ଦେଖନ୍ତୁ ଭିଡ଼ିଓ : କରୋନା ସଂକ୍ରମିତ ଶ୍ୱଶୁରଙ୍କୁ କାନ୍ଧରେ ପକାଇ ଚାଲି ଚାଲି ହସ୍ପିଟାଲକୁ ଆଣିଲେ, ପୁଅର ଅନୁପସ୍ଥିତିରେ ଦାୟିତ୍ୱ ତୁଲାଇଲେ ବୋହୂ : ଛୁଟୁଛି ପ୍ରଶଂସାର ସୁଅ…

0

କରନା ସଂକ୍ରମିତ ବ୍ୟକ୍ତିଙ୍କୁ ସାଧାରଣ ଲୋକେ କଣ ନିଜ ପରିବାର ଛୁଉଁ ନଥିବା ବେଳେ କିନ୍ତୁ ଏବେ ଆସାମ ର ଭାଟିଗାଉଁ ଅଞ୍ଚଳରେ ଦେଖିବକୁ ମିଳିଛି ଏକ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିଜର କରନା ସଂକ୍ରମିତ ଶଶୁରଙ୍କୁ ପିଠିରେ ପକାଇ ହସ୍ପିଟାଲ କୁ ନେଉଛନ୍ତି ବୋହୂ। ଯେମିତି କି ବିଳମ୍ବ ନହୋଇ ଶଶୁରଙ୍କ ଚିକିତ୍ସା ବହୁତ ଜଲଦି ଠିକ୍ ସମୟରେ ହୋଇ ପାରିବ। ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି। ତେବେ ସୂଚନା ଅନୁସାରେ ଏହି ୭୫ ବର୍ଷୀୟ ଶଶୁରଙ୍କୁ ବୋହୂ ଜନଙ୍କ ଯେଉଁଭଳି ଭାବର ଚିକିତ୍ସ ପାଇଁ ନେଇ ଯାଉଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବୋହୂର ଶଶୁର ପ୍ରତି ସେବା ଏଵଂ ଉଦାରତା ଆଗରେ ହାର ମାନିଛି ସବୁକିଛି। କରନା ସଂକ୍ରମଣ ଶଶୁର କୁ ନିଯେ ହସ୍ପିଟାଲ କୁ ନେଇ ଯିବା ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।

ତେବେ ଏହି ବୃଦ୍ଧଙ୍କ ପୁଅ ଜଣଙ୍କ ସହରରେ ରହୁଥିବା ବେଳେ ତାଙ୍କର ଅନୁପସ୍ଥିତି ରେ ବୋହୂ ନୀହାରିକା ଶଶୁରଙ୍କ ଏହିଭଳି ଭାବରେ ସେବା କରୁଛନ୍ତି। ଗତ କିଛି ଦିନ ତଳେ ଶଶୁର କରନା ସଂକ୍ରମଣ ରେ ସଂକ୍ରମିତ ହୋଇ ଥିଲେ।ଏହାପରେ ଧୀରେ ଧୀରେ କିଛି ଦିନ ଯିବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଡ଼ାକ୍ତର ତାଙ୍କୁ ଜିଲ୍ଲା କୋଭିଡ଼ ହସ୍ପିଟାଲ ରେ ଭର୍ତ୍ତି ହେବାକୁ କହିଥିଲେ। କିନ୍ତୁ ଘର ଠାରୁ ହସ୍ପିଟାଲ ବହୁତ ଦୂରରେ ଥିଲା ଏବଂ ବୋହୂ ଜଣଙ୍କ ବହୁତ ଚେଷ୍ଟା ପରେ ବି କାହାର ସାହାଯ୍ୟ ପାଇଲେ ନାହିଁ ନିଜ ଶଶୁରଙ୍କୁ ହସ୍ପିଟାଲ କୁ ନେବା ପାଇଁ। ଶେଷରେ ଶଶୁରଙ୍କ ଚିକିତ୍ସା ରେ ବିଳମ୍ବ ହେବାର ସମ୍ଭାବନା କୁ ଲକ୍ଷ୍ୟ କରି, କରନା ସଂକ୍ରମିତ ଶଶୁରଙ୍କ କଷ୍ଟକୁ ଦେଖି ନପାରି ବୋହୂ ଜଣଙ୍କ ତାଙ୍କୁ ନିଜ କାନ୍ଧରେ ବସାଇ ହସ୍ପିଟାଲ ପର୍ଯ୍ୟନ୍ତ ନେଇ ଯାଇଥିଲେ।ଆଉ ସେଠାରେ ତାଙ୍କର ଚିକିତ୍ସା ହୋଇଥିଲା।

କିନ୍ତୁ ଦୁଃଖର କଥା ଏହିକି ଯେ ନିଜ ଶଶୁର ଙ୍କ ସେବା କରୁ କରୁ ବୋହୂ ନିହାରୀକା ନିଜେ କରନାରେ ସଂକ୍ରମିତ ହୋଇଗଲେ। ଏପଟେ ଡାକ୍ତର ଶଶୁରଙ୍କ ପ୍ରତି ବୋହୂ ନିହାରିକା ର ଏଭଳି ନିଷ୍ଠାକୁ ଦେଖି ତାଂକୁ ଗାଆଁ ପାଖରେ ଥିବା କୋଭିଡ ୱାର୍ଡ କୁ ପଠାଇଛନ୍ତି। ତେବେ ଦର୍ଶଦକବନ୍ଧୁ ଏବେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆରେ ବହୁତ୍ ମାତ୍ରାରେ ସେୟାର ହେବାରେ ଲାଗିଛି। ଆଉ ଏହି ଭିଡିଓ ସ୍ପଷ୍ଟ ଭାବରେ ବୟାନ କରୁଛି ଯେ ବୋହୂ ବି ଜଣେ ଝିଅ ଭଳି ନୁହେଁ ଝିଅ ହିଁ ହୋଇପାରେ। ବାସ୍ ଏଥିପାଇଁ କେବଳ ନିଜର ଚିନ୍ତାଧାରା ଏବଂ କର୍ମକୁ ବଦଳାଇବା କୁ ପଡ଼ିବ।ଏହି ଘଟଣା ସୋସିଆଲ ମିଡ଼ିଆରେ ପ୍ରସାରିତ ହେବା ପରେ ଲୋକେ ଏହାକୁ ଜାଣିବା ପରେ ଏହି ବୋହୂ ଜଣଙ୍କର ଏଭଳି କାର୍ଯ୍ୟକୁ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।