ସାପ ଯାହାର ନାଁ ଶୁଣିଲେ ଭୟ ଲାଗିବା ସ୍ଵାଭାବିକ। କାରଣ ସାପ ଦଂଶନ କଲେ ଜୀବନ ଚାଲିଯିବାର ସମ୍ଭାବନା ରହିଥାଏ। କିଛି ସାପ ବିଷହିନ ହୋଇଥିବା ବେଳେ ଆଉ କିଛି ସାପ ବିଷଧର ହୋଇଥାନ୍ତି। ବିଶେଷ କରି ନାଗ ପ୍ରଜାତିର ସାପର ବିଷ ମଣିଷ ଓ ଜୀବଜନ୍ତୁଙ୍କ ପାଇଁ ଖୁବ୍ ଘାତକ ହୋଇଥାଏ। ତେବେ ଆପଣ ମାନେ ସାପକୁ ନେଇ ବିଭିନ୍ନ ପ୍ରକାର ଭିଡିଓ ସୋସିଆଲ ମିଡିଆରେ ଦେଖିବା ପାଇଁ ପଉଥିବେ। ବର୍ତ୍ତମାନ ମଧ୍ୟ ସାପକୁ ନେଇ ଭୟାନକ ଭିଡିଓ ସାମ୍ନାକୁ ଆସିଛି।
ତେବେ ଆପଣ ମାନେ ଜାଣିଥିବେ ଯେ ଭଦ୍ରକ ଜିଲ୍ଲାରେ ସାପ ଆତଙ୍କ ଦେଖିବା ପାଇଁ ମିଳୁଛି।ନାଗ ସାପର ଜିଲ୍ଲା ପାଲଟି ଯାଇଛି ଓଡ଼ିଶାର ଭଦ୍ରକ ଜିଲ୍ଲା। ଲୋକଙ୍କ ନିଦ ହଜାଇ ଦେଉଛି ଏହି ନାଗ ପ୍ରଜାତିର ସାପ। ଭଦ୍ରକ ଜିଲ୍ଲାରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ସାପ ରହିବାରର ସନ୍ଧାନ ମିଳୁଛି। ଯାହାକୁ ନେଇ ଭୟଭୀତ ହୋଇ ପଡ଼ୁଛନ୍ତି ଲୋକେ। ବାରମ୍ବାର ସାପ ବାହାରିବା ଦ୍ଵାରା ଲୋକେ ଆତଙ୍କିତ ହୋଇ ରହିଛନ୍ତି।
ତେବେ ପୁଣି ଥରେ ଭଦ୍ରକ ଜିଲ୍ଲାର ଏକ ବିରାଟକାୟ ଚନ୍ଦ୍ରନାଗ ସାପକୁ ଉଦ୍ଧାର କରା ଯାଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଆପଣ ଏହି ଭିଡିଓ ଦେଖିଲା ପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ନିଶ୍ଚିତ। କାରଣ ଭିଡିଓଟି ଠିକ୍ ସେହିଭଳି। ଏଠାରେ ଏକ ବିରାଟକାୟ ଚନ୍ଦ୍ରନାଗ ସାପକୁ ଉଦ୍ଧାର କରା ଯାଇଛି।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ତେବେ ଏହି ବିରାଟକାୟ ଚନ୍ଦ୍ରନାଗ ସାପଟି ଭଦ୍ରକ ଜିଲ୍ଲାର ଏକ ଘର ଭିତରକୁ ପଶି ଯାଇଥିଲା। ସାପଟିର ଲମ୍ବ ରହିଥିଲା ପାଖାପାଖି ୬ ଫୁଟ୍। ଘର ଭିତରେ ନଅ ମାସର ଶିଶୁପୁତ୍ର ସାମ୍ନାରେ ସାପଟି ଫଣା ଟେକି ଗର୍ଜନ କରୁଥିଲା। ଆଉ ଏହି ସମୟରେ ପିଲାଟିର ମା ଆସି ଦେଖି ପାରିଥିଲେ। ଆଉ ମା ସାପକୁ ଦେଇ ଭୟଭୀତ ହୋଇ ପଡ଼ିଥିଲେ। କିନ୍ତୁ ସାହସିକତାର ସହିତ ନିଜ ଜୀବନକୁ ବାଜି ଲଗାଇ ପିଲାକୁ ସାପ ମୁହଁରୁ ବଞ୍ଚାଇ ପାରିଥିଲା ମା। ଆଉ ଏହାପରେ ସେଠାରେ ପରିବାର ଲୋକେ ଆଉ ସ୍ଥାନୀୟ ବାସିନ୍ଦା ଆସି ପାହିଁଚି ଥିଲେ। ଏହାପରେ ସାପଟି ଏକ କୋଣ ପାଖରେ ଲୁଚି ଯାଇଥିଲା।
ଲୋକେ ନାଗ ସାପକୁ ଦେଖି ଭଦ୍ରକ ସ୍ନେକ ହେଲ୍ପ ଲାଇନର ସଦସ୍ୟ ମିର୍ଜ଼ା ମହମ୍ମଦ ଆରିଫଙ୍କୁ ଖବର ଦେଇଥିଲେ। ଆଉ ଏହାପରେ ମିର୍ଜା ଆସି ଏହି ବିରାଟକାୟ ଚନ୍ଦ୍ରନାଗ ସାପଟିକୁ ଉଦ୍ଧାର କରିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ମିର୍ଜ଼ା ମହମ୍ମଦ ଆରିଫ କିଭଳି ଭାବେ ଏହି ବିରାଟକାୟ ଚନ୍ଦ୍ରନାଗ ସାପଟିକୁ ଉଦ୍ଧାର କରିଛନ୍ତି ତାହା ଆପଣ ଭିଡିଓ ଦେଖିଲେ ଜାଣି ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।