ଦେଖନ୍ତୁ ଅଭାବନୀୟ ଦୃଶ୍ୟ : ଦୁଇ ମାସର ଶିଶୁ କରୋନା ସଂକ୍ରମିତ ହେବାରୁ ବାପା ମା କଲେ ଏମିତି କିଛି ଦେଖିଲେ ଆଖିରେ ଲୁହ ରହିବ ନାହିଁ…

0

ପ୍ରତ୍ୟେକ ଦିନ ଦୁଃଖର ପାହାଡ ଖସୁଛି ମୁଣ୍ଡ ଉପରେ , ପ୍ରତ୍ୟେକ ଦିନ ଭାବିବାକୁ ପଡୁଚି ଆଉ କେତେ ଦିନ ଏହି ଦୃଶ୍ୟ ଦେଖିବାକୁ ପଡ଼ିବ ଯାହା କଲିଜା କୁ ଥରାଇ ଦେଉଛି । ଆଉ ପ୍ରତି ମୁହୁର୍ତ୍ତ ରେ ହୃଦୟ ବିଦାରକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ସଂକ୍ରମଣ ପାଇଁ ପର ହୋଇଗଲା ସମ୍ପର୍କ। ମହାମାରୀ ମାରିଦେଲା ମାନବିକତା। ଏହି ଭାଇରସ ଟି କାହା ଜୀବନ ରେ କେତେ ଯେ କଷ୍ଟ ର କାହାଣୀ ଲେଖି ସାରିଲାଣି ତାହା ଭାବିଲେ ରୋମ ତଙ୍କୁରି ଉଠୁଛି। କେଉଁଠି ଶବ କୁ ଚାରି କାଠ ମିଳୁନି ତ ଆଉ କେଉଁଠି ଟଲି ରେ ଶବ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଖାଲି ଏତିକି ନୁହେଁ ପ୍ରାଣ ଚାଲି ଯାଉଥିବା ସମୟରେ ବାପା ମୁଁହ ରେ ପାଣି ଦେବାକୁ ବିକଳ ହେଉଥିବା ଝିଅ କୁ ଏହି କାମ ରୁ ନିବୃତ ରହିବାକୁ କହୁଛି ମା ଦୃଶ୍ୟ କିଛି ଦିନ ପୂର୍ବରୁ ଦେଖିବାକୁ ମିଳିଥିଲା । ଆଉ ଏହି ସବୁ ମଧ୍ୟରେ ଜମ୍ମୁ କାଶ୍ମୀର ରୁ ଆସିଛି ଏକ ଏଭଳି ଛାତି ଥରା କାହାଣୀ ଯାହାକୁ ଦେଖିଲେ ଆପଣଙ୍କ ଆଖି ମଧ୍ୟ ଓଦା ହୋଇଯିବ। କରନା ସଂକ୍ରମିତ ଶିଶୁ କୁ ହସ୍ପିଟାଲ ରେ ଛାଡି ଚାଲି ଯାଇଛନ୍ତି ବାପା ମା । କରନା ସଂକ୍ରମଣ ସମୟ ରେ ଆସିଛି ଏମିତି ଏକ ହୃଦୟ ବିଦାରକ ଘଟଣା ।

ଦୁଇ ମାସ ର ଶିଶୁ କରନା ସଂକ୍ରମିତ ହେବା ପରେ ବାପା ମା ତାଙ୍କୁ ସେହି ହସ୍ପିଟାଲ ରେ ଛାଡି ଚାଲି ଯାଇଛନ୍ତି । ଆଉ ଶେଷରେ ଜୀବନ ମରଣ ସହିତ ଲଢେଇ କରି ଶେଷରେ ଆଖି ବୁଜି ଦେଇଛି ଦୁଇ ମାସ ର ଶିଶୁ। ଏହି ଘଟଣା କୁ ନେଇ ମେଡ଼ିକାଲ ଅଧିକାରୀ କହିଛନ୍ତି ଗତ ଷୋମବାର ସକାଳେ ଦୁଇ ମାସ ର ଅସୁସ୍ଥ ଶିଶୁ କୁ ଧରି ହସ୍ପିଟାଲ କୁ ଆସିଥିଲେ ବାପା ମା। ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଶିଶୁ କୁ ହସ୍ପିଟାଲ ରେ ଭର୍ତ୍ତି କରାଇ ଥିଲେ । ଯେତେବେଳେ ଛୁଆ ଟିର ସ୍ବାସ୍ଥ୍ୟ ପରୀକ୍ଷା କରାଇ ଥିଲେ ସେତେବେଳେ ଏହାର ରିପୋର୍ଟ ଟି ପଯେଟିଭ ଆସିଥିଲା। ଯେହେତୁ ବାପା ମା ଶିଶୁ ର ସଂକ୍ରମଣ ରେ ଆସିଥିଲେ ତେଣୁ ତାଙ୍କୁ ବି କରନା ପରୀକ୍ଷଣ କରିବାକୁ କୁହା ଯାଇଥିଲା ।

ସେମାନେ ହଁ କରିବାକୁ କହିଥିଲେ କିନ୍ତୁ କିଛି ସମୟ ପରେ ଆଉ ସେମାନଙ୍କ ର ପତା ମିଳି ନଥିଲା । ଆଉ ଶେଷରେ ଜୀବନ ମରଣ ସହିତ ସଂଘର୍ଷ କରି ଆଖି ବୁଜି ଦେଇଛି କୁନି ଛୁଆ ଟି । ଏହା ଠାରୁ ହୃଦୟ ବିଦାରକ ଘଟଣା ଆଉ କଣ ହୋଇ ପାରେ । ସମୟ ଏବେ କିପରି ପରିବର୍ତ୍ତନ ହୋଇଛି ତାର ଦୃଶ୍ୟ ଆମ ସାମ୍ନା ରେ ବର୍ତ୍ତମାନ। ଯେଉଁଠି ବାପା ମା ମଧ୍ୟ ଦୁଇ ମାସ ର ଶିଶୁ କୁ ଛାଡି ଦେଇ ଚାଲିଗଲେ ଆଉ ଆଖି ବୁଜି ଦେଲା ସେହି କୋମଳ ଶିଶୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।