କରୋନାରେ ସ୍କୁଲ ବନ୍ଦ…ତ ଗର୍ଭବତୀ ହେଉଛନ୍ତି ଛାତ୍ରୀ ; ବଢ଼ି ଗଲାଣି ଏହି ଦେଶର ଚିନ୍ତା…ଦେଖନ୍ତୁ ପୁରା ଖବର

0

ବର୍ତ୍ତମାନ ସମସ୍ତ ଦେଶରେ କୋରନା ଭାଇରସ୍ ଓ ଓମିକ୍ରନ ଭାଇରାଣ୍ଟ କୁ ଆଖି ଦୃଷ୍ଟିରେ ରଖି ସାରା ବିଶ୍ୱରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଯାଇଛି । ଯାହାଫଳରେ ସଂକ୍ରମିତ ଙ୍କ ସଂଖ୍ୟ କିଛି ମାତ୍ରାରେ ରୋକା ଯାଇ ପାରିବ ଓ ଲୋକମାନେ ସୁରକ୍ଷିତ ରହିପାରିବେ । ଏଥିପାଇଁ ସାରା ବିଶ୍ୱରେ ସ୍କୁଲ ଓ କଲେଜ ମଧ୍ୟ ବନ୍ଦ କରାଯାଇଛି , ଘରେ ରହି ଲୋକମାନଙ୍କୁ କାର୍ଯ୍ୟ କରିବା ପାଇଁ କୁହାଯାଇଛି । କିନ୍ତୁ ଏହାରି ଭିତରେ ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି , ଯାହା ଶୁଣିବା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ ।

ଏଭଳି କୋରନା ମହାମାରୀ ପରିସ୍ଥିତିରେ ସ୍କୁଲ ବନ୍ଦ ହେବା ଦ୍ୱାରା ଜିମ୍ୱାୱେ ସରକାର ଙ୍କ ପାଇଁ ଆଉ ଏକ ନୂତନ ସମସ୍ୟା ଉପୁଜିଛି । କୋଭିଡ୍ ମହାମାରୀ ସମୟରେ ଜିମ୍ୱାୱେ ଏବଂ ଦକ୍ଷିଣ ଆଫ୍ରିକୀୟ ଦେଶ ଗୁଡିକରେ କମ୍ ବୟସର ଝିଅ ମାନଙ୍କର ଗର୍ଭଧାରଣ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ରିପୋର୍ଟ ମୁତାବକ ଜିମ୍ୱାୱେରେ ବର୍ତ୍ତମାନ କୋରନା ସମୟରେ ନାବାଶିକା ଛାତ୍ରୀ ମାନେ 12 -13 ବର୍ଷ ବୟସରେ ଗର୍ଭବତୀ ହୋଇଯାଉଛନ୍ତି । ଏଥିପାଇଁ ସ୍କୁଲ ଶିକ୍ଷା ଗ୍ରହଣ କରିବା ଛାଡି ଦେଉଛନ୍ତି , ଏହାକୁ ରୋକିବା ପାଇଁ ସରକାର ଏବଂ କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ଆପଣେଇଛନ୍ତି । କିନ୍ତୁ ଏଥିରେ କୌଣସି ପ୍ରକାର ଫଳପ୍ରଦ ବା ସୁବିଧା ହୋଇପାରୁ ନାହିଁ ।

ଦେଢ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ମାର୍ଚ୍ଚ 2020 ରେ କଡା ଲକଡାଇନ ଲଗାଯାଇଥିଲା । ମଝିରେ ମଝିରେ କିଛି ମାତ୍ରାରେ କୋହଳ ମଧ୍ୟ କରାଯାଇଥିଲା କିନ୍ତୁ ଏହି ଲକଡାଉନ କାରଣରୁ ଝିଅଙ୍କ ଉପରେ ଅତି ପ୍ରଭାବ ପଡିଥିଲା । କାର୍ଯ୍ୟକର୍ତ୍ତା ଏବଂ ଅଧିକାରୀଙ୍କ କହିବା କଥା କି , ଅନେକ ଝିଅ ମାନେ ଯୌନ ଶୋଷଣର ଶିକାର ହୋଇଛନ୍ତି । ଏହାଛଡା ସେମାନଙ୍କୁ ଗର୍ଭନିରୋଧକ ଔଷଧ ଏବଂ ହସ୍ପିଟାଲର ସୁବିଧା ଦିଆଯାଉ ନଥିଲା । ଦାରିଦ୍ର୍ୟରୁ ମୁକ୍ତି ପାଇବା ପାଇଁ ସେମାନେ ବିବାହ ଏବଂ ଗର୍ଭଧାରଣକୁ ଏକ ତରିକା ରୂପେ ବାଛି ନେଇଛନ୍ତି । କୋଭିଡ୍ କବଳକୁ ଆସିବା ପୂର୍ବରୁ ବି ଏହି ଦେଶରେ ପ୍ରତି 3 ଝିଅଙ୍କ ମଧ୍ୟରୁ ଜଣଙ୍କ ବିବାହ 18 ବର୍ଷ ପୂର୍ବରୁ ହିଁ କରି ଦିଆଯାଉଥିଲା ।

ଏହାର ଅନେକ ଗୁଡିଏ କାରଣ ରହିଛି ଯେପରିକି , ଝିଅ ମାନେ ବୟସ ପୂର୍ବରୁ ଗର୍ଭବତୀ ହୋଇଯିବା , ବାଲ୍ୟ ବିବାହକୁ ନେଇ କୌଣସି କୋଠର ଆଇନ ନ ରହିବା , ଦାରିଦ୍ର୍ୟ , ସାଂସ୍କୃତିକ , ଧାର୍ମିକ ପ୍ରଥା ଆଦି । ବର୍ତ୍ତମାନ ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି , ଏହାକୁ ଆଖି ଦୃଷ୍ଟିରେ ରଖି ଜିମ୍ୱାୱେ ସରକାର ଗତ ଅଗଷ୍ଟ 2020 ରେ ଆଇନ ପରିବର୍ତ୍ତନ କରି ପ୍ରେଗନେଣ୍ଟ ଥିବା ଛାତ୍ରୀ ମାନଙ୍କୁ ସ୍କୁଲ ଆସିବାକୁ ଆନୁମତି ଦେଇଥିଲେ । ଏହାପରେ ମଧ୍ୟ ପ୍ରଗନେଣ୍ଟ ଝିଅମାନେ ଆଇନର ପରିବର୍ତ୍ତନ ସତ୍ତ୍ୱେ ସ୍କୁଲ ଆସୁନାହାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।