ଦେଖନ୍ତୁ ଭିଡ଼ିଓ – କଲେଜ ଛାତ୍ରୀଙ୍କୁ ଅସଦାଚରଣ କରି ନିସ୍ତୁକ ମାଡ ଖାଇଲେ ପୂର୍ବତନ ବିଜେପି ବିଧାୟକ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

0

ତେବେ ସମାଜ ଯେତେ ଆଗକୁ ବଢ଼ିଲେ ମଧ୍ୟ ନାରୀ ମାନଙ୍କ ଉପରେ ଅତ୍ୟାଚାର ସେତେ ବଢ଼ି ବଢ଼ି ଚାଲିଛି । ଆଜି ବି ମଧ୍ୟ କୌଣସି ଘର ର ଝିଅ ସୁରକ୍ଷିତ ନାହାଁନ୍ତି । ନାରୀ ମାନଙ୍କ ଉପରେ ଅତ୍ୟାଚାର ଓ ନାରୀ ମାନଙ୍କୁ ଅସଦାଚରଣ ପରି ଘଟଣା ସବୁବେଳେ ଆମ ନଜର କୁ ଆସୁଛି । ଅସଦାଚରଣ , ବଳାତ୍କାର ପରି ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି କାଲି ନାରୀ ମାନଙ୍କ ପ୍ରତି ଏମିତି ସମସ୍ୟା ଏତେ ବଢ଼ି ଚାଲିଛି ଯାହାର କଳ୍ପନା କରିବା ମଧ୍ୟ ଅସମ୍ଭବ ଅଟେ । ଆଜିର ଏହି ସମାଜ ରେ କୌଣସି ନାରୀ ସୁରକ୍ଷିତ ନାହାନ୍ତି। ଆଜିର ଯୁଗ ରେ ନାରୀ ଟି କେତେ ସୁରକ୍ଷିତ ଅଟେ ଏହା ଆଜି କାଲି ଘଟୁଥିବା ସମାଜ ରୁ ଜଣା ପଡି ଜାଏ ।

ତେବେ ଆଜିର ଭଦ୍ର ମୁଖା ପିନ୍ଧି ଥିବା ବ୍ୟକ୍ତି ମାନେ ହିଁ ରାକ୍ଷସ ପାଲଟି ଯାଉଛନ୍ତି। ତେବେ ଏମିତି ଏକ ଘଟଣା ଆଜି ଆମ ସାମ୍ନା କୁ ଆସିଛି ଯେଉଁଠି ଜଣେ ନାରୀ କୁ ଅସଦାଚରଣ ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ଆଉ ଅସଦାଚରଣ କରିଥିବା ବ୍ୟକ୍ତି ଜଣଙ୍କ ଆଉ କେହି ନୁହଁନ୍ତି ବରଂ ୟୁପି ଭଗତୁଆ ଅଞ୍ଚଳ ରେ ପୂର୍ବତନ ବିଜେପି ବିଧାୟକ ରୂପେ ଦାୟିତ୍ଵ ଗ୍ରହଣ କରିଥିବା ମାୟାଶଙ୍କର ପାଠକ । ସୂଚନା ଅନୁସାରେ ଉତ୍ତରପ୍ରଦେଶ ର ବାରଣାସୀ ଠାରେ ଜଣେ ଜନୈକା ଛାତ୍ରୀଙ୍କ ପ୍ରତି ଅସଦାଚରଣ ଦେଖାଇ ଅଛନ୍ତି ପୂର୍ବତନ ବିଧାୟକଙ୍କ ମାୟାଶଙ୍କର ପାଠକ ।

ତେବେ ଏହି ଘଟଣା ଲୋକ ମାନଙ୍କ ନଜର କୁ ଆସିବା ପରେ ଲୋକେ ନିସ୍ତୁକ ମାଡ ମାରିଛନ୍ତି ବିଧାୟକ ଙ୍କୁ। ଜାନୁଆରୀ ୯ ତାରିଖ ରେ ଘଟିଥିବା ଏହି ଘଟଣା ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ସୂଚନା ଅନୁସାରେ ୟୁପି ଭଗତୁଆ ଅଞ୍ଚଳ ରେ ପୂର୍ବତନ ବିଜେପି ବିଧାୟକ ରୂପେ ଦାୟିତ୍ଵ ଗ୍ରହଣ କରିଥିବା ମାୟାଶଙ୍କର ପାଠକ ଏକ କଲେଜ୍ ପରିଚାଳନ କରୁଛନ୍ତି ଯେଉଁ କଲେଜ୍ ରେ ସେ ନିଜେ ମଧ୍ୟ ଚେୟାର ମ୍ୟାନ ଅଛନ୍ତି।

ତେବେ କଲେଜ୍ ରେ ପଢୁଥିବା ଜଣେ ଜନୈକ ଛାତ୍ରୀଙ୍କ ପ୍ରତି ସେ ଅଶାଳୀନ ବ୍ୟବହାର ଦେଖାଇ ଥିଲେ ଯାହା ଫଳରେ ଛାତ୍ରୀ ନିଜ ଘରେ ଏହି ସଂପର୍କ ରେ ଜଣାଇ ଥିଲା। ତେବେ ଛାତ୍ରୀ ଙ୍କ ପରିବାର ଲୋକ ଏହି ଘଟଣା ଶୁଣି ସାରିବା ପରେ ଲଙ୍କାକାଣ୍ଡ ଆରମ୍ଭ କରିଥିଲେ।

ଏହା ସହିତ ଥାନା ରେ ଅଭିଯୋଗ ମଧ୍ୟ କରିବା ପାଇଁ ଆଗେଇ ଥିଲେ କିନ୍ତୁ ବିଧାୟକ ଙ୍କ ପରିବାର ଲୋକ ଅନୁରୋଧ କରିବା ଯୋଗୁଁ ସେମାନେ ଅଭିଯୋଗ କରି ନଥିଲେ ବର୍ତ୍ତମାନ କିନ୍ତୁ ସୋସିଆଲ ମିଡ଼ିଆ ରେ ଏହି ଭିଡିଓ ଟି ଭାଇରାଲ ହେବା ପରେ ପିଣ୍ଡରା ସର୍କଲ ପୋଲିସ ଅଫିସର ତଦନ୍ତ କରିବା ଆରମ୍ଭ କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।