ଦେଖନ୍ତୁ ଭିଡ଼ିଓ : ରାସ୍ତା ମଝିରେ ୪ ଫୁଟ ଲମ୍ବର Anaconda ସୋସିଆଲ ମିଡିଆରେ ନିଆଁଭଳି Viral ହେବାରେ ଲାଗିଛି…ନ ଦେଖିଲେ ଆପଣ ବିଶ୍ୱାସ କରି ପାରିବେନି….

ଆଜିର ଦିନରେ ସୋସିଆଲ ମିଡ଼ିଆ ସମଂସ୍ତକ ପାଇଁ ଖୁବ୍ ଜରୁରୀ ହୋଇ ପଡ଼ିଛି। ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଏମିତି କି କେଉଁଠି କେତେବେଳେ କେଉଁ ଘଟଣା ଘଟି ଚାଲିଛି ତାହା କେବଳ କିଛି ସେକେଣ୍ଡ ମଧ୍ୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣିବା ସମ୍ଭବ ହୋଇ ପାରୁଛି।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ମଧ୍ୟ ହେଉଛି। ଆଉ କେତେବେଳେ ଏହି ଭାଇରାଲ ଭିଡ଼ିଓ ହିଁ ଲୋକ ମାନଙ୍କ ମନୋରଞ୍ଜନର ଖୋରାକ ମଧ୍ୟ ଯୋଗାଉଛି।

ତେବେ ସୋସିଆଲ ମିଡିଆରେ ଆପଣ ମାନେ ବିଭିନ୍ନ ପ୍ରକାର ଭିଡିଓ ଦେଖିବାକୁ ପାଉଥିବେ। ଏହି ଭିଡିଓ ସବୁ ଆପଣଙ୍କୁ ଖୁବ୍ ପସନ୍ଦ ଆସୁଥିବ। ଏହି ସବୁ ଭିଡ଼ିଓ ମଧ୍ୟରୁ ଏମିତି କିଛି ଭିଡିଓ ରହିଛି ଯାହାକୁ ଦେଖିଲେ ଆମକୁ ଖୁବ୍ ଅଜବ ଓ ଆଶ୍ଚର୍ଯ୍ୟ ଲାଗେ ତ ଆଉ କିଛି ଭିଡିଓ ଏମିତି ରହିଛି ଯାହାକୁ ଦେଖିଲେ ଆମକୁ ଆଶ୍ଚର୍ଯ୍ୟ ଲଗିବା ସହ ଭୟ ମଧ୍ୟ ଲାଗିଥାଏ। ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଏକ ଭିଡିଓ ବାବଦରେ ଜଣାଇବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବା ଭୟଭୀତ ଲାଗିବ।ଭିଡିଓରେ ଦେଖିବାକୁ ମିଳିଛି ଏକ ବିଶାଳକାୟ ଆନାକୋଣ୍ଡାକୁ। ଯାହାକୁ ଦେଖିଲେ ଆପଣଙ୍କ ଭୟଭୀତ ହେବେ ନିଶ୍ଚିତ।

ତେବେ ଆପଣ ମାନେ ସୋସିଆଲ ମିଡିଆରେ ସାପ ଓ ଅଜଗର ମାନଙ୍କ ନେଇ ଅନେକ ଭିଡିଓ ଭାଇରାଲ ହେବାର ଦେଖିବା ପାଇଁ ପାଇ ଥିବେ।
କିନ୍ତୁ ଆନାକୋଣ୍ଡାକୁ ଲୋକମାନେ କେବଳ ଫିଲ୍ମରେ ହିଁ ଦେଖିଥାନ୍ତି। ରିୟଲ ଲାଇଫରେ ଆନାକୋଣ୍ଡା ଦେଖିବା ବିରଳ ହୋଇଥାଏ। ଆନାକୋଣ୍ଡାକୁ ବିଶ୍ୱର ସବୁଠୁ ବିଶାଳକାୟ ସାପ ବୋଲି କୁହାଯାଏ। ଯେତେବେଳେ ବି ଏହି ଭୟଙ୍କର ଜୀବ ଆନାକୋଣ୍ଡା କାହାକୁ ନିଜ ଟାର୍ଗେଟ କରେ, ତା ଜୀବନ ନ ନେବା ଯାଏଁ ସେ ଶାନ୍ତିରେ ରହି ପାରିନଥାଏ। ଆନାକୋଣ୍ଡା ବିଷାକ୍ତ ନୁହେଁ ସତ କିନ୍ତୁ ମଣିଷ ହେଉ କି ଜୀବ, ଯିଏ ଥରେ ଆନାକୋଣ୍ଡା ମୁହଁରେ ପଡ଼ିଛି ସେ ଆଉ ଜୀବନ ନେଇ ଫେରିନାହିଁ।

ତେବେ ନିକଟରେ ଏକ ବିଶାଳକାୟ ଆନାକୋଣ୍ଡା ରାସ୍ତା ପାରି ହେଉଥିବାର ଲୋକେ ଦେଖିବାକୁ ପାଇଥିଲେ।ବ୍ରାଜିଲର ଏକ ବ୍ୟସ୍ତବହୁଳ ରାସ୍ତାରେ ଯାତାୟାତ ବନ୍ଦ ହୋଇଗଲା ପରେ ଲୋକମାନେ ପୋର୍ଟୋ ଭେଲହୋ ସହର ନିକଟରେ ଏକ ବିଶାଳ ଆନାକୋଣ୍ଡା ଦେଖିବା ପରେ ଅଟକି ଯାଇଥିଲେ।ଯାହାକୁ ଦେଖି ଲୋକେ ଭୟଭୀତ ହୋଇ ଯାଇଥିଲେ। ଏହି ସାପଟି ଚାରି ମିଟରରୁ ଅଧିକ ରହିଥିଲା ଏବଂ ଏହାର ଓଜନ ପାଖାପାଖି ୩୦ କିଲୋଗ୍ରାମ ଥିଲା ରହିଥିଲା।ତେବେ ଗ୍ଲୋବାଲ୍ ନ୍ୟୁଜ୍ ଅନୁଯାୟୀ, ଇଟାଲୋ ନାସିମେଣ୍ଟୋ ଫର୍ନାଣ୍ଡେସ୍ ବ୍ରାଜିଲର ଏହି ରାସ୍ତାରେ ଯିବା ସମୟରେ ଏହି ସାପଟିକୁ ଦେଖିବାକୁ ପାଇଥିଲେ। ଆଉ ଏହାର ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ। ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment