ଦେଖନ୍ତୁ ଭିଡ଼ିଓ : କମେଣ୍ଟ ମାରି ଫସିଗଲେ ଯୁବକ, ବଡ଼ ଭଉଣୀଙ୍କୁ କମେଣ୍ଟ ମାରିବାରୁ ୨ ରୋମିଓଙ୍କୁ ସାନ ଭଉଣୀ ଯାହା କରିଲା ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ…

0

ଆଜିର ଯୁବପିଢି ଙ୍କୁ ଜବାନୀ ର ରଙ୍ଗ ଟିକିଏ ଅଧିକ ଚଢ଼ି ଯାଉ ଥିବାର ଦେଖିବାକୁ ମିଳୁଛି। ନିଜର ସଂସ୍କାର ଏବଂ ନୈତିକତା କୁ ହରାଇ ସେମାନେ ବେଳେବେଳେ ଏମିତି ପାଶବିକ କାର୍ଯ୍ଯ କରୁଛନ୍ତି ଯାହା ସମାଜ ପାଇଁ ଏକ ଲଜ୍ୟା ଜନକ ସ୍ଥିତି ସୃଷ୍ଟି କରୁଛି। ତେବେ ଦୁନିଆ ବଦଳିବା ସହ ତା ସହ ତାଳ ଦେଇ ଯୁବ ସମାଜ ମଧ୍ୟ ବଦଳିବା ପାଇଁ ଲାଗିଛନ୍ତି। ମାତ୍ର ସେମାନଙ୍କ ବ୍ୟକ୍ତିଗତ ରୁଚି ଦ୍ଵାରା ଅନ୍ୟ ମାନେ ଯେ ପ୍ରଭାବିତ ହେଉ ଛନ୍ତି ଓ ତାର କୁପ୍ରଭାବ ସମାଜ ଉପରେ ପଡୁଛି ଏ ସମ୍ପର୍କରେ ନା ତାଙ୍କର କୌଣସି ଧାରଣା ଅଛି ନା ଏଥି ପାଇଁ ସେମାନେ କ୍ଷୋଭ ପ୍ରକାଶ କରୁଛନ୍ତି। ହଁ ଆଜ୍ଞା, ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଭିଡିଓ ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।

ଆଜିକାଲି ସମୟ ରେ ଅନେକ ସମୟରେ ଯୁବତୀ ମାନେ ଯୁବକ ମାନଙ୍କର ଅନୈତିକ ଆଚରଣ ର ଶିକାର ହେଉଛନ୍ତି। ଅନେକ ସମୟରେ କମେଣ୍ଟ ର ଶିକାର ମଧ୍ୟ ହେଉଛନ୍ତି। ଆଉ ଏଥିପାଇଁ ଯୁବତୀ ମାନେ କେତେବେଳେ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡ଼ୁଛନ୍ତି ତ ପୁଣି ଆଉ କେହି ଏହାର ଉଚିତ୍ ଜବାବ ମଧ୍ୟ ଦେଉଛନ୍ତି ଏବଂ ଉଦ୍ଧତ ମାନଙ୍କୁ ସାବଡ ମଧ୍ୟ କରୁଛନ୍ତି। ତେବେ ଏହାରି ଭିତରେ ଅନେକ ଉଲ୍ଲେଖନୀୟ ଘଟଣା ମାନ ଏସବୁକୁ ନେଇ ଅନେକ ସମୟରେ ଦେଖିବାକୁ ମିଳିଥାଏ। ତେବେ ସେହିଭଳି ଏକ ଘଟଣା ନିକଟରେ ଘଟିଛି। ଆମେ କହିବାକୁ ଯାଉଥିବା ଘଟଣାଟି ହେଉଛି ମହାରାଷ୍ଟ୍ର ର ଔରଙ୍ଗାବାଦର।

ଏହି ଘଟଣାରେ ଯୁବତୀ ଯୁବକ ମାନଙ୍କ ଅଶାଳୀନ ବ୍ୟବହାର ର ଉଚିତ୍ ଜବାବ ଦେଇଛନ୍ତି।ସୁଚନା ଅନୁସାରେ ଔରଙ୍ଗାବାଦ ମାର୍କେଟ ରୁ ଦୁଇ ଭଉଣୀ ଫେରିବା ସମୟରେ ସାନ ଭଉଣୀ ଏବଂ ବଡ ଭଉଣୀ ପରସ୍ପର ଠାରୁ ଟିକିଏ ଦୂରେଇ ଯାଇଥିଲେ।ଆଉ ଏହି ସମୟରେ ଦୁଇ ଜଣ ଯୁବକ ଆସି ବଡ଼ ଭଉଣୀ ଙ୍କୁ ହଇରାଣ କରିଥିଲେ ଏବଂ ଅଶାଳୀନ ଭାଷା ପ୍ରୟୋଗ କରିବା ସହିତ ଖରାପ୍ ଭାଷା ରେ କମେଣ୍ଟ କରିଥିଲେ।ଆଉ ଏହାକୁ ଦେଖି ଏହି ସମୟରେ ସାନ ଭଉଣୀ ଆସି ଉକ୍ତ ଯୁବକଙ୍କୁ ଗାଳି କରିଥିଲେ ଏବଂ ମାଡ଼ ମଧ୍ୟ ମାରିଥିଲେ।

ସେ ଏମିତି କାଣ୍ଡ ସୃଷ୍ଟି କରିଥିଲେ ଯେ ଏହାକୁ ଦେଖି ସେଠାରେ ଲୋକଙ୍କ ଭିଡ଼ ଜମି ଯାଇଥିଲା। ଆଉ ଏହି ସମୟରେ ଜଣେ ଯୁବକ ସେଠାରୁ ଗାଡ଼ି ନେଇ ପଳାଇ ଯିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ଅନ୍ୟଜଣେ ସେଠାରେ ଫସି ରହି ଯାଇଥିଲେ। ତେବେ ଏଠାରେ ଘଟିଥିବା ଏହି ଘଟଣାର ଭିଡିଓ କୁ କେହି ଜଣେ ସେଠାରେ ରେକର୍ଡ କରିଥିଲେ।ପରେ ଏହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।