ଦେଖନ୍ତୁ ଭିଡ଼ିଓ : ହାଇଦର ପତ୍ନୀ ଙ୍କ ମହା ଖୁଲାସା ! ୧୬ ବର୍ଷ ମୋ ସ୍ୱାମୀ ମୋ ସହ…ମୋତେ ନ୍ୟାୟ ଦରକାର….

0

କୁଖ୍ୟାତ ଅପରାଧୀ ହାଇଦରଙ୍କୁ ଏନକାଉଣ୍ଟର ହେବା ପରେ ପ୍ରତିକ୍ରିୟା ଶିଳ ହୋଇ ପଡିଛନ୍ତି ତାଙ୍କ ସ୍ତ୍ରୀ ଏବଂ ନ୍ୟାୟ ମଧ୍ୟ ଦିଆଯାଉ ବୋଲି ଦାବି କରିଛନ୍ତି ସେ। ଆପଣ ଜାଣିଛନ୍ତି ଶନିବାର ଅପରାହ୍ନରେ ବାରିପଦା ନିକଟରେ ଏନ୍‌କାଉଣ୍ଟର ହୋଇଥିଲା ଗ୍ୟାଙ୍ଗଷ୍ଟାର ହାଇଦର। ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଅପରାଧ ସାମ୍ରାଜ୍ୟର ଅନ୍ତ ଘଟିଛି ବୋଲି କୁହା ଯାଇପାରେ। ତେବେ ଯାହା ସୂଚନା ରହିଛି ହାଇଦରଙ୍କୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌କୁ ନିଆଯାଉଥିବା ସମୟରେ ସେ ମଝି ରାସ୍ତାରେ ପରିସ୍ରା ଯିବାକୁ କହି ଖସି ଯିବା ପାଇଁ ଚେଷ୍ଟା କରୁଥିଲେ ବୋଲି ଜଣା ଯାଇଛି। ଆଉ ଏହି ସମୟରେ ପୋଲିସ ତାଙ୍କୁ ସେମିତି ନକରିବାକୁ ଓ୍ବାର୍ନିଂ ଦେଇଥିଲେ ମଧ୍ୟ ମାନି ନ ଥିଲେ ହାଇଦର।

ଆଉ ପରେ ବାଧ୍ୟ ହୋଇ ପୋଲିସ ହାଇଦର କୁ ଏନ୍‌କାଉଣ୍ଟର କରିଥିଲା। ତେବେ ତାଙ୍କ ପେଟରେ ଗୁଳି ବାଜିଥିଲା ଏବଂ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲ ନିଆ ଯାଇଥିଲା। ଆଉ ପରେ ତାଙ୍କର ମୃତ୍ୟ ହୋଇଥିବା ବେଳେ କିନ୍ତୁ ହାଇଦରର ମୃତ୍ୟୁକୁ ନେଇ ତାଙ୍କ ପତ୍ନୀ କହିଛନ୍ତି ଯେ ମୋ ସ୍ୱାମୀକୁ ଉଠାଇ ନେଇ ମାରିଦେଲେ। ତାଙ୍କୁ ଜେଲରୁ ଆଣିବା ସମୟରେ ଜଣାଇଲେନି ଆଉ ମୃତ୍ୟୁ ଖବର ସେ ଟିଭିରୁ ଜାଣିଲେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆମକୁ ପୋଲିସ କିଛି କହିନି, ମୋ ସ୍ୱାମୀ ଖସିଯିବା ପରି ଲୋକ ନୁହେଁ। ପୋଲିସ୍ ତାକୁ ଡ୍ରେସ୍ ପିନ୍ଧେଇକି ନେଇକି ରାସ୍ତାରେ ମାରିଛି।

ସେ ଆହୁରି କହିଛନ୍ତି ଯେ ମୁଁ ସବୁବେଳେ ଚାହୁଁଥିଲି, ସେ ପୋଲିସ୍ ପାଖରେ ରୁହନ୍ତୁ। କାରଣ ସେ ବାହାରକୁ ଆସିଲେ ଅସୁବିଧା କରୁଥିଲେ। କିନ୍ତୁ ତାଙ୍କୁ ଜେଲ୍ ରୁ ନେଇ ମାରିଦେଲେ। ତାଙ୍କ ମୃତ୍ୟୁ ପାଇଁ ନବୀନ ସରକାର ଦାୟୀ। ତା ମରିବା ଖବର ଟିଭିରୁ ଦେଖିଲି। କିନ୍ତୁ ଜେଲ୍ ରୁ ଆଣିବା ଖବର କେହି ମୋତେ ଜଣାଇ ନାହାଁନ୍ତି। ମୋତେ ନ୍ୟାୟ ଦରକାର୍। ତେବେ ଆପଣଙ୍କୁ କହି ରଖୁଛୁ ଯେ କଟକ ଚୌଦ୍ୱାର ଜେଲରେ ରହୁଥିଲା ଗ୍ୟାଙ୍ଗଷ୍ଟାର ହାଇଦର।ଗତ ଏପ୍ରିଲ ୧୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଥାଇ କଟକ ବଡ଼ ମେଡିକାଲରୁ ସେ ଫେରାର ମାରିଥିଲା।ଯାହାକୁ ନେଇ ପୁରା ରାଜ୍ୟରେ ଚହଳ ସୃଷ୍ଟି ହେବା ସହ କମିଶନରେଟ୍ ପୋଲିସ ଚିନ୍ତାରେ ପଡ଼ି ଯାଇଥିଲେ।

ଆଉ ୬ ଦିନର କ୍ରମାଗତ ଛାନଭିନ୍ ପରେ ହାଇଦରକୁ ତେଲେଙ୍ଗାନାରୁ ଧରିବାରେ ସଫଳ ହୋଇଥିଲେ କମିଶନରେଟ୍ ପୋଲିସ ର ଟିମ୍।ତେବେ ଏହି କୁଖ୍ୟାତ ଅପରାଧି ହାଇଦର ର ମୃତ୍ୟୁ ପରେ କେନ୍ଦ୍ରାପଡ଼ା ରେ କିଛି ଅଂଚଳରେ ଜାରି ହୋଇଛି ୧୪୪ ଧାରା। ତାର ମୃତ୍ୟୁ ପରେ ସାରା ରାଜ୍ୟରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆପଣଙ୍କୁ କହି ରଖୁଛୁ କି ପୋଲିସ ଏନ୍‌କାଉଣ୍ଟର କରିଥିଲା ବୋଲି ଏ ବିଷୟରେ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।