ଦଶହରା ପୂଜା ହେଲା କାଳ ! ସ୍ବାମୀ ଆଗରେ ଡ୍ୟାମକୁ ଡେଇଁଲେ ସ୍ତ୍ରୀ…ଦେଖନ୍ତୁ Viral ଭିଡ଼ିଓ

ଏବେ ନିକଟରେ ଏକ ଘଟଣା ସାମ୍ନାକୁ ଆସିଛି ଯାହା ସାଧାରଣରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସମସ୍ତଙ୍କୁ ଚକିତ ମଧ୍ଯ କରି ଦେଇଛି। ତେବେ ଏହି ଘଟଣା ବିଷୟରେ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ ଯାହା ସେମିତି ଏକ ହୃଦୟ ବିଦାରକ ଘଟଣା ଅଟେ। ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ ରହିଛି ଯାହା ଏବେ ଏକ ଦୁଃଖର ପରିବେଶ ସୃଷ୍ଟି କରିଛି ସାଧାରଣରେ। ସ୍ବାମୀ ସ୍ତ୍ରୀଙ୍କ ଭିତରେ ପ୍ରାୟତଃ ଝଗଡ଼ା ହୋଇଥାଏ କିନ୍ତୁ ଏହି ଝଗଡ଼ା କେତେବେଳେ ଯେ ଏକ ବଡ ଅନିଷ୍ଠ ବି ଘଟାଇପାରେ ତାହା କଣ କେବେ କେହି ଭାବିଥାଏ। କିନ୍ତୁ ନିକଟରେ ଘଟିଥିବା ଏହି ଘଟଣାରେ ସେମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଦଶହରା ପୂଜା ସାରି ଘରକୁ ଫେରିବା ସମୟ ରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଆଉ ଏଥିରେ ରାଗି ଯାଇ ସ୍ବାମୀଙ୍କ ସାମ୍ନାରେ ପାଣିକୁ ଡେଇଁ ପଡ଼ିଲେ ସ୍ତ୍ରୀ। ତେବେ ଜଲାପୁଟ ର ଜଳଭଣ୍ଡାର କୁ ଡେଇଁ ମହିଳା ଙ୍କ ଆତ୍ମହତ୍ୟା ଅଭିଯୋଗ ଏବେ ସାମ୍ନାକୁ ଆସିଛି। ଆଉ ଏହି ଘଟଣା ଘଟିବା ପରେ ଖବର ପାଇ ଅଗ୍ନିଶମ ବାହିନୀ ଆସି ଉଦ୍ଧାର କାର୍ଯ୍ୟ ପୂର୍ବକ ଖୋଜାଖୋଜି ଆରମ୍ଭ କରିଛି। ସ୍ବାମୀ ଆଗରେ ହଠାତ ଜଳଭଣ୍ଡାର ଭିତରକୁ ଡେଇଁ ପଡିଲା ସ୍ତ୍ରୀ। ଯାହା ସ୍ୱାମୀକୁ ବି ଏକ ପ୍ରକାର ଆଶ୍ଚର୍ଯ୍ୟ କରି ଦେଇଛି। ଜଳଭଣ୍ଡାର ଭିତରକୁ ସ୍ତ୍ରୀ ଡେଇଁ ପଡିବା ପରେ ହଠାତ ନିଖୋଜ ହୋଇ ଯାଇଥିଲେ।

ତେବେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ତେବେ ମହିଳା ଜଣଙ୍କ କେଉଁ କାରଣରୁ ପାଣିକୁ ଡେଇଁ ପଡ଼ିଲେ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ମାତ୍ର ପାରିବାରିକ କଳି ଝଗଡ଼ା କାରଣରୁ ହିଁ ଏହିଭଳି ଏକ ଘଟଣା ଘଟିଛି ବୋଲି ଅଭିଯୋଗ ହୋଇଛି। ତେବେ ଏହିଭଳି ଏକ ଘଟଣା ଘଟିବା ପରେ ଅଗ୍ନିଶମ ବିଭାଗ ପହଞ୍ଚି ସେଠାରେ ମହିଳାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ଅନେକ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ମହିଳାଙ୍କ ପତ୍ତା ମିଳୁ ନଥିବା କୁହା ଯାଉଛି। ତେବେ ଏହି ଦମ୍ପତ୍ତି ଙ୍କ ଘର ପାଡୁଆଁ ଥାନାର କୁକୁଡ଼ାପଖି ଗ୍ରାମର ଅଟେ। ସେମାନଙ୍କର ତିନିଜଣ ପିଲାଛୁଆ ରହିଛନ୍ତି।

ଶୁକ୍ରବାର ବିଜୟାଦଶମୀ ରେ ସ୍ବାମୀ ସ୍ତ୍ରୀ ପିଲାଛୁଆଙ୍କୁ ଛାଡି ତାଙ୍କ ସଂପର୍କୀୟ ଙ୍କ ଘରକୁ ଯାଇଥିଲେ। ଆଉ ସେଠାରୁ ପୂଜା ସାରି ଫେରିବା ସମୟ ରେ ସେମାନଙ୍କ ମଧ୍ୟରେ ଜଳାପୁଟ ର ଚଂପାପୂର ବ୍ରିଜ ନିକଟରେ ଝଗଡ଼ା ହୋଇଥିଲା। ଆଉ ସେଠାରେ ସ୍ବାମୀ ପୂର୍ଣଙ୍କ ଆଗରେ ଜଳ ଭଣ୍ଡାର ର ଜଳକୁ ଡେଇଁ ପଡ଼ିଥିଲେ ପଦ୍ମା। ଡେଇଁ ପଡିବା ପରେ ପାଣି ଭିତରେ ବୁଡ଼ି ଯାଇଥିଲେ ପଦ୍ମା।ସ୍ବାମୀ ଏନେଇ ଘରକୁ ଫୋନ୍ କରି ଜଣାଇଥିଲେ ଏବଂ ପରେ ଅଗ୍ନିଶମ ବାହିନୀକୁ ମଧ୍ୟ ସୂଚନା ଦେଇଥିଲେ। ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ କିନ୍ତୁ ପୋଲିସ୍ ଘଟଣା ଉପରେ ନଜର ରଖିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment