ଦେଖନ୍ତୁ Shocking ଭିଡ଼ିଓ – କରୋନା ସଂକ୍ରମଣରେ ଆକ୍ରାନ୍ତ ପରେ ମେଡିକାଲ୍ ରେ ଅବ୍ୟବସ୍ଥା ଭିଡିଓ କରି ଯୁବକ ଜଣଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ସାହାଯ୍ୟ ପାଇଁ କରିଥିଲେ ଅନୁରୋଧ, କିନ୍ତୁ ଶେଷରେ….

0

କରନା ର କରୁଣ ଦୃଶ୍ୟ ସମସ୍ତଙ୍କୁ ନିଶ୍ଚିତ ଭାବରେ ଭୟଭୀତ କରିଛି ଏଥିରେ ସନ୍ଦେହ ନାହିଁ । କରନା ସଂକ୍ରମଣରେ ଅନେକ ସମୟରେ ଏମିତି କିଛି ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତଙ୍କୁ ବିଚଳିତ କରି ଦେଉଛି।କୌଣସି ମତେ ଥମିବାର ନାମ ଧରୁ ନାହିଁ କରନା ଭାଇରସ ସଂକ୍ରମଣ। ଭାରତରେ ଏହା ଉଗ୍ର ରୂପ ଧାରଣ କରିବାକୁ ଯାଉଛି। ଗତ ମାର୍ଚ୍ଚ ମାସ ଅପେକ୍ଷା ଏପ୍ରିଲ୍ ମାସରେ ଏହାର ସଂକ୍ରମଣ ଅଧିକ ରହିବା ସହ ସକ୍ରିୟ କେଶ୍ ମଧ୍ୟ ଅଧିକ ହୋଇଛି ଆଉ ଏବେ ମୃତ୍ୟୁ ସଂଖ୍ୟା ଅନେକ ମାତ୍ରାରେ ବଢ଼ିଛି। ମଣିଷ ଏବେ ଲଢେଇ କରୁଚି ନିଜର ଜୀବନକୁ ବଞ୍ଚେଇ ରଖିବା ପାଇଁ।

ଭାରତରେ କରୋନା ଭୁତାଣୁ ତାର ବିରାଟ କାୟା ବିସ୍ତାର କରିଥିବା ବେଳେ ସଂପୂର୍ଣ୍ଣ ଦେଶ ରେ ଏବେ କରନା କଟକଣା ଦୃଢ଼ ହେବାରେ ଲାଗିଛି।ତେବେ ଦେଶର କିଛି ରାଜ୍ୟରେ ସଂକ୍ରମଣ ର ହାର ଏତେ ଅଧିକ ରହିଛି ଯେ ସେଠାରେ ଲୋକ ଯେଉଁଭଳି ଚିକିତ୍ସା ଏବଂ ଅମ୍ଳଜାନ ଅଭାବରୁ ମୃତ୍ୟୁ ବରଣ କରୁଛନ୍ତି ସେହି ଅବସ୍ଥା ଦେଖିଲେ ଆଖିରେ ଲୁହ ଆସି ଯାଉଛି। ଯେମିତି ସମାଜରେ ତିଷ୍ଠି ରହିବା ପାଇଁ ଚାଲିଛି ସଂଗ୍ରାମ। ନିଜକୁ ବଞ୍ଚାଇବା ସହିତ ଅନ୍ୟକୁ ବଞ୍ଚାଇବା ପାଇଁ ଚାଲିଛି ଅହରହ ପ୍ରୟାସ। କରୋନା ହାରିବ ଓ ଏହି ଲଢେଇ ରେ ମଣିଷ ଜିତିବ। ଏହି ଲକ୍ଷ୍ୟରେ ଏବେ ସଂଗ୍ରାମ ଜାରି ରହିଛି।

ତେଣୁ ଆମ ପାଖରେ ଏବେ ଗୋଟେ ହିଁ ରାସ୍ତା ଘରେ ରହିବା ସଚେତନ ରହିବା ଓ ସରକାରଙ୍କ ଦ୍ଵାରା ନିଆ ଯାଇଥିବା ସମସ୍ତ ପଦକ୍ଷେପ କୁ ପାଳନ କରିବା।ଏହି ସମୟରେ ଅନେକ ସ୍ଥାନରୁ କିଛି ଏମିତି ଚିତ୍ର ସାମ୍ନାକୁ ଆସୁଛି ଯାହା ଦେଖିଲେ ଦୁଃଖ ଅନୁଭବ ହେବାସହ ଡର ଲାଗୁଚି। ବର୍ତ୍ତମାନ ଦେବାସ୍ ରୁ ଆସିଛି ସେହିପରି ଏକ ଦୁଃଖଦାୟକ ଖବର।ଏହି ଭିଡିଓ ରେ ଜଣେ ଯୁବକ ତାଙ୍କର ଦୁଃଖଭରା ବାର୍ତ୍ତା ଦେଇଛନ୍ତି ମରିବା ପୂର୍ବରୁ।ଆଉ ଏବେ କରନା ସଂକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି। ସେଠାରେ ସେ ଥିବା ମେଡିକାଲ୍ କଲେଜ ରେ ତାଙ୍କର ଚିକିତ୍ସା କରାଯାଉ ନାହିଁ ତାଙ୍କୁ ସ୍ୱାଶକ୍ରୀୟା ରେ ବହୁତ୍ କଷ୍ଟ ହେଉଥିଲେ ମଧ୍ୟ କେହିବି ତାଙ୍କ କଥା ଶୁଣି ତାଙ୍କୁ ଇଞ୍ଜେକସନ କିମ୍ବା ଔଷଧ ଦେଉ ନାହାନ୍ତି।

ମେଡିକାଲ୍ ରେ ହେଉଥିବା ଅବ୍ୟବସ୍ଥା କାରଣରୁ ତାଙ୍କର ଜୀବନ ଯିବାକୁ ବସିଲାଣି।ସେ ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ ଏହି ଭିଡିଓ ଜରିଆରେ ତାଙ୍କର ଚିକିତ୍ସା କରିବା ପାଇଁ। ସେ ବଞ୍ଚିବାକୁ ଚାହୁଁଛନ୍ତି। ତାଙ୍କର ମରିବାକୁ ଇଛା ନାହିଁ। ଏଭଳି ଏକ ଭାବପୂର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ପରେ ଯେତେବେଳେ ତାଙ୍କର ଚିକିତ୍ସା ପାଇଁ ସ୍ବାସ୍ଥ୍ୟକର୍ମୀ ଆସିଥିଲେ ସେତେବେଳେ ତାଙ୍କର ଜୀବନ ଚାଲି ଯାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।