Dr. Palash Das – ଚୁଟି ଝଡିବା, ରୁପି ସମସ୍ୟା, ଚୁଟି ନ ବଢିବା ସବୁ ସମସ୍ୟା କୁ ମାତ୍ର ୩ ଦିନରେ ଦୁର କରନ୍ତୁ ମାତ୍ର ଏହି ଗୋଟିଏ ଉପାୟରେ

0

ଜଣେ ବ୍ୟକ୍ତିର ପ୍ରକୃତ ସୁନ୍ଦରତା ତାର କେଶ ହୋଇଥାଏ ଏବଂ ସମସ୍ତେ ନିଜର କେଶକୁ ଲମ୍ୱା , ଘନ କରିବାକୁ ଚାହିଥାନ୍ତି । ପରନ୍ତୁ ଅଧିକାଂଶ ବ୍ୟକ୍ତିଙ୍କ ଠାରେ ଚୁଟି ଝଡିବାର ସମସ୍ୟା ରହିଥାଏ , ଯାହାଫଳରେ ସେମାନେ ଚୁଟି ଲମ୍ୱା ରକିବାକୁ ପସନ୍ଦ କରନ୍ତି ନାହିଁ । କାରଣ ଚୁଟି ଅଧିକ ମାତ୍ରାରେ ଝଡିବା ଦ୍ୱାରା ଏହା ସୁନ୍ଦରତା ଉପରେ ଗଭୀର ପ୍ରଭାବ ପକାଇଥାଏ । ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇବା ପାଇଁ ସେମାନେ ବିଭିନ୍ନ ପ୍ରକାର ଜିନିର ବ୍ୟବହାର କରିଥାନ୍ତି କିନ୍ତୁ ସେଥିରେ କିଛି ଉନ୍ନତି ଘଟି ନଥାଏ । ଏଥିଲାଗି ବହୁତ ପରିମାଣରେ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ , ଆହୁରି ମଧ୍ୟ କିଛି ଜିନିଷର ଏତେ ପରିମାଣରେ ସାଇଡ୍ ଇଫେକ୍ଟ ରହିଥାଏ ଯାହା କେଶକୁ ଝଡେଇ ଦେଇଥାଏ ।

ଏମିତି କିଛି ଘରୋଇ ଉପଚାର ରହିଥାଏ ଯାହାକୁ ବ୍ୟବାହର କରିବା ଦ୍ୱାରା ବହୁତ କିଛି ଲାଭ ହୋଇଥାଏ । ପୂର୍ବରୁ ଲୋକମାନେ ସୋରିଷ ତେଲର ବ୍ୟବହାର କରୁଥିଲେ , ଯାହାଫଳରେ ସେମାନଙ୍କର କେଶ ଲମ୍ୱା , କଳା ଏବଂ ଘନ ଦେଖାଯାଉଥିଲା । ତେବେ ଆସନ୍ତୁ ଜାଣିବା ଏକ ଘରୋଇ ଉପଚାର ବିଷୟରେ , ଯାହା ଆପଣଙ୍କର କେଶର ସମସ୍ତ ସମସ୍ୟା କୁ ଦୂର କରିବ ।

ଉପଚାର କୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି :-

1. ମେଥି
2. ନଡିଆ ତେଲ ବା କ୍ୟାଷ୍ଟର୍ଡ ତେଲ ।

ପ୍ରସ୍ତୁତ ପ୍ରଣାଳୀ :-

ପ୍ରଥମେ ଆପଣ କିଛି ମେଥି ନେଇ ତାହାକୁ ଭଲ ଭାବରେ ଗୁଣ୍ଡ କରି ତାକୁ ଚଲାଇ ଦେଇ ତାର ଗୁଣ୍ଡ ବାହାର କରନ୍ତୁ । ଏହା ପରେ ଏକ ପାତ୍ରରେ କିଛି ନଡିଆ ତେଲ ବା କଷ୍ଟର୍ଡ ତେଲ ନେଇ ସେଥିରେ ମେଥି ଗୁଣ୍ଡ ମିଶାଇ ଦିଅନ୍ତୁ । ଏକ ପାତ୍ରରେ କିଛି ପାଣି ନେଇ ତାହାକୁ କିିଛି ସମୟ ଗରମ କରନ୍ତୁ ଏବଂ ଅନ୍ୟ ଏକ ପାତ୍ରରେ ପ୍ରସ୍ତୁତ କରିଥିବା ତେଲକୁ ନେଇ ତା ମଧ୍ୟରେ ରଖି ଦିଅନ୍ତୁ । ସାଧାରଣ ଉଷମ କରିବା ସମୟରେ ଏହାକୁ ଏକ ଚାମଚ ସାହାର୍ଯ୍ୟ ଗୋଳାଇ ଦିଅନ୍ତୁ , ଏହା ଛଡା ଆପଣ ଏହାକୁ ସୂର୍ଯ୍ୟକିରଣରେ ଦେଇପାରିବେ । ସୂର୍ଯ୍ୟକିରଣରେ ଦେଲେ ଏହାକୁ 3-4 ମିନିଟ ଦେବା ପାଇଁ ପଡିବ ।

ବ୍ୟବହାର ପ୍ରଣାଳୀ :-

ଏହି ପ୍ରସ୍ତୁତ ହୋଇଥିବା ତେଲକୁ ଆପଣ 2- 3 ମାସ ସଞ୍ଚୟ କରି ରଖିପାରିବେ । ଏହି ତେଲକୁ ଚୁଟିରେ ବ୍ୟବାହର କରିବା ପୂର୍ବରୁ ଟିକିଏ ଉଷମ କରି କେଶରେ ବ୍ୟବାହର କରିପାରିବେ । ଯାହା ଆପଣଙ୍କ କେଶକୁ ବଢିବାରେ ସାହାର୍ଯ୍ୟ କରିବ । ତେଲ ଲଗାଇବା ସମୟରେ କେଶର ମୂଳରେ ଦେଇ ଭଲଭାବରେ ମୋସାଜ କରିବେ , ତେଲ ଲଗାଇବାର 1 ଘଣ୍ଟା ପରେ ଆପଣ କେଶକୁ ଧୋଇ ଦେଇ ପାରନ୍ତି ନହେଲେ ଆପଣ ଚାହିଁଲେ ରାତିଯାକ ମଧ୍ୟ ରଖିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।