ବନ୍ଧୁଗଣ ବର୍ତମାନ ଆଣ୍ଠୁ ଯନ୍ତ୍ରଣା ଜନିତ ସମସ୍ୟା ପିଲା ଠାରୁ ବୃଦ୍ଧ ଯାଏଁ ପ୍ରାୟ ସମସ୍ତଙ୍କ ପାଖରେ ଦେଖା ଗଲାଣି |ଏହି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଆମର ଭୁଲ ପାଇଁହିଁ ହୋଇଥାଏ, ଆମେ ଅଧିକ ଚଲାବୁଲା ନକରିବା, ବ୍ୟୟମ ନକରି ଏବଂ କଲସିୟମ ଜାତୀୟ ଖାଦ୍ୟର ଅଭାବ ଯୋଗୁଁ ଏହି ସମସ୍ୟା ଆମ ଠାରେ ଦେଖାଯାଏ |ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉ କିମ୍ବା ଯେକୌଣସି ଜଏଣ୍ଟ ପେନର ସମସ୍ୟା ହେଉ ଏହାକୁ ସହିବା ବହୁତ କଷ୍ଟ ହୋଇଥାଏ |ମୁଁ ଆଜି ଆପଣକୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବି ଯାହା ଆପଣଙ୍କ ଏହି ଜଏନ୍ତ ପେନ ପରି ସମସ୍ୟାକୁ ସମ୍ପୂର୍ଣ ଭଲ କରିଦେବ |ତେବେ ଆସନ୍ତୁ ଏହି ଘରୋଇ ଉପଚାରର ବ୍ୟବହାର ଓ ପ୍ରସ୍ତୁତି ବିଷୟରେ ଜାଣିବା |
ଆବଶ୍ୟକ ସାମଗ୍ରୀ :-
ତେଜପତ୍ର,ସୋରିଷ ତେଲ,
ପ୍ରସ୍ତୁତି :-
ପ୍ରଥମେ ଆପଣ ପାଞ୍ଚ ରୁ ଛଅଟି ତେଜପତ୍ର ନିଅନ୍ତୁ,ଏହି ପତ୍ରକୁ ଆପଣ ଛୋଟ ଛୋଟ ପିସ କରି ନିଅନ୍ତୁ |ତାହା ସହିତ ଆପଣ ସୋରିଷ ତେଲ ନିଅନ୍ତୁ, ଏହି ତେଜ ପତ୍ରର ଛୋଟ ପିସକୁ ଏକ ପ୍ଲାଷ୍ଟିକ ଜାରରେ ନିଅନ୍ତୁ |ଏହି ପତ୍ର ସହିତ ସୋରିଷ ତେଲ ମଧ୍ୟ୍ୟ ଏହି ଜାରରେ ନିଅନ୍ତୁ, ଆଉ ଏହି ପ୍ଲାଷ୍ଟିକ ଜାରକୁ ଚାରିରୁ ପାଞ୍ଚ ଦିନ ଖରାରେ ବସାନ୍ତୁ |ପରେ ଏହି ତେଲରୁ ଆପଣ ପତ୍ରକୁ ଭୁଲରେ ବି ଛାଣନ୍ତୁ ନାହିଁ କାରଣ ଏହି ତେଲରେ ପତ୍ର ସେମିତି ପଡ଼ି ରହିବ |
ବ୍ୟବହାର :-
ଏହି ତେଲ ଆମ ଶରୀର ପାଇଁ ବହୁତ ଉପକାରୀ ଅଟେ ତେଣୁ ଆପଣ ଆପଣଂକ ଆବଶ୍ୟକତା ଅନୁଯାୟୀ ଏଥିରୁ ତେଲ ଏକ ପାତ୍ରକୁ ବାହାର କରି ସେହି ତେଲକୁ ସକାଳ ସୂର୍ଯ୍ୟ କିରଣରେ ବସାନ୍ତୁ |ପରେ ଏହାକୁ ନେଇ ଆପଣ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଥିବା ଯାଗାରେ ଲଗାନ୍ତୁ |ଏହି ତେଲକୁ ଆପଣ କିଛି ଦିନ ଲଗାତାର ଭାବରେ ଲଗାନ୍ତୁ ଦେଖିବେ ଆପଣଙ୍କ ଆଣ୍ଠୁ ଯନ୍ତ୍ରଣା ଧୀରେ ଧୀରେ ସମ୍ପୂର୍ଣ ଭଲ ହୋଇଯିବ |
ଏହି ତେଜ ପତ୍ର ଆପଣ ଅଲଗା ସମୟରେ ମଧ୍ୟ ବ୍ୟବହାର କରିପାରିବେ, ଏହି ତେଲକୁ ଯଦି ଆପଣ ଛୋଟ ପିଲାମାନଙ୍କୁ ଲଗାନ୍ତି ତେବେ ଛୋଟ ପିଲା ମାନଙ୍କ ଥଣ୍ଡା କାଶ ଜନିତ ସମସ୍ୟା ଦୂର ହୋଇଯିବା |ଏହି ତେଲକୁ ଛୋଟ ପିଲା ମାନଙ୍କ ଛାତିରେ ମାଲିସ କରିବା ଉଚିତ |ଯଦି ଆପଣଙ୍କ କୌଣସି ଯାଗାରେ ଶିର ଦବି ଯାଇଛି ଆଉ ଆପଣ ତାହା ଦ୍ଵାରା ବହୁତ କଷ୍ଟ ପାଉଛନ୍ତି, ତେବେ ଆପଣ ଏହି ତେଜ ପତ୍ରର ତେଲକୁ ଶିର ଦବି ଯାଇଥିବା ସ୍ଥାନରେ ଲଗାଇ ମାଲିସ କରନ୍ତୁ |ଏହି ପରି କିଛି ଦିନ କଲେ ଆପଣଙ୍କ ଏହି ଯନ୍ତ୍ରଣା ମଧ୍ୟ୍ୟ ଦୂର ହୋଇଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।