ମା’ ଯେଉଁ ଶବ୍ଦର ତୁଳନା ନାହିଁ। ମା ‘ ଗୋଟିଏ ଖୁବ୍ ଛୋଟିଆ ଶବ୍ଦ ଟିଏ କିନ୍ତୁ ଏହାର ଅର୍ଥର ପରିସୀମାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭାବପର ନୁହେଁ। ମା’ ଯିଏ ଦଶମାସ ଦଶଦିନ ଗର୍ଭରେ ରଖି ସନ୍ତାନକୁ ଜନ୍ମ ଦିଏ। କେତେ କଷ୍ଟ ମଧ୍ୟ ସହି ଥାଏ ଗର୍ଭବତୀ ହେବା ସମୟରେ। ସନ୍ତାନଟି ପାଇଁ ଖୁବ୍ ସ୍ଵପ୍ନ ଦେଖିଥାଏ।
ତେବେ ମା ପୁଅର ସମ୍ପର୍କ ଖୁବ୍ ନିବିଡ ହୋଇଥାଏ ଗୋଟିଏ ମା ଗୋଟେ ପୁଅକୁ ପାଇବା ପାଇଁ କେତେ ଠାକୁର୍ କୁ ଡ଼ାକି ଥାଏ। କେତେ ନେହୁରା ହୋଇଥାଏ କେତେ ପୂଜା ପାଠ କରିଥାଏ। ଆଉ ଯେତେବେଳେ ମାର କୋଳକୁ ପୁଅଟିଏ ଆସେ ମାର ଖୁସି କହିଲେ ନସରେ। ଦୁନିଆର ସବୁ ଖୁସି ପାଦ ତଳେ ଓଜାଡ଼ି ହୋଇ ପଡ଼ିଲା ପରି ଅନୁଭବ ହୋଇଥାଏ।କିନ୍ତୁ ଯଦି ପୁଅକୁ ପାଳିବା ପାଇଁ ବାପା ମା ପାଖରେ ଟଙ୍କା ନଥାଏ ତାହାଲେ…?
ହଁ ଆଜ୍ଞା ଦାରିଦ୍ର୍ୟତାର କଷାଘାତ ରେ ଜଣେ ତାର ପାଞ୍ଚ ଦିନର ନବଜାତ ଶିଶୁ ପୁତ୍ରକୁ ସମ୍ପର୍କୀୟଙ୍କ କୋଳକୁ ଟେକି ଦେଇଛି। ସଂସାରରେ ବଞ୍ଚିବା ଓ ପିଲାକୁ ମଣିଷ ପରି ମଣିଷ ଟିଏ ଗଢି ତୋଳିବା ଆଶାରେ ସମ୍ପର୍କୀୟଙ୍କ ହାତକୁ ନିଜ ନବଜାତ ଶିଶୁକୁ ଟେକି ଦେଇଛି ଏହି ଗରୀବ ମାଟି। ମାର ଆଖିରୁ ଝରି ପଡ଼ିଛି ଲୁହ। ଆଉ ନିଜ ଲୁହକୁ ନିଜ ପଣତ କାନି ରେ ପୋଛି ଦେଇ ପୁଅର ଭବିଷ୍ୟତ ଗଢ଼ିବାକୁ ପୁଅକୁ ଭଲରେ ରଖିବାକୁ ଆଜି ମାଟିଏ ତା ପିଲାକୁ ବିକ୍ରି କରି ଦେଇଛି। ପର ହାତକୁ ଟେକି ଦେଇଛି।
କଟକ ଜିଲ୍ଲାର
ନିଶ୍ଚିତକୋଇଲି ଥାନ ଅଧିନସ୍ଥ ପଞ୍ଚସରଙ୍ଗ ବଳରାମପୁର ଗାଁରେ ଭଡ଼ାରେ ରହୁଥିବା ପ୍ରତିମା ପଣ୍ଡା ତାଙ୍କର ପାଞ୍ଚ ଦିନର ଜନ୍ମିତ ନବଜାତ ଶିଶୁ ପୁତ୍ରକୁ କେଉଁଆଡେ ବିକି ଦେଇଥିବ ଅଭିଯୋଗ ହୋଇଥିଲା। ପ୍ରତିମା ପଣ୍ଡା ଓ ତାଙ୍କ ସ୍ଵାମୀ ବିଜୟ ପଣ୍ଡା ପିଲାଟି କୁ ତାଙ୍କ ସଂପର୍କୀୟକୁ ବେଆଇନ୍ ଭାବେ ବିକ୍ରି କରି ଦେଇଥିଲେ ଆଉ ଅଭିଯୋଗ ହେବା ପରେ ବିଜୟ ପଣ୍ଡା ସଂପର୍କୀୟଙ୍କ ଠାରୁ ପିଲାଟି କୁ ଫେରାଇ ଆଣି ନିଶ୍ଚିତକୋଇଲି ଥାନାରେ ହାଜିର୍ ହୋଇଥିଲେ।
ଥାନାରେ ଆସି ହାଜିର୍ ହୋଇଥିବା ଶିଶୁ ପୁତ୍ରକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କଟକ ଜିଲ୍ଲା ଚାଇଲ୍ଡ ୱାର୍ଲ୍ଡ ଫେୟର୍ କମିଟିରେ ଉପସ୍ଥାପିତ କରିବା ପାଇଁ ନେବା ପରେ ଘଟଣାର ତଦନ୍ତ ଅଧିକ ହେବ ବୋଲି କଟକ ଚାଇଲ୍ଡ ଲାଇନ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି। ନିଜ ଜନ୍ମକଲା ନବଜାତ ଶିଶୁକୁ ଜଣେ ମା ବିକ୍ରି କରିଦେବା କଥା ସହଜରେ ହଜମ ହେଉ ନଥିଲା ବେଳେ ଦାରିଦ୍ର୍ୟର କଷାଘାତ ରେ କିଛି ବି ସମ୍ଭବ ହୋଇପାରେ ବୋଲି କୁହା ଯାଉଛି ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।