CID ସିରିଏଲ ରେ ୩ କଳାକାରଙ୍କ ରିଏଲ ଲାଇଫ ପତ୍ନୀ, ଦେଖିବା ପାଇଁ ଏତେ ସୁନ୍ଦର ଆପଣ ବି ହୋଇଯିବେ ଫିଦା…

0

ଅଧିକାଂଶ ଲୋକମାନେ ଓଡିଆ ସିରିଏଲ ଅପେକ୍ଷା ହିନ୍ଦି ସିରିଏଲ ଗୁଡିକ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି । ସେଥି ମଧ୍ୟରୁ ଛୋଟ ପରଦାରେ ହେଉଥିବା CID ବହୁତ ଲୋକପ୍ରିୟତା ହାସଲ କରିଛି , ଏହା ଲୋକମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଛି । ସିଆଇଡିର ପ୍ରଥମ ଏପିସୋଡ 21 ଜାନୁଆରୀ 1998 ରେ ଟିଭି ପରଦାକୁ ଆସିଥିଲା । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ CID ର ଅଭିନୟ କରୁଥିବା 3 ଜଣ ମୁଖ୍ୟ କଳାକାର ମାନଙ୍କର ରିଏଲ ଲାଇଫ ପାର୍ଟନରଙ୍କ ବିଷୟରେ କହିବାକୁ ଯାଉଛୁ ।

1. ଏସିପି ପ୍ରଦ୍ୟୁମ୍ନ :-

ପ୍ରଥମରେ କଥାହେବା ଏସିପି ପ୍ରଦ୍ୟୁମ୍ନଙ୍କ ବିଷୟରେ ,ଏସିପି ପ୍ରଦ୍ୟୁମ୍ନ ଙ୍କ ପ୍ରକୃତ ନା ହେଉଛି ଶିବାଜୀ ଶାତମ ଏବଂ ତାଙ୍କର ଜନ୍ମ 21 ଏପ୍ରିଲ 1950 ରେ ହୋଇଥିଲା । ଟିଭି ସିରିଏଲ ବ୍ୟତୀତ ଶିବାଜୀ ବଲିଉଡ ଫିଲ୍ମୀରେ ମଧ୍ୟ କାମ କରିଛନ୍ତି । ଶିବାଜୀଙ୍କ ପତ୍ନୀଙ୍କ ନା ହେଉଛି ଅରୁଣା ଶାତମ ଏବଂ ତାଙ୍କର ମଧ୍ୟ ଗୋଟିଏ ପୁଅ ରହିଛି , ଯାହାର ନା ହେଉଛି ଅଭିଜିତ ଶାତମ । ଅଭିଜିତ ମଧ୍ୟ ଆକ୍ଟର ଅଟନ୍ତି।

2. ଇନସ୍ପେକ୍ଟର ଦୟା :-

ଦ୍ୱିତୀୟରେ ରହିଛନ୍ତି ଇନସ୍ପେକ୍ଟର ଦୟା ,ଦୟା ଅଭିନୟରେ ଅଭିନେତା ଦୟାନନ୍ଦ ସେଠୀ ନଜର ଆସିଥିଲେ ଏବଂ ଦୟାନନ୍ଦ ସେଠୀଙ୍କ ଜନ୍ମ 11 ଡିସେମ୍ୱର 1969 ରେ ହୋଇଥିଲା । ଦୟାନନ୍ଦ ସେଠୀ ଅଭିନେତା ଅଜୟ ଦେବଗନ ଙ୍କ ସହିତ ସିଙ୍ଗମ ରିଟନରେ କାମ କରିଥିଲେ । ଏହା ବ୍ୟତୀତ ସେ ଆଉ କେତେକ ଟିଭି ସିରିଏଲ ରେ ମଧ୍ୟ ଅଭିନୟ କରିଛନ୍ତି । ଦୟାନନ୍ଦ ସେଠୀଙ୍କ ପତ୍ନୀଙ୍କ ନା ଉସ୍ମିତା ସେଠୀ ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ରହିଛି ।

3 . ଅଭିଜିତ :-

ଶେଷରେ କଥା ହେବା ଅଭିଜିତଙ୍କ ବିଷୟରେ , ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି । ଅଭିଜିତ କ୍ୟାରେକ୍ଟର ରେ ଆଦିତ୍ୟ ଶ୍ରୀବାସ୍ତବ ଅଭିନୟ କରୁଥିବାର ନଜର ଆସିଥିଲେ ଏବଂ ଆଦିତ୍ୟ ଶ୍ରୀବାସ୍ତବ ଙ୍କ ଜନ୍ମ 21 ଜୁଲାଇ 1968 ରେ ହୋଇଥିଲା । ଆଦିତ୍ୟ ଶ୍ରୀବାସ୍ତବ ସୁନ୍ଦର ଆକ୍ଟର ହେବା ସହ ଜଣେ ପ୍ରଡ୍ୟୁସର ଏବଂ ଆର୍ଟିଷ୍ଟ ମଧ୍ୟ ଅଟନ୍ତି । ଆଦିତ୍ୟ ଶ୍ରୀବାସ୍ତବ ଙ୍କ ପତ୍ନୀଙ୍କ ନା ହେଉଛି ମାନସୀ ଶ୍ରୀବାସ୍ତବ ଏବଂ ଆଦିତ୍ୟ ଶ୍ରୀବାସ୍ତବଙ୍କ ଦୁଇ ଜଣ ସନ୍ତାନ ମଧ୍ୟ ଅଛନ୍ତି ।

ସିଆଇଡି ରେ ଏହି 3 ଜଣ ମୁଖ୍ୟ ଚରିତ୍ରରେ କାମ କରିଛନ୍ତି ଏବଂ ଦର୍ଶକ ମାନେ ମଧ୍ୟ ଏମାନଙ୍କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି .। ଏହା ଲୋକପ୍ରିତା ହାସଲ କରିବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରି ପାରିଛନ୍ତି । ଏମାନଙ୍କର ଅଭିନୟ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି ଏବଂ ଆଗାମୀ ସମୟରେ ମଧ୍ୟ ଏମାନଙ୍କର ଅଭିନୟ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।