା ପଡିଛି |ହେଲେ ଦିନ ଦ୍ୱିପହର ରେ ସମସ୍ତ ଙ୍କ ଆଖିରେ ଧୂଳି ଦେଇ ବସ ଭିତରୁ ଟଙ୍କା ଚୋରି କରିନେଇ ଚାଲାକିର ସହିତ ସେମାନେ ବସ ରୁ ଓଲ୍ହାଇ ଚାଲିଯାଇଥିଲେ | ଆଉ କାହାକୁ ଜଣା ପଡିନଥିଲା କିନ୍ତୁ ଯେତେବେଳେ ଜଣା ପଡିଥିଲା ସେତେବେଳେ ଟଙ୍କା ଚୋରି ହେଇସାରିଥିଲା |ତାହାଲେ ଆସନ୍ତୁ ଜାଣିବା ପୁରା ଘଟଣା ଟି କଣ ଥିଲା ଓ ସମସ୍ତ ଘଟଣା ଉପରେ ନଜର ପକାଇବା କଣ ହେଇଥିଲା ମୋ ବସ ଭିତରେ କେମିତି ହେଇଥିଲା ଟଙ୍କା ଚୋରି ଆସନ୍ତୁ ଜାଣିବା ସେ ବିଷୟରେ |

ମିଳିଥିବା ସୂଚନା ଅନୁଯାୟୀ ଜଣେ ଯୁବତୀ ତାଙ୍କ ମା ଚିକିତ୍ସା ପାଇଁ ଭୁବନେଶ୍ୱର ସମ ହସ୍ପିଟାଲ କୁ ମୋ ବସ ଯୋଗେ ଯାତ୍ରା କରୁଥିଲେ |ପହଞ୍ଚି ବାର ଆଉ ମାତ୍ର କିଛି ସମୟ ବାକି ରହିଥାଏ ଠିକ ସେତିକି ବେଳେ ତୋରାବୋରିଆ ଦୁଇ ଝିଅ ଫାଇଆର ଷ୍ଟେସନ ଆଗରେ ସେମାନେ ଓଲ୍ହାଇ ପଡିଲେ,ସେତିକି ବେଳେ ଚୋରି ହେଇଥିବା ଝିଅ ଟି ବସ କଣ୍ଡକ୍ଟର ଙ୍କୁ ପଇସା ଦେବା ପାଇଁ ଯେତେବେଳେ ଦେଖେ ସେତେବେଳେ ବେଗ ଭିତରେ ତାହାର ଚେନ ଖୋଲା ଥିଲା | ଦେଖିଲା ବେଳ କୁ ବେଗ ଭିତରେ ରଖିଥିବା ଟଙ୍କା ଚୋରିହେଇଯାଇଛି,ସଙ୍ଗେ ସଙ୍ଗେ ଯୁବତୀ ଜଣ ଙ୍କ ବସ ଓଲ୍ହାଇ ଯାଇ ଲୋକଙ୍କୁ ପଚାରି ଥିଲେ ୨ଟି ଝିଅ ଯିବାର ଆପଣ ଦେଖିଛନ୍ତି କି ଏମିତି ପଚାରି ବେଳେ ଜଣେ ଯୁବକ ସେ ଝିଅ ଦୁଇ ଜଣ ଙ୍କୁ 500 ଟଙ୍କିଆ ନୋଟ ଗଣୁଥିବା ର କଥା କହିଥିଲେ |

ଯୁବତୀ ଜଣକ ତାଙ୍କ ମା କିଡ଼ନୀ ରୋଗ ରେ ପୀଡିତ ଥିଲେ ସେଥିପାଇଁ ସେ ତାଙ୍କର ଚିକତ୍ସା ପାଇଁ ଭୁବନେଶ୍ୱର ସମ ହସ୍ପିଟାଲ କୁ ବସ ଯୋଗେ ଆସୁଥିବା ବେଳେ ଏମିତି ଘଟଣା ଘଟିଥିଲା ବୋଲି ଯୁବକ ଜଣଙ୍କ ସଙ୍ଗେ ସଙ୍ଗେ ଅଟୋ ଧରି ଡେଲଟାରୁ କଳ୍ପନା ଛକ ଯାଏ ଖୋଜିଲା ପରେ ସେ ଚୋରି କରିଥୁବା ଝିଅ 2 ଜଣ ଙ୍କୁ ପାଇଥିଲେ |ସେମାନଙ୍କ ପାଖକୁ ଯାଇ ମଧ୍ୟ ସେମାନଙ୍କୁ ଧରିଥିଲେ, ଓ ସେମାନଙ୍କୁ ଯେତେବେଳେ ପଚାରିଥିଲେ ସେତେବେଳେ ସେମାନେ ଏହି ଟଙ୍କା ଚୋରି କରିନାହାନ୍ତି ବୋଲି କହୁଥିଲେ ହେଲେ କିଛି ସମୟ ପରେ ସେମାନଙ୍କ ଠୁ ସମସ୍ତ ଚୋରି ଟଙ୍କା ଆଦାୟ କରାଯାଇଥିଲେ ଓ ସେମାନଙ୍କୁ ପୋଲିସରେ ମଧ୍ୟ ଦେଇଥିଲେ ସେମାନେ |

ତେବେ ଏହି ପରି ଭାବରେ ବାହାର ରାଜ୍ୟ ରୁ ଆସି ଟଙ୍କା ଚୋରି କରିବା ସାହସ ଏବେ ଚିନ୍ତା ର ବିଷୟ ପାଲଟିଛି |ତେଣୁ ସେମାନଙ୍କୁ ଉଚିତ ଦଣ୍ତ ଦିଆ ଯାଉ ବୋଲି ଦାବି କରା ଯାଇଛି ଓ କଣ ପାଇଁ ସେମାନେ ଚୋରି କରୁଥିଲେ ତାହାର କାରଣ ମଧ୍ୟ ପୋଲିସ ପଚାରିଛି |ଏହା ଥିଲା ଭୁବନେଶ୍ୱର ରେ ମୋ ବସ ଭିତରେ ହେଇଥିବା ସେଇ ଚୋରି ଘଟଣା ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଓ ଭୁବନେଶ୍ୱରରେ ଲୋକମାନଙ୍କର ଚିନ୍ତା ମଧ୍ୟ ବଢ଼ାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment