କୋର୍ଟ ଭିତରେ ସ୍ୱାମୀ-ସ୍ତ୍ରୀ ମାରପିଟ ! ମୁଁ କଣ ହରେକ ମାଲ ଛୁଆ ଜନ୍ମ କରି ଛାଡ଼ିଦେବ…ଦେଖନ୍ତୁ ଭିଡ଼ିଓ

ଏବେ ସାମ୍ନାକୁ ଆସିଛି ଏକ ଏଭଳି ଘଟଣା ଯେଉଁ ଘଟଣାରେ ଉଭୟ ସ୍ଵାମୀ ସ୍ତ୍ରୀ ଡିଭୋର୍ସ ପାଇଁ ଆସିଥିବା ବେଳେ ଅଫିସ ଆଗରେ ମାରପିଟ ଲାଗି ଯାଇଥିବାର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳୁଛି। ଯାହା ସେଠାରେ ଥିବା ଅନ୍ୟ ଲୋକଙ୍କୁ ବିସ୍ମିତ କରିଛି। ଆଉ ଏହି ମାମଲାରେ ସ୍ତ୍ରୀ ଟି ସ୍ବାମୀ ନାମରେ ଅଭିଯୋଗ ଆଣି କହୁଛି ମୁଁ କଣ ହରେକମାଲ୍ ଯେ ଛୁଆ ହେଲା ପରେ ମୋତେ ଛାଡ଼ିଦେବ? ମୋ ଛୁଆର ଭବିଷ୍ୟତ କଣ ହେବ, ମୁଁ କେମିତି ଚଳିବି ? ମୁଁ ଚାହୁଁଛି ମୋ ସ୍ୱାମୀଙ୍କ ପାଖରେ ରହିବି। ସିଏ ମୋ କଥା ବୁଝନ୍ତୁ ଓ ମୋ ଛୁଆର ଦାୟିତ୍ୱ ନିଅନ୍ତୁ। ମହିଳାଙ୍କ ଏହିଭଳି ଅଭିଯୋଗ ନିକଟରେ ବାଲେଶ୍ୱର ପାରିବାରିକ ଅଦାଲତ ବାହାରେ ଦେଖିବାକୁ ମିଳିଛି।

ମହିଳା ଜଣଙ୍କ କାନ୍ଦି କାନ୍ଦି ଏପରି ଗୁହାରୀ କରୁଛନ୍ତି ଗଣମାଧ୍ୟମ ସମ୍ମୁଖରେ ଏବଂ ସ୍ୱାମୀଙ୍କ ପାଖରେ ରହିବା ପାଇଁ ନିବେଦନ ମଧ୍ୟ କରୁଛନ୍ତି। ଏଭଳି ଘଟଣା ସମସ୍ତଙ୍କୁ ସେଠାରେ ଆଶ୍ଚର୍ଯ୍ୟ କରିଛି। ତେବେ କାଲି ବାଲେଶ୍ୱର ପାରିବାରିକ ଅଦାଲତ ବାହାରେ ଦେଖିବାକୁ ମିଳିଥିଲା ଏମିତି ଏକ ଘଟଣା ଯେଉଁ ଥିରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଠେଲାପେଲା, ପାଟିତୁଣ୍ଡ ଓ ମାଡ଼ ମରାମରି ଦେଖିବାକୁ ମିଳିଥିଲା। ତେବେ ଡିଭୋର୍ସ ପାଇଁ ଆସି ପାରିବାରିକ ଅଦାଲତରୁ ବାହାରିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏପରି ପାଟିତୁଣ୍ଡ ହୋଇଥିଲା। ସ୍ତ୍ରୀ ଶୁଭାସିନୀଙ୍କୁ ତାଙ୍କ ସ୍ୱାମୀ ସିଦ୍ଧାର୍ଥ ପ୍ରଥମେ କୋର୍ଟ କ୍ୟାମ୍ପସ୍‌ ପରିସରରେ ଗାଳିଗୁଲଜ କରିଥିଲେ ବୋଲି ସ୍ତ୍ରୀ କହିଛନ୍ତି।

ଏହାପରେ ସ୍ବାମୀ ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି।ତେବେ ସୂଚନା ଅନୁସାରେ ଶୁଭାସିନୀଙ୍କ ସାଥୀରେ ଆସିଥିବା ଆଶା, ଅଙ୍ଗନବାଡ଼ି ଦିଦି ଓ ପରିବାର ଲୋକ ଏହି ମାରପିଟ୍ କୁ ଛଡ଼ାଛଡ଼ି କରିଥିଲେ। ମାଡ଼ ମରାମରି ର ଭିଡ଼ିଓ କ୍ୟାମେରାରେ ରେକର୍ଡ଼ ହେବା ପରେ ଏହା ଭାଇରାଲ ହେବାରେ ଲାଗିଛି। ତେବେ ସ୍ତ୍ରୀ ଶୁଭାସିନୀଙ୍କ କହିବା ଅନୁସାରେ ଅନେକ ଥର ଶାଶୁ ଘର ପକ୍ଷରୁ ତାଙ୍କୁ ନିର୍ଯାତନା ଦିଆ ଯାଇଛି। ଆଉ ଶେଷରେ ନିର୍ଯାତନା ସହ୍ୟ ନହେବାରୁ ସେ ବାଲେଶ୍ୱର ସଦର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ ଡାକି ବୁଝାଇଥିଲେ।

ନିର୍ଯାତନା ଦେବେ ନାହିଁ ବୋଲି ସ୍ବାମୀ ମଧ୍ୟ ପୁଲିସକୁ କହିଥିଲେ ବୋଲି ଶୁଭାସିନୀ କହିଛନ୍ତି।କିନ୍ତୁ ତାହା ହେଲା ନାହିଁ ବରଂ ତାଙ୍କ ଉପରେ ପୁଣି ସେମିତି ନିର୍ଯାତନା ଦିଆଗଲା। ତେବେ ଆପଣଙ୍କୁ କହି ରଖୁଛୁ ଯେ ସ୍ବାମୀ ଜଣଙ୍କ ହେଉଛନ୍ତି ସଦର ସଦର ଥାନା ହେମକାପଦା ଗାଁର ସିଦ୍ଧାର୍ଥ ନାୟକ। ଯିଏକି ଜଣେ ସରକାରୀ କର୍ମଚାରୀ ଅଟନ୍ତି ଏବଂ ସେ ଭୁବନେଶ୍ୱରରେ ସିଭିଲ୍‌ ସପ୍ଲାଏ ଡିପାର୍ଟମେଣ୍ଟରେ ଚାକିରି କରନ୍ତି। ତାଙ୍କ ବିରୋଧରେ ସ୍ତ୍ରୀ ଏମିତି ଅଭିଯୋଗ ଆଣିଥିବା ବେଳେ କିନ୍ତୁ ରିପୋର୍ଟ ଲେଖା ହେବା ସୁଦ୍ଧା ତାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।