ଦବଙ୍ଗ ଅଫିସର Sameer Wankhede ଙ୍କ ସଂପତ୍ତି ଜାଣିଲେ ଆଖି ଖୋସି ହୋଇଯିବ, ମାୟା ନଗରୀ ମୁମ୍ୱାଇରେ ରହିଛି ଅନେକ ଫ୍ଲାଟ, ଜାଣନ୍ତୁ ତାଙ୍କର ଆନୁମାନିକ ସମ୍ପତି କେତେ ?

ସାରା ଦେଶରେ ଏହି ଦବଙ୍ଗ ଅଫିସର ସମୀର ୱାଙ୍ଖେଡେ କୁ ନେଇ ଚାରିଆଡେ ଚର୍ଚ୍ଚା । ତାଙ୍କର ଲାଇଫ୍ ଷ୍ଟାଇଲ ଠୁ ଆରମ୍ଭ କରି ବୈବାହିକ ଜୀବନ ପର୍ଯ୍ୟନ୍ତ ସବୁକିଛି ବିବାଦରେ , ବିଶେଷ କରି ମହାରାଷ୍ଟ୍ର ମନ୍ତ୍ରୀ ନବାବ୍ ମଲ୍ଲୀଙ୍କର ଆଟାକ୍ ରେ ଘାଇଲା ହୋଇଛନ୍ତି ଏନସିବି ଜର୍ନାଲ ଡାଇରେକଟର ସମୀର ୱାଙ୍ଖେଡେ । ଭିନ୍ନ ଭିନ୍ନ ସମୟରେ ସମୀର ଙ୍କ ନାରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଏମିତିକି ନବାବ୍ ପଲ୍ଲୀକ ଆରବ୍ କରିଛନ୍ତି ଯେ ସମୀର ୱାଙ୍ଖେଡେ ଏକ ଲକ୍ଷର ପ୍ୟାଣ୍ଟ 70 ହଜାରରୁ ଅଧିକ ମୂଲ୍ୟର ସାର୍ଟ ଓ 25 ରୁ 50 ଲକ୍ଷ ଟଙ୍କାର ଘଣ୍ଟା ପିନ୍ଧନ୍ତି ।

ଜଣେ ସଚ୍ଚୁଟ ଅଧିକାରୀ ହୋଇ ୱାଙ୍ଖେଡେ କେମିତି ମହଙ୍ଗା ଜୀବନ ଚର୍ଯ୍ୟା ବିତାଉଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଆସନ୍ତୁ ଜାଣିବା ଏନସିବି ଅଧିକାରୀ ସମୀର ୱାଙ୍ଖେଡେ ଙ୍କ ସମ୍ପତ୍ତି କେତେ ଓ ତାଙ୍କ ପାଖରେ ଆଉ କଣ କଣ ରହିଛି । ସରକାରୀ ନିୟମ ଅନୁଯାୟୀ ଏନସିବିର ଜର୍ନାଲ ଡାଇରେକ୍ଟର ସମୀର ୱାଙ୍ଖେଡେ ପ୍ରତି ବର୍ଷ ନିଜ ବିଭାଗକୁ ନିଜ ସମ୍ପତ୍ତିର ସମସ୍ତ ସୂଚନା ଦେଇ ଆସୁଛନ୍ତି । ନିଜ ସମ୍ପତ୍ତି ସହ ଯଡିତ ସମସ୍ତ ସୀଚନା ଅନୁୂଯାୟୀ ସମୀର ୱାଙ୍ଖେଡେ ଙ୍କ ପାଖରେ ରହିଛି 4 ଏକର ଜମି ଏବଂ ମହାରାଷ୍ଟ୍ର ର ଭାସିମ ଜିଲ୍ଲାରେ ପାରିବାରିକ ଭାଗିଦାରୀ ରହିଛି ।

ଏହା ସହ 2004 ମସିହାରେ ସମୀର ଙ୍କୁ 8 ଶହ ବର୍ଗଫୁଟର ଏକ ଘର ଦେଇଥିଲେ ତାଙ୍କ ମା ଜାହିଦା ୱାଙ୍ଖେଡେ । ଯାହା ତାଙ୍କ ମା ଓ ସମୀରଙ୍କ ନାଁ ରେ ଆଜି ବି ରହିଛି , ଖାଲି ସେତିକି ନୁହଁ ସମୀରଙ୍କ ମା ଜାହିଦା ଙ୍କ ନାଁରେ ଆଉ ଏକ ଫ୍ଲାଟ ରହିଛି , ଯାହା 1999 ମସିହାରେ କିଣା ଯାଇଥିଲା । ମୁମ୍ୱାଇରେ ଥିବା 700 ବର୍ଗଫୁଟର ଫ୍ଲାଟ ବି ସମୀରଙ୍କ ପାଖରେ ଅଛି । କ୍ୟାନସରରେ ମୃତ୍ୟବରଣ କରିଥିବା ତାଙ୍କ ମାଉସୀଙ୍କ ସମ୍ପତ୍ତି ମଧ୍ୟ ହାତେଇଛନ୍ତି ସମୀର । କୌମସି ପିଲା ପିଲି ନଥିବାରୁ ମାଉସୀଙ୍କର ସବୁ ସମ୍ପତ୍ତି ସମୀର ଙ୍କ ପାଖରେ ଅଛି । ପ୍ରାୟ 1 ହଜାର ବର୍ଗଫୁଟର ମାଉସୀଙ୍କ ଜାଗାକୁ ଅଫିସ୍ ପାଇଁ ଭଡାରେ ଦେଇଛନ୍ତି ।

ଏହା ସହିତ 1995 ରେ ନଭି ମୁମ୍ୱାଇ ରେ କିଣା ଯାଇଥିବା 1100 ବର୍ଗଫୁଟର ପ୍ଲଟକୁ ଭଡାରେ ଲାଗିଛି । 2000 ମସିହା ପରେ ସମୀର ୱାଙ୍ଖେଡେ ଫ୍ଲାଟ କିଣିଥିବା ବାର୍ଷିକ ରିପୋର୍ଟରେ ଦର୍ଶାଇଛନ୍ତି । ଯେମିତିକି 2016 ରେ 11 ଶହ ବର୍ଗଫୁଟର ଫ୍ଲଟକୁ ସେ କିଣିଥିଲେ , ଏଥିରେ ପତ୍ନୀ କ୍ରାନ୍ତିଙ୍କ ଫ୍ଲାଟ ବିକ୍ରି ଟଙ୍କା , ପିତାଙ୍କ ପେନସନ ଟଙ୍କା ଓ ମା ଙ୍କ ଦେହାନ୍ତ ପରେ ଏଲଆଇସି ଟଙ୍କା ସବୁ ଲାଗିଥିବା କୁହାଯାଉଛି । ଏସବୁ ଛାଡି ସମୀରଙ୍କ ପାଖରେ ଦାମୀ ଘଣ୍ଟା ମଧ୍ୟ ରହିଛି , ଯାହାର ଦାମ 25 ଲକ୍ଷ ଟଙ୍କାରୁ ଅଧିକ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment