କରୋନା ଟିକା ନେବା ପରେ ଏମିତି ଭୁଲ୍ ଜମା ବି କରନ୍ତୁନି, ଜୀବନ ପାଇଁ ହୋଇପାରେ ରିକ୍ସ, ଜାଣନ୍ତୁ ଏହି ୫ ଟି ଜରୁରୀ କଥା

0

ବର୍ତ୍ତମାନ କରୋନା ସାରା ବିଶ୍ୱରେ ତାଣ୍ଡବ ଲୀଳା କରୁଛି। କରୋନା ଦ୍ୱାରା ଲୋକ ମାନେ ମଧ୍ୟ ବହୁତ କଷ୍ଟ ଅନୁଭବ କରୁଛନ୍ତି। କରୋନା ଦାଉରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ଦେଶରେ ଟୀକା କରଣର ପ୍ରକ୍ରିୟା ଆରମ୍ଭ ହୋଇ ଗଲାଣି ଯାହା ଫଳରେ କି ଲୋକ ମାନଙ୍କୁ ଏକ ପ୍ରକାର ଆଶ୍ବସନା ମିଳି ପାରୁଛି। କରୋନା ଟୀକା ନେବା ପରେ ଆପଣ ମାନେ ସମ୍ପୂର୍ଣ ରୂପେ ସୁରକ୍ଷିତ ବୋଲି ଭାବନ୍ତୁ ନାହିଁ। ଟୀକା ନେବା ପରେ ମଧ୍ୟ ସଂକ୍ରମଣ ହେବାର ମାତ୍ରା ମଧ୍ୟ ରହିଛି।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ମଧ୍ୟ ଅନୁଭବ କରିବେ। ତେବେ ଘଟଣା ହେଉଛି କରୋନା ଟୀକା ନେବା ପରେ ସୁରକ୍ଷିତ ରହିବା ପାଇଁ ବିଶେଷଜ୍ଞ ମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ବୋଲି ସୂଚନା ମିଳୁଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ,ବୈଜ୍ଞାନିକ ମାନେ ଲୋକ ମାନଙ୍କୁ କହିଛନ୍ତି ଯେ ପ୍ରଥମ ଡୋଜ ଟୀକା ନେବା ପରେ କୋଭିଡ ନିୟମ ମାନିବା ସହିତ ସାବଧାନତା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି। ବିଶେଷଜ୍ଞ ମାନେ ମଧ୍ୟ ବୈଜ୍ଞାନିକ କଥାକୁ ବିଶ୍ୱାସ କରି କହନ୍ତି ଯେ ପ୍ରଥମ ଡୋଜର 6-8 ସପ୍ତାହ ମଧ୍ୟରେ ଆଣ୍ଟି ବଡି ଉତ୍ପନ ହୁଏ। ଟ୍ରପିକାଲ ମେଡ଼ିସିନ ସ୍କୁଲର କ୍ଲିନିକାଲ ଟ୍ରାୟଲ ବିଶେଷଜ୍ଞ ଶାନ୍ତନୁ ତ୍ରିପାଠୀ କହିଛନ୍ତି, ଯେ ଟୀକାର ଅର୍ଥ ଏହା ନୁହେଁ ଯେ ସଂକ୍ରମଣ ବିସ୍ତାର ହେବ ନାହିଁ। ଟୀକାର ଅର୍ଥ ହେଉଛି ଭୂତାଣୁ ସହିତ ଲଢ଼ିବା ପାଇଁ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ି ଥାଏ।

ତେବେ ପ୍ରଥମ ଡୋଜ ଟୀକା ନେବାର 14 ଦିନ ପରେ ଆପଣଙ୍କ ଶରୀରରେ ସର୍ବାଧିକ ଆଣ୍ଟିବଡି ରହିଥାଏ କିନ୍ତୁ ଦ୍ୱିତୀୟ ଡୋଜ ଟୀକା ଠିକ ସମୟରେ ନେବେ ନାହିଁ ତେବେ ଏହି ଆଣ୍ଟିବଡି ଗୁଡିକ କିଛି ସମୟ ପରେ ଦୁର୍ବଳ ହେବାକୁ ଲାଗିଥାଏ। ଏହି ପରିସ୍ଥିତିରେ ନିରାପଦ ରହିବା ପାଇଁ 28 ଦିନ ପରେ ଦ୍ୱିତୀୟ ଡୋଜ ଟୀକା ନେବା ଆବଶ୍ୟକ ଭାଇରୋଲୋଜିଷ୍ଟ ଅମିର ଦୁଲ ମଲିକ ମଧ୍ୟ ଏହି ରିପୋର୍ଟ ଦେଖି କହିଛନ୍ତି ଯେ ଟୀକାର ଉଭୟ ଡୋଜକୁ ଠିକ ସମୟରେ ନେବା ଉଚିତ ଅଟେ। ଉଭୟ ଡୋଜ ନେବା ପରେ କରୋନାର ଅନ୍ୟ ମ୍ୟୁଟାଣ୍ଟରୁ ସୁରକ୍ଷିତ ରହି ପାରିବେ। ଏହା ସହିତ ମାସ୍କ ଓ ସାମାଜିକ ଦୂରତା ମଧ୍ୟ ରକ୍ଷା କରିବା ଉଚିତ। ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ଅନୁରୋଧ ଘରୁ ବାହାରିବା ବେଳେ ମାସ୍କ ପିନ୍ଧନ୍ତୁ, ଏବଂ ସାମାଜିକ ଦୂରତା ରକ୍ଷା କରନ୍ତୁ। ନିଜେ ସୁରକ୍ଷିତ ରୁହନ୍ତୁ, ଅନ୍ୟକୁ ସୁରକ୍ଷିତ ରଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।