ଦେଖନ୍ତୁ ଭିଡ଼ିଓ – ଡାକ୍ତର-ଡାକ୍ତରାଣୀ ଖଣ୍ଡଯୁଦ୍ଧ ଲାଗିଥିବା ସମୟର ଲଜ୍ୟାଜନକ ଭିଡିଓ ହେଲା ସୋସିଆଲ ମିଡିଆରେ ଭାଇରାଲ…

0

ଆଜିର ଏହି ଡିଜିଟାଲ ଯୁଗରେ ବିଭିନ୍ନ ପ୍ରକାର ଘଟଣା ସମ୍ପର୍କରେ ଆପଣ ନିୟମିତ ଭାବରେ ଅବଗତ ହେଉଥିବେ। କାରଣ ଆଜିର ଦୁନିଆରେ ଦିନକୁ ଦିନ ଯେଉଁ ଭଳି ଭାବରେ ଘଟଣା ସବୁ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ବେଳେବେଳେ ଏହା ଦେଖିବାକୁ ମିଳିଥାଏ ଯେ ମଣିଷ ନିଜର ସଂଯମତା ହରାଇ, ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ ନକରି, ନିଜର ହିତାହିତ ଜ୍ଞାନ କୁ ଭୁଲି, ଏମିତି କିଛି କାମ କରିଥାଏ ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି।କାରଣ ମଣିଷ ବୟସରେ ସିନା ବଡ଼ ହୋଇ ଯାଉଛି କିନ୍ତୁ ତାର ସଂଯମତା, ଆଚରଣ ଆଦିରେ ଫରକ କିମ୍ବା ପରିପକ୍ୱତା ଦେଖିବାକୁ ମିଳୁନାହିଁ।

ତେଣୁ ମଣିଷ ବୟସରେ ବଡ଼ ହେଲେ ମଧ୍ୟ ବୟସର ବୃଦ୍ଧି ସହିତ ସେହି ଅନୁସାରେ ତାର ମାନସିକ ସ୍ତରରେ ବୃଦ୍ଧି ଏବଂ ବିକାଶ ହେବା ଆବଶ୍ୟକ ଅଟେ। ଯାହା ଫଳରେ ମଣିଷର ଅନ୍ତର୍ନିହିତ ଗୁଣର ବିକାଶ ଘଟିବ।

ଅନ୍ୟକୁ ସମ୍ମାନ ଦେବା, ଧର୍ଯ୍ୟର ସହ ଅନ୍ୟର କଥାକୁ ଶୁଣିବା, ନିଜର କ୍ରୋଧ କୁ ନିୟନ୍ତ୍ରଣ ଭିତରେ ରଖିବା,ଏକ ଉତ୍ତମ ବୁଝାମଣା କୁ ନିଜ ଭିତରେ ଜାଗ୍ରତ କରିବା ଆଦି ଅନ୍ତର୍ନିହିତ ଗୁଣ ନିଜ ଭିତରେ ରହିବା ଆବଶ୍ୟକ। ନହେଲେ ଆମେ ସମାଜରେ ଯେତେ ବଡ଼ ପଦ ପଦବୀ ରେ ରହିଲେ ମଧ୍ୟ ନିଜର ବ୍ୟବହାର କୁ ସେହି ମାତ୍ରାରେ ମାର୍ଜିତ କରି ପାରିବା ନାହିଁ। ଫଳରେ ଦୁନିଆ ଆଗରେ ଲଜ୍ଜିତ ହେବା ନିଶ୍ଚିତ।

ଯେଉଁଭଳି ଘଟଣା ନିକଟରେ ଏକ ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି। ଏଠାରେ ଦୁଇଜଣ ଡାକ୍ତର ଯେଉଁଭଳି ଭାବରେ କାର୍ଯ୍ୟ କରିଛନ୍ତି ତାହା ଦେଖିଲେ ଆପଣ ନିଶ୍ଚିତ ପ୍ରତିକ୍ରିୟା ଶିଳ ହୋଇ ଉଠିବେ। କାରଣ ଘଟଣାଟି କିଛି ସେହିପରି।ତେବେ ଏହି ଘଟଣାଟି ହେଉଛି ବୁର୍ଲା ଭିମସାର ମେଡିକାଲ୍ ର। ଏଠାରେ ଦୁଇଜଣ ଡାକ୍ତର ଜଣେ ମହିଳା ଏବଂ ଆଉ ଜଣେ ପୁରୁଷ ଡାକ୍ତର ପରସ୍ପର ସହ ଝଗଡ଼ା ଲାଗିବା ସହ ମାରପିଟ୍ ମଧ୍ୟ କରୁଛନ୍ତି। ମହିଳା ଡାକ୍ତର ପୁରୁଷ ଡାକ୍ତରଙ୍କୁ ଜୋତା ରେ ବାଡେଇବା ସହ ତାଙ୍କ ଉପରକୁ ଜୋତା ମଧ୍ୟ ଫିଙ୍ଗୁଛନ୍ତି।ଆଉ ପୁରୁଷ ଡାକ୍ତର ମଧ୍ୟ ମହିଳା ଡାକ୍ତର ଙ୍କୁ ବାଡ଼ାଉ ଥିବାର ଦେଖିବାକୁ ମିଳିଛି।

ଆଉ ଏହାରି ଭିତରେ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଛନ୍ତି ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ପୁରୁଷ ଡାକ୍ତର।ତେବେ ଘଟଣା ଟି ପ୍ରକୃତ ରେ କଣ ତାହା ତ ଜଣା ପଡିନାହିଁ। କିନ୍ତୁ ଏନେଇ କୌଣସି ଅଭିଯୋଗ ମଧ୍ୟ ହସ୍ପିଟାଲ୍ ପକ୍ଷରୁ ପୋଲିସ୍ ଥାନା ରେ ହୋଇ ନଥିବା ଜଣା ପଡିଛି। ତେବେ ଏହିଭଳି ଘଟଣା ସେଠାରେ ହସ୍ପିଟାଲ୍ ଭିତରେ ଲାଗିଥିବା ସିସି ଟିଭି କ୍ୟାମେରା ରେ ରେକର୍ଡ ହେବାପରେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।