ଏହି ସମଗ୍ର ବିରାଟକାୟ ଦୁନିଆରେ ଜଣେ ମା ହିଁ ମହତ୍ତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କୁହାଯାଏ କି ଜଣେ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନ ର ମଲ୍ୟ ସାର୍ଥକ ହୋଇଥାଏ ଏବଂ ସବୁ ଝିଅ ମାନଙ୍କର ମା ବନିବା ଏକ ପ୍ରକାର ସୌଭାଗ୍ୟ ପ୍ରାପ୍ତ ହେବା ସହ ସମାନ ହୋଇଥାଏ । ବିବାହ ପରେ ସମସ୍ତ ଝିଅ ମାନଙ୍କର ମା ହେବା ପାଇଁ ଇଚ୍ଛା ରହିଥାଏ ।
କିନ୍ତୁ କେତେକ ମହିଳାମାନେ ବିବାହ ପରେ ହିଁ ମା ହେବାର ସୌଭାଗ୍ୟ ପ୍ରାପ୍ତ କରିଥାନ୍ତି ଏବଂ ଆଉ କେତେକ ମହିଳା ବିବହା ର କିଛି ଦିନ ପରେ ମା ହେବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସେମାନେ କେତେକ କାରଣ ପାଇଁ ମା ହୋଇ ପାରନ୍ତି ନାହିଁ , ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କେଉଁ କାରଣ ପାଇଁ ମା ହୋଇ ପାରନ୍ତି ନାହିଁ ଏବଂ କଣ କଲେ ମହିଳା ମାନେ ମା ହୋଇ ପାରିବେ ।
1. ଯଦି ଆପଣ ବହୁ ଚେଷ୍ଟା ପରେ ମା ହୋଇ ପାରୁନାହାନ୍ତି ତେବେ ସର୍ବପ୍ରଥମେ ନିଜର ଥାଇରଏଡ ପରିକ୍ଷା କରନ୍ତୁ । କାରଣ ଶରୀରରେ ଥାଇରେଡ ଠିକ ଭାବରେ କାମ କରୁନଥିଲେ ଜଣେ ମହିଳା ମା ହୋଇପାରିବ ନାହିଁ ।
2. ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କର ଡାଇବେଟିସ ପରିକ୍ଷା କରିନେବା ଉଚିତ , କାରଣ ଯଦି ଦୁହିଁଙ୍କ ମଧ୍ୟରୁ କାହାର ବି ଡାଇବେଟିସ ରହିଥାଏ ତାହେଲେ ମହିଳା ଜଣକ ଗର୍ବବତୀ ହୋଇ ପାରିବେ ନାହିଁ ।
3. ଓଭାରୀ ଜନିତ ରୋଗ ବା POCS ରୋଗ ଏହି ମହିଳା ମାନଙ୍କ ପାଖରେ ଥିଲେ କେବେବି ଗର୍ଭବତୀ ହୋଇ ପାରିବେ ନାହିଁ । କାରଣ ଏହି ରୋଗ ଦ୍ୱାରା ମହିଳା ମାନଙ୍କର ଓଭାରୀ ବା ଗର୍ଭାଶୟ ବଡ ହୋଇଥାଏ ଓ ପିଲାଟି ରହି ନଥାଏ ।
4. ମହିଳା ମାନେ ଗର୍ଭବତୀ ହୋଇପାରୁ ନଥିଲେ ପୁରୁଷ ମାନେ ନିଜର ସ୍ପର୍ମ ଟେଷ୍ଟ କରିନେବା ଉଚିତ । ସାଧାରଣତଃ ଯେଉଁ ପୁରୁଷ ମାନେ ଅଧିକ ଅନିଦ୍ରା ରୁହନ୍ତି ବା ଅଧିକ ତାମମାତ୍ରା ରହୁଥାବା ସ୍ଥାନରେ ରହୁଥାନ୍ତି , ତାଙ୍କର ସ୍ପର୍ମ ଦୁର୍ବଳ ଥାଏ । ତେଣୁ ମହିଳା ମାନେ ମା ହୋଇପାରନ୍ତି ନାହିଁ ।
5. ଉଭୟ ପୁରୁଷ ଓ ମହିଳାଙ୍କର ଓଜନ ଅଧିକ ଥାଏ , ତେବେ ସେମାନେ ନିଜର ପ୍ରଜଜନ କ୍ଷମତା ହରାଇ ବସନ୍ତି । ତେଣୁ ନିଜର ଓଜନ ଅଧିକ ବା କମ ନହୋଇ ନିୟନ୍ତ୍ରଣରେ ରହିବା ଉଚିତ ।
6. ସଠିକ ସମୟରେ ସହବାସ କରିବା , ସାଧାରଣ ଭାବରେ ଅନେକ ଦମ୍ପତ୍ତି ମାନେ ଭୁଲ ସମୟରେ ଶାରୀରିକ ସମ୍ୱନ୍ଧ ରଖିଥାନ୍ତି । ଯାହାଫଳରେ ସେମାନେ ମା ହେବାରୁ ବଞ୍ଚିତ ହୋଇଥାନ୍ତି ।
7. ନିଶା ଦ୍ରବ୍ୟ ସେବନ କରୁଥିଲେ ତାହା ଠାରୁ ଦୂରେଇ ରୁହନ୍ତୁ , କାରଣ ଏହା ଶରୀରର ପ୍ରଜଜନ କ୍ଷମତାକୁ ହ୍ରାସ କରିଥାଏ ।
8 .ଏକ ରିସର୍ଚ୍ଚ ଅନୁସାରେ ମହିଳାଙ୍କର ପରିୟଡ ହେବାର 11 ଦିନ ପରେ ଲଗାତାର ଭାବରେ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଜଣେ ମହିଳା ମା ହୋଇଥାନ୍ତି ।
9. ଗର୍ଭବତୀ ହେବାକୁ ଚାହୁଁଥିଲେ ଆପଣ ମାନେ ଏହାର 3 ମାସ ଆଗରୁ ଗର୍ଭ ରୋଧକ ବଟିକା ଖାଇବା ବନ୍ଦ କରିବା ଆବଶ୍ୟକ । ଉପରୋକ୍ତ ଅଭ୍ୟାସ ଗୁଡିକ ଠାରୁ ଦୂରେଇ ରୁହନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।