ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ, ନିକଟରେ ଅଲମ୍ପିକ ଖେଳ ଶେଷ ହୋଇଛି। ଯେଉଁଥିରେ ସମଗ୍ର ଦେଶର ଖେଳାଳି ମାନେ ଭାଗ ନେଇ ନିଜର ପ୍ରଦର୍ଶନ ଦେଖାଇ ଥିଲେ। ସେଥିରେ ଆମ ଭାରତ ମଧ୍ୟ ଅଲମ୍ପିକରେ ଭାଗ ନେଇ ଦେଶକୁ ଗୋୖରବ ଆଣି ଦେଇଛି। ଆପଣ ମାନେ ଜାଣିଛନ୍ତି ଯେ, ହକି, କୁସ୍ତି, ଦୌଡ଼ ଓ ଜ୍ୟାବେଲିଙ୍ଗ ଇତ୍ୟାଦି ଖେଳ ମାନଙ୍କ ମଧ୍ୟରେ ଜ୍ୟାବେଲିଙ୍ଗ ସ୍ୱର୍ଣ୍ଣ ପଦକ ଆଣିବା ସହିତ ହକିରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ ଦେଖାଇ ଥିଲେ। ଦେଶବାସୀ ସମସ୍ତ ଖେଳାଳିଙ୍କୁ ସ୍ୱାଗତ ଜଣାଇଛନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବା ସଙ୍ଗେ ସଙ୍ଗେ ଖୁସି ଅନୁଭବ କରିବେ। ତେବେ ଜାତୀୟ ଟେଲିଭିଜନ ଚ୍ୟାନେଲରେ ସୋନି ଟିଭିରେ ପ୍ରସାରିତ ହେଉଥିବା କପିଲ ଶର୍ମା ସୋରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ସୋ ରେ ଯୋଗ ଦେଇଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଖୁସିର କଥା ଅଟେ। ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;
ସୂଚନା ଅନୁସାରେ, ଜାତୀୟ ଟେଲିଭିଜନ ଚ୍ୟାନେଲରେ ସୋନି ଟିଭିରେ କପିଲ ଶର୍ମାଙ୍କ ପ୍ରସାରିତ ହେଉଥିବା ଏକ ବଡ଼ ସୋ, ଆଜି ଭାରତ ବର୍ଷରେ ବହୁତ ପ୍ରସିଦ୍ଧ ହୋଇ ପାରିଛି। ଏହି ସୋ କୁ ଦେଖିବା ପାଇଁ ଦର୍ଶକ ମାନେ ସବୁବେଳେ ଉତ୍କଣ୍ଠାର ସହ ଚାହିଁ ରହି ଥାଆନ୍ତି। ଏହି ସୋରେ ସବୁବେଳେ ବଲ୍ଲୀଉଡ଼ ଅଭିନେତା ଓ ଅଭନେତ୍ରୀ ମାନେ ନିଜ ଫିଲ୍ମର ପ୍ରମୋସନ ପାଇଁ ଏଠାରେ ଯୋଗ ଦେଇ ଥାଆନ୍ତି।
ତେବେ ଏହି ସୋରେ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଟୋକିଓ ଅଲମ୍ପିକ ହକି ଖେଳରେ ଉଭୟ ପୁରୁଷ ଓ ମହିଳା ଦେଶ ପାଇଁ ଗର୍ବ ଓ ଗୋୖରବ ଆଣି ଦେଇଛନ୍ତି। ସେଥିପାଇଁ ଉଭୟ ଟିମକୁ ଏହି ସୋରେ ଅତିଥି ଭାବରେ ନିମତ୍ରଣ କରା ଯାଇ ସ୍ୱାଗତ କରା ଯାଇଛି। ଏହି ସୋ ଚାଲିଥିବା ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିନ୍ନ ଅନ୍ଦାଜରେ ଯୋଗ ଦେଇଥିଲେ। ଏହି ସୋରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ସମସ୍ତେ ଉତ୍ସାହିତ ହେଇ ଯାଇଥିଲେ। ଟୋକିଓ ଅଲମ୍ପିକ ହକି ଖେଳରେ ପୁରୁଷ ଓ ମହିଳା ବହୁତ ସୁନ୍ଦର ଭାବରେ ତାଙ୍କ କାର୍ଯ୍ୟ ପରିବେଷଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଖେଳାଳି ମାନଙ୍କୁ ଠାରୁ ମିଳିଥିବା ସଫଳତା ଭବିଷ୍ୟତରେ ବାଟ ଦେଖାଇବା।ଭବିଷ୍ୟତରେ ତୁମେ ମାନେ ଆଗକୁ ଆହୁରି ବଡ଼ ସଫଳତା ମଧ୍ୟ ହାସଲ କରି ପାରିବ। ମୁଖ୍ୟମନ୍ତ୍ରୀ ଖେଳାଳି ମାନଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇ ଥିଲେ। ଏଥି ସହ କପିଲ ଶର୍ମାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇ ଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।