ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡିଓ – ଉଦ୍ଧାର ସମୟରେ ଚିତାବାଘ ର ଭୟଙ୍କର ଆକ୍ରମଣ, ଭିଡ଼ିଓ ଟି ଦେଖିଲେ ଛାତି ଥରି ଉଠିବ…..

0

ବାଘ ନାମ ଶୁଣିଲେ ଡରରେ ସମସ୍ତ ଙ୍କ ରୁମ ଟଙ୍କୁରି ଉଠେ। କାରଣ କୌଣସି ଏକ ବାଘ କେବଳ ରୁ ଖସିବା ମଣିଷ ପକ୍ଷେ ସମ୍ଭବ ନୁହେଁ। ବାଘ ଓ ଅନ୍ୟାନ୍ୟ ପଶୁ ମାନଙ୍କ ର ବାସଗୃହ ହୋଇଥାଏ ଜଙ୍ଗଲ। କିନ୍ତୁ ଆଜି କାଲି ଆମେ ନିଜର ଚାହିଦା ପୂରଣ ପାଇଁ ଜଙ୍ଗଲ ନଷ୍ଟ କରି ଚାଲିଛି ଯାହା ଫଳରେ ଜଙ୍ଗଲି ପଶୁ ସହରାଞ୍ଚଳ ରେ ଦେଖିବାକୁ ମିଲୁଛନ୍ତୁ ।

ଜଙ୍ଗଲ ପାଖା ପାଖି ହୋଇ ଥିବାରୁ ମଣିଷର ବାସଗୃହ କୁ ନିଜର ବାସସ୍ଥାନ ଭାବି ବେଳେବେଳେ ପଶି ଆସୁଛନ୍ତି ବନ୍ୟ ହିଂସ୍ର ଜୀବଜନ୍ତୁ ମାନେ। କେବେ କେବେ ଏମିତି ବି ସମୟ ଆସେ ଯେ ଏହି ବନ୍ୟ ଜନ୍ତୁ ମାନଙ୍କ ସହିତ ମଣିଷ ର ସାମ୍ନା ସାମ୍ନୀ ମଧ୍ୟ ହୋଇଯାଏ।

ଏବେ ଏହିପରି ଏକ ଘଟଣା ର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି।ତେବେ ଆସନ୍ତୁ ଜାଣିବା ଘଟଣା ସମ୍ପର୍କରେ।ତେବେ ଏହି ଘଟଣା ଟି ଘଟିଛି ଇନ୍ଦୋର ସହରର ପଲହାର ଅଞ୍ଚଳ ରେ।ଏଠାରେ ଜଣେ ବ୍ୟକ୍ତି ଙ୍କୁ ଉଠାଇ ନେଇ ଯାଇଛି ଏକ ଚିତା ବାଘ।ଏବଂଏହି ଦୃଶ୍ୟ ରେକର୍ଡ ହୋଇଛି ବାହାରେ ଲାଗିଥିବା ସି ସି ଟିଭି କ୍ୟାମେରା ରେ।ଏହା ପରେ ଏହି ଘଟଣା ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଇନ୍ଦୋର ର ପଲହାର ଅଞ୍ଚଳରେ ଏକ ଚିତା ବାଘ ପଶି ଥିଲା।ତେଣୁ ଲୋକ ମାନେ ଭୟରେ ଏଣେ ତେଣେ ଦୌଡ଼ି ପଳାଉ ଥିଲେ।ତେଣୁ ସ୍ଥାନୀୟ ଲୋକେ ନିକଟସ୍ଥ ବନ ବିଭାଗ କୁ ଏହି ଖବର ର ସୂଚନା ଦେଇ ଥିଲେ।ଖବର ପାଇ ବନ ବିଭାଗ କର୍ମଚାରୀ ଆସି ସେଠାରେ ପହଁଚି ଥିଲେ ।

ବାଘ ଟିକୁ ଧରିବା ପାଇଁ ସେମାନେ ବିଭିନ୍ନ ପ୍ରକାର ଚେଷ୍ଟାକରି ଥିଲେ।ଏଥି ପାଇଁ ସେମାନେ ଏକ ଜାଲ ଆଣି ସେଠାରେ ବାନ୍ଧୁ ଥିବା ସମୟରେ,ଚିତା ବାଘ ଟି ଅତି ତୀବ୍ର ଗତି ରେ ଦୌଡ଼ି ଦୌଡ଼ି ଆସି ସେହି ବନ ବିଭାଗ କର୍ମଚାରୀ ଙ୍କ ଉପରକୁ ଦେହିଁ ପଡ଼ି ଥିଲା ଓ ତାଙ୍କ ଅଣ୍ଟା ପାଖକୁ ଜୋର ରେ ଧରି ନେଇ ଥିଲା।

ବ୍ୟକ୍ତି ଜଣଙ୍କ ଯେତେ ଚେଷ୍ଟା କଲେ ମଧ୍ୟ ବାଘ ତାଙ୍କୁ ଛାଡ଼ି ନଥିଲା।କିଛି ସମୟ ପରେ ବାଘ ସେହି ବ୍ୟକ୍ତି ଙ୍କୁ ଛାଡ଼ି ଅନ୍ୟ ଜଣେ ବ୍ୟକ୍ତି ଙ୍କ ଉପରକୁ ଡେହିଁ ପଡ଼ି ତାଙ୍କୁ ମଧ୍ୟ ଆକ୍ରମଣ କରୁଛି।ଅନେକ ସମୟର ସଂଘର୍ଷ ପରେ ଶେଷରେ ବନ ବିଭାଗ, ସେହି ଚିତା ବାଘ କୁ ଧରିବା ରେ ସଫଳ ହୋଇଛି।ଏହା ମଣିଷ ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଛି।ଆମେ ଯଦି ଜଙ୍ଗଲ ନଷ୍ଟ କରି ସେମାନଙ୍କ ଘରକୁ ନଷ୍ଟ କରିବା, ତାହେଲେ ସେମାନେ ଆସି ଆମକୁ ଆକ୍ରମଣ କରି ଆମ ଘରେ ରହିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।