ଦେଖନ୍ତୁ ଭିଡ଼ିଓ – CCTV ଫୁଟେଜ କଲା ପର୍ଦାଫାଶ ! ହତ୍ୟାକରି ଫିଙ୍ଗିଦେଲେ ଦୁଇ ଯୁବକ, ଦୟାକରି କମେଣ୍ଟ କରନ୍ତୁ ଝରାଫୁଲକୁ ହତ୍ୟା କରିଥିବା ” ପାପୀ ” ଙ୍କୁ କି ଦଣ୍ଡ ମିଳିବା ଦରକାର…

0

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି।

ଭାରତୀୟ ସଂସ୍କୃତି ରେ ନାରୀ ମାନଙ୍କୁ ଦେବୀ ବୋଲି କୁହାଯାଏ।ନାରୀ ମାନଙ୍କୁ ଘରର ଲଷ୍ମୀ ବୋଲି ମଧ୍ୟ କୁହାଯାଏ। ମହିଳା ମାନଙ୍କୁ ସମ୍ମାନ ଦେବା ହେଉଛି ଭାରତୀୟ ସଂସ୍କୃତିର ମୂଳ ମନ୍ତ୍ର।

ଆମକୁ ଏହି ସଂସାର କୁ ଆଣିଛନ୍ତି ଆମ ମାଆ, ଆମକୁ ସ୍ନେହ ଓ ମମତା ରେ ବାନ୍ଧି ରଖିବା ପାଇଁ ଜଣେ ଭଉଣୀ ର ଆବଶ୍ୟକ, ସାରା ଜୀବନ ଆମକୁ ପ୍ରେମ ଓ ଭଲ ପାଇବାରେ ବାନ୍ଧି ରଖିବା ସହ ସାରା ଜୀବନ ଆମ ଜୀବନସାଥୀ ହୋଇ ରହିବା ପାଇଁ ସ୍ତ୍ରୀ ର ଆବଶ୍ୟକ,ଛୋଟ ବେଳେ ରାତିରେ ଶୋଇବା ପୂର୍ବରୁ ଗପ ଶୁଣେଇବା ପାଇଁ ଜେଜେ ମାଆ ର ଆବଶ୍ୟକ।ତେଣୁ ଜଣେ ପୁରୁଷ ର ଜୀବନ ନାରୀ ମାନଙ୍କ ବିନା ଅସମ୍ପୂର୍ଣ୍ଣ।

ମାତ୍ର ଆଜିର ଏହି କାମ ପିପାସୁ ପୁରୁଷ ମାନେ ନାରୀର ମହତ୍ତ୍ୱ କୁ ଭୁଲି ତାଙ୍କର ଇଜ୍ଜତ ସହ ଖେଳୁଛନ୍ତି।ନାରୀ କୁ ଗୋଟିଏ ଉପଭୋଗ ସାମଗ୍ରୀ ବୋଲି ମନେ କରୁଛନ୍ତି।କାମ ବାସନା ରେ ଅନ୍ଧ ହୋଇ ମହିଳାଙ୍କ ଜୀବନକୁ ନଷ୍ଟ କରି ଦେଉଛନ୍ତି।

ମହାତ୍ମା ଗାନ୍ଧୀ କହୁଥିଲେ ନାରୀ ମାନେ ଉନ୍ନତି କଲେ ଦେଶ ମଧ୍ୟ ଉନ୍ନତି କରିବ ଏବଂ ପ୍ରକୃତ ସ୍ୱାଧୀନତା ସେତେବେଳେ ମିଳିବ ଯେତେବେଳେ ନାରୀଟିଏ ରାତ୍ରି ସମୟରେ ମଧ୍ୟ ରାସ୍ତାରେ ଏକା ଯାଇ ପାରିବ।କିନ୍ତୁ ଆଜିର ସମାଜ ଏପରି ଦୂଷିତ ହୋଇଛି କି ନାରୀଟିଏ ଦିନରେ ମଧ୍ୟ ଏକା ଯିବାକୁ ଡରୁଛି।

ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ମଣିଷର ଅମାନୁଷିକତା କୁ ଦର୍ଶାଉଛି।ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ଯାଜପୁର ର କୁଆଖିଆ ନିକଟସ୍ଥ ମୂଳାପାଳ ଛକରୁ ନିକଟରୁ ଜଣେ ଛାତ୍ରୀଙ୍କ ମୃତ ଦେହ ମିଳିଛି।ମୃତ ଛାତ୍ରୀଙ୍କ ନାମ ଝରାଫୁଲ ନାୟକ।ସେ ଭୁବନେଶ୍ୱର ସ୍ଥିତ ରମାଦେବୀ ମହାବିଦ୍ୟାଳୟ ର ଯୁକ୍ତ ତିନି ର ଛାତ୍ରୀ ଅଟନ୍ତି।ଛାତ୍ରୀ ଜଣଙ୍କୁ କେହି ନୃଶଂସ ଭାବେ ହତ୍ୟା କରି ସେଠାରେ ଫିଙ୍ଗି ଦେଇ ଥିବା ଜଣା ପଡ଼ିଛି।ତେବେ ଛାତ୍ରୀ ଜଣଙ୍କ ୨୬ ତାରିଖ ସନ୍ଧ୍ୟା ରୁ ନିଖୋଜ ଥିବା ତାଙ୍କ ବାପା କହିଥିଲେ।

ସେ ଭୁବନେଶ୍ୱର ରୁ ଘରକୁ ବସରେ ଫେରୁଥିବା ସମୟରେ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ।କିଏ ଏବଂ କାହିଁକି ହତ୍ୟା କରି ଫିଙ୍ଗିଲା ତାହା ଅସ୍ପଷ୍ଟ ରହିଛି।ଆଜି ସକାଳ ପ୍ରାୟ ୭ ଟା ସମୟରେ ଦୁଇ ଜଣ ଯୁବକ, ଛାତ୍ରୀଙ୍କ ମୃତ ଦେହକୁ ସ୍କୁଟିରେ ଆଣି ଏଠାରେ ଫିଙ୍ଗି ଥିବା କିଛି ଲୋକ ଦେଖିଥିଲେ।ସିସିଟିଭି ରେ ମଧ୍ୟ ଏହି ଦୃଶ୍ୟ କଏଦ ହୋଇଛି।କୁଆଖିଆ ପୋଲିସ ଓ ଯାଜପୁର ଏସ୍.ଡି.ପି.ଓ. ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।