ଜରୁରୀ ଖବର : କରୋନା ଟୀକା ନେବା ପରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ କି ? ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

କରନା ମହାମାରୀ ର ଭୟାବହତା ଏକ ଏଭଳି ସ୍ଥିତି ସୃଷ୍ଟି କରିଛି ଯେଉଁଥି ପାଇଁ ମାନବ ସମାଜ ଆଜି ଲଢେଇ କରୁଛି ବଞ୍ଚିବା ପାଇଁ। ଜୀବନ ବଞ୍ଚାଇବା ପାଇଁ ଏକ ପ୍ରକାର ସଂଗ୍ରାମ ଜାରି ରହିଛି। କାରଣ ପୁଣିଥରେ କରନା ର ନୂଆ ଷ୍ଟ୍ରେନ ଏବେ ଏକ ପ୍ରକାର ଭୟ ଖେଳାଇ ଦେଇଛି ସମସ୍ତଙ୍କ ମନରେ। ଯେଉଁ କାରଣରୁ ପୁଣିଥରେ ସମଗ୍ର ବିଶ୍ୱ ଏବେ କରୋନା ସହ ଲଢ଼େଇ କରୁଛି। କରନା ସଂକ୍ରମଣ ଏଭଳି ସ୍ଥିତି ସୃଷ୍ଟି କରିଚି ଯେ ଏଥିରେ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି। ଏଥିରେ ଲୋକଙ୍କ ଜୀବନ ମଧ୍ୟ ଯାଉ ଥିବାରୁ ଲୋକେ ସାଧାରଣ ଭାବରେ ଭୟଭୀତ ହେବା ସ୍ଵାଭାବିକ। ଭାରତର ସ୍ଥିତି ଦିନକୁ ଦିନ ଅଣାୟତ ହୋଇ ପଡୁଛି।

ସମସ୍ତ ପ୍ରକାର ଚେଷ୍ଟା ପ୍ରଶାସନ ପକ୍ଷରୁ ଜାରି ରହିଛି ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ। ଆଉ କରନା ର ନୂଆ ନୂଆ ଲକ୍ଷଣ ଲୋକଙ୍କ ମନରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି। ଯେଉଁ କାରଣରୁ ଲୋକଙ୍କ ମନରେ ଅନେକ ପ୍ରକାର ପ୍ରଶ୍ନ ସୃଷ୍ଟି ହେଉଛି ସ୍ବାସ୍ଥ୍ୟ ସମସ୍ୟାକୁ ନେଇ।ତେବେ ଏହି ସମୟରେ ସାମ୍ନାକୁ ଆସିଛି ଏକ ଏମିତି ତଥ୍ୟ ଯାହା ସମସ୍ତଙ୍କ ପାଇଁ ଜାଣିବା ନିହାତି ଦରକାର। ଶାରିରୀକ ପରିଶ୍ରମ ଠାରୁ ଦୂରେଇ ରହୁଥିବା ଲୋକ ମାନଙ୍କୁ ଏହି ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହୁଛି।ଆଉ ଏହି ପରିପ୍ରେକ୍ଷୀରେ କରନା ର ପ୍ରତିଷେଧକ ଟୀକା ନେବାପରେ ସ୍ବାମୀ ସ୍ତ୍ରୀ ଙ୍କ ମନରେ ଶାରିରୀକ ସମ୍ପର୍କ ସ୍ଥାପନ କୁ ନେଇ ପ୍ରଶ୍ନ ମଧ୍ୟ ଉଠିବା ରେ ଲାଗିଛି।

ଏଭଳି ପ୍ରଶ୍ନ ଉଠୁଛି ଯେ ଯଦି ସ୍ବାମୀ ଟୀକା ନେଇଛନ୍ତି ଏବଂ ସ୍ତ୍ରୀ ଟୀକା ନେଇ ନାହାନ୍ତି ତେବେ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ କୌଣସି ସମସ୍ୟା ସୃଷ୍ଟି କରିବ କି ନାହିଁ? ଏହାର କଣ ପାର୍ଶ୍ଵ ପ୍ରତିକ୍ରିୟା ରହିଛି? ସ୍ତ୍ରୀ ଉପରେ ଏହାର ପ୍ରଭାବ କଣ ରହିବ ଏବଂ ଏଭଳି ସ୍ଥିତି ରେ ଶାରୀରିକ ସଂପର୍କ ସ୍ଥାପନ କରିବା ଉଚିତ୍ କି ନୁହେଁ। ଏଭଳି ପ୍ରଶ୍ନ ସାଧାରଣରେ ଅନେକଙ୍କ ମନରେ ରହିଛି। ତେବେ ଏହାକୁ ନେଇ ଡାକ୍ତର ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତ କଣ ରହିଛି ଜାଣନ୍ତୁ। ଡାକ୍ତରଙ୍କ ମତରେ ଏଭଳି ପରିସ୍ଥିତି ରେ ଆପଣ ପୂର୍ବ ଭଳି ସମ୍ପର୍କ ରଖି ପାରିବେ।

ତେବେ ଏଥିରେ କୌଣସି ବି ପାର୍ଶ୍ଵ ପ୍ରତିକ୍ରିୟା ହେବାର ସମ୍ଭାବନା ନାହିଁ।ଏହା ଏକ ପ୍ରକାରର ଗୁଜବ ଅଟେ। ଟୀକାକରଣ ପରେ ଶାରିରୀକ ସମ୍ପର୍କ ସ୍ଥାପନ କୌଣସି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରି ନଥାଏ। ଉଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କ ପାଇଁ ଏଥିରେ କୌଣସି ପ୍ରକାର ସମସ୍ୟା ନାହିଁ। ତେଣୁ ଆପଣ ମାନେ ଏଥିପ୍ରତି ଆଦୌ ଭୟଭୀତ ହୁଅନ୍ତୁ ନାହିଁ। ପୂର୍ବ ଭଳି ଆପଣ ସାଧାରଣ ଭାବରେ ପରସ୍ପର ସହ ମିଶି ପାରିବେ ଟୀକାକରଣ ପରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।