କୋର୍ଟଙ୍କ_ରାୟ_ପରେ_ଖୁସିରେ_କାନ୍ଦିପକାଇଲେ_ତପଶ୍ୱନୀ…ଶେଷରେ କହିଦେଲେ ଏମିତି….ଦେଖନ୍ତୁ ଭିଡ଼ିଓ

0

ଜୀବନ ଅଛି ତୋ ଅନେକ ସମସ୍ୟା ଅଛି ସୁଖ ଦୁଃଖ ଉଭୟ ଜୀବନରେ ଲାଗି ରହେ। ଦୁନିଆରେ ଏପରି କୌଣସି ଲୋକ ନାହାନ୍ତି ଯେଉଁ ମାନଙ୍କ ଜୀବନରେ କେବେ କୌଣସି ସମସ୍ୟା ଆସିନଥାଏ ବା ଦୁଃଖ ଆସିନଥାଏ। ଆଜିକାଲିର ଶିକ୍ଷିତ ସମାଜରେ ଅନେକ ସମସ୍ୟା ଦେଖିବା ପାଇଁ ମିଳୁଛି। ଏସବୁ ବ୍ୟତୀତ ପାରିବାରିକ କଳହ ଏକ ବିରାଟ ସମସ୍ୟା ଭାବରେ ମୁଣ୍ଡ ଟେକିଛି। ବିଶେଷ କରି ଆଜି କାଲି ଯୁବକ ଯୁବତୀ ମାନେ ଭଲ ପାଇ ବିବାହ କରୁଛନ୍ତି। ଭଲ ପାଇ ନିଜ ଇଚ୍ଛା ଅନୁସାରେ ବିବାହ କରିବା କାରଣରୁ ପିତା ମାତା ପିଲା ମାନଙ୍କର ଏଭଳି ନିଷ୍ପତ୍ତିକୁ ଗ୍ରହଣ କରୁନାହାନ୍ତି। ଏହା ପରେ ଆରମ୍ଭ ହୋଇଯାଉଛି ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିଭିନ୍ନ ପ୍ରକାର ସମସ୍ୟା।

ଏଭଳି ଅନେକ ଘଟଣା ସମାଜରେ ଦେଖିବା ପାଇଁ ମିଳୁଛି। ଆମ ଓଡିଶାରେ ଦୀର୍ଘ ୪୦ ଦିନରୁ ଉର୍ଦ୍ଧ୍ବ ସମୟ ଧରି ନିଜ ସ୍ୱାମୀ ପାଖରେ ରହିବା ଆଶାରେ ନ୍ୟାୟ ପାଇ ସ୍ୱାମୀ ଘର ଆଗରେ ବସିରହିଥିଲା। ଯାହାବି ହେଉ ତପସ୍ୱିନୀଙ୍କ ତପସ୍ୟାର ଆଜି ଅନ୍ତ ଘଟିଛି। ଆଜି କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ତପସ୍ୱିନୀ ନିଜ ସ୍ୱାମୀଙ୍କ ପାଖରେ ରହି ପାରିବେ। ତାଙ୍କ ସ୍ୱାମୀ ସୁମିତ ତାଙ୍କୁ କିଛି ଜୋର ଜବରଦସ୍ତ କହି ପାରିବେ ନାହିଁ। ତପସ୍ୱିନୀ ମଧ୍ୟ ତାଙ୍କ ସ୍ୱାମୀଙ୍କୁ କିଛି କହି ପାରିବେ ନାହିଁ। ସେ ନିଜେ ସମସ୍ତଙ୍କୁ ଧନ୍ୟବାଦ ଜଣେଇଛନ୍ତି। ସମାଜସେବୀ ପ୍ରମିଳା ମାଉସୀ, ଜଜ୍ ସାହେବଙ୍କୁ ସେ କୃତଜ୍ଞତା ଜଣେଇଛନ୍ତି।

ପ୍ରଭୁ ଜଗନ୍ନାଥ ତାଙ୍କର ଡାକ ଶୁଣିଛନ୍ତି ସେ ଏକଥା ମଧ୍ୟ କହିଚନ୍ଦ୍ର ଯେ ତାଙ୍କ ଶ୍ୱଶୁର ତାଙ୍କୁ କ୍ଷମା କରି ଦିଅନ୍ତୁ। ଯାହାବି କିଛି ଭୁଲ ରହିଛି ତାଙ୍କର ସବୁ ଦୋଷ ଦୁର୍ବଳତାକୁ ବୁଝି ସୁମିତ ତାଙ୍କ ସହିତ ପୁଣି ଥରେ ଭଲରେ ରୁହନ୍ତୁ। ସେ ଆଉ ଥରେ ଏକ ସୁଖର ସଂସାର କରି ରହିବା ପାଇଁ ଚାଂହୁଛନ୍ତି। ତାଙ୍କ ଶ୍ୱଶୁର ଚାହିଁଲେ ସୁମିତଙ୍କୁ ବୁଝେଇ ପାରିବେ। ଆଉ କୌଣସି ପ୍ରକାର ଯୋଜନା କରନ୍ତୁ ନାହିଁ। ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ପୂର୍ବରୁ ମଧ୍ୟ କୋର୍ଟ ଉଭୟ ଏକାଠି ରହିବା ରାୟ ଶୁଣାଇ ଥିଲା।

ଉଭୟ ଏକାଠି ୭ ଦିନ ଯାକ ରହିଲେ ସତ ହେଲେ ତାଙ୍କ ମଧ୍ୟରେ ସ୍ୱାମୀ ସ୍ତ୍ରୀର ଭଲ ପାଇବା ନଥିଲା। ସୁମିତ ସେଠାରୁ ଲୁଚି କରି ପଳେଇ ଆସିଥିଲେ। ଏହାପରେ ମଧ୍ୟ ତପସ୍ୱିନୀ ନିଜର ତପସ୍ୟା ରେ ରହି ସ୍ୱାମୀଙ୍କୁ ପାଇବା ଆଶାରେ ସ୍ୱାମୀର ଗେଟ ସାମ୍ନାରେ ରହିଥିଲେ। ତାଙ୍କ ସହିତ ସମାଜସେବୀ ପ୍ରମିଳା ମାଉସୀ ମଧ୍ୟ ରହିଥିବାର ଦେଖିବା ପାଇଁ ମିଳିଥିଲା। ତପସ୍ୱିନୀଙ୍କ ମାଆ ମଧ୍ୟ ସୁମିତ ଜଣେ ଭଲ ପିଲା ବୋଲି କହିଥିବାର ଦେଖିବା ପାଇଁ ମିଳିଛି। ଯାହାବି ହେଉ କୋର୍ଟର ଏଭଳି ନିଷ୍ପତ୍ତି ଏକ ପ୍ରକାର ଗ୍ରହଣ ଯୋଗ୍ୟ ଭାବରେ ବିବେଚିତ ହୋଇଛି। ଆମର ମଧ୍ୟ ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ଉଭୟ ଏକାଠି ମିଶି ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।