ମାଆ ଓ ଛୁଆ ଭିତରେ ଅତି ନିବିଡ଼ ସମ୍ପର୍କ ରହିଥାଏ। କେବଳ ମଣିଷ ନୁହଁନ୍ତି ପଶୁ ଓ ପକ୍ଷୀ ମାନଙ୍କ ମଧ୍ୟରେ ଏଭଳି ସମ୍ପର୍କ ଦେଖିବା ପାଇଁ ମିଳିଥାଏ। ମାଆ ନିଜେ ନଖାଇ ତା’ର ଛୁଆକୁ ଖାଇବା ପାଇଁ ଦେଇଥାଏ ଓ ସେ ନିଜ ଛୁଆର ଦୁଃଖ ଓ କଷ୍ଟକୁ କେବେ ହେଲେ ଦେଖି ପାରେ ନାହିଁ। ଛୁଆଟି ଯେତେ ବଡ଼ ବିପଦରେ ପଡି ଥିଲେ ମଧ୍ୟ ମାଆ ନିଜେ ବିପଦର ସାମ୍ନା କରି ନିଜ ଛୁଆକୁ ବଞ୍ଚାଇ ଥାଏ। ଏଥି ସହିତ ଛୁଆ ପାଇଁ ମାଆ ନିଜ ଜୀବନ ବି ଦେବା ପାଇଁ ପ୍ରସ୍ତୁତ ରହିଥାଏ। ତେବେ ଏଭଳି କିଛି ଘଟଣା ବର୍ତ୍ତମାନ ସମ୍ନାକୁ ଆସିଛି। ଏଭଳି ଖବର ଟିଭି ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଦୁଃଖ ପ୍ରକାଶ କରିବେ। ତେବେ ଘଟଣାଟି ହେଉଛି ଗୋଟିଏ ହାତୀ ନିଜ ଛୁଆ ହାତୀକୁ ବଞ୍ଚାଇବା ପାଇଁ ମୁଣ୍ଡ ପିଟି ଖୁବ ଜୋର ସୋର ଭାବରେ କାନ୍ଦୁଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା;
ଏଭଳି ଏକ ଘଟଣା ହିନ୍ଦୋଳ ବନାଞ୍ଚଳରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଗୋଟିଏ ହାତୀ ଛୁଆ ଏକ ଜଙ୍ଗଲ ଦେଇ ଯାଉ ଥିଲା ଓ ବାଟରେ ଯିବା ସମୟରେ କୁହୁଡ଼ିର ଅନ୍ଧାର ଯୋଗୁ ହାତୀ ଛୁଆଟିକୁ କିଛି ଦିଶୁ ନଥିବାରୁ ଗୋଟିଏ ନାଳରେ ପଡି ଗଲା। ଏହା ଦେଖି ହାତୀ ଛୁଆର ମାଆ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇ ଥିଲା ଓ ନିଜ ଛୁଆକୁ ବଞ୍ଚାଇବା ପାଇଁ ପ୍ରାଣପ୍ରଣେ ବହୁତ ଚେଷ୍ଟା କରୁଥିଲା। ଏମିତିକି ସେ ମୁଣ୍ଡ ପିଟି ମଧ୍ୟ ବଡ଼ ପାଟିରେ କାନ୍ଦୁଥିଲା। ଦୁଇ ଘଣ୍ଟା ଧରି ସେମିତି ସେ ନାଳ ପାଣିରେ ପଶି ରହିଥିଲା। ତେବେ ଏହାର କିଛି ସମୟ ପରେ ବନବିଭାଗ ଘଟଣା ସ୍ଥଳରେ ଆସି ପହଁଛି ଯାଇଥିଲେ।
ତେବେ ଏହା ପରେ ସେ ଜେସିବି ମେସିନ ଦ୍ୱାରା ହାତୀ ଛୁଆକୁ ନାଳରୁ ଉଦ୍ଧାର କରି ଉପରକୁ ଆଣିଥିଲେ। ବନ୍ଧୁଗଣ ଆପଣ ସମସ୍ତେ ଜାଣିଛନ୍ତି ଯେ ମାଆ ଏବଂ ସନ୍ତାନର ସମ୍ପର୍କ ସବୁବେଳେ ଚିର ସ୍ଥାୟୀ ହୋଇ ରହେ। ଦରକାର ପଡ଼ିଲେ ମାଆ ସନ୍ତାନ ପାଇଁ ଜୀବନ ଦେବା ପାଇଁ ପଛେଇ ଥାଏ। ଦୁନିଆରେ ସବୁଠାରୁ ଅଧିକ ଯିଏ ଭଲ ପାଆନ୍ତି ସେ ହେଉଛି ମାଆ, ମାଆ ଭଳି ମଧୁର ସମ୍ପର୍କ ଆଉ କିଛି ନାହିଁ। ପିଲାର ଦୁଃଖ କେବଳ ମାଆ ହିଁ ବୁଝି ପରିଥାଏ। ଯାହାବି ହେଉ ଆପଣ ମାନେ ଏଭଳି ଘଟଣାଟି ଦେଖି ନିଶ୍ଚିତ ଭାବରେ ମାଆ ପ୍ରତି ଭଲ ପାଇବା ବଢ଼ିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।