ଦେଖନ୍ତୁ ଭିଡ଼ିଓ – ବାଃ ବାଃ ରେ ବର୍ଷା ! ପୁଣି ସାମ୍ନା କୁ ଆସିଲା ଅଭିନେତ୍ରୀ ବର୍ଷା LIVE ଭିଡ଼ିଓ, ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି…

0

ବର୍ତ୍ତମାନ ଆମ ସମାଜରେ ଥିବା ଅବଳା ଦୁର୍ବଳା, ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଏନ. ଜି. ଓ , ସମାଜକର୍ମୀ ଏବଂ ଅନେକ ଗୁଡିଏ ସଂଗଠନ ଆଗେଇ ଆସୁଛନ୍ତି। ସମାଜରେ ଏମିତି ଅନେକ ଭଲ ଲୋକ ଅଛନ୍ତି,ଯେଉଁ ମାନେ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥାନ୍ତି। ଅନେକ କଳାକାର ଅଛନ୍ତି ଯେଉଁମାନେ ଏହିପରି ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼େଇଥାନ୍ତି। ଆମ ଓଡିଶାରେ ମଧ୍ୟ ଅନେକ କଳାକାର ଯେମିତି ଅଭିନେତା ସବ୍ୟସାଚୀ ଏହାଛଡା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ମଧ୍ୟ ଲୋକଙ୍କୁ ସାହଯ୍ୟ କରିଥିବା ଦୃଶ୍ୟ ଆପଣ ମାନେ ନିଶ୍ଚିତ ଦେଖିଥିବେ।

ପୁଣି ସାମ୍ନାକୁ ଆସିଲେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ଆପଣମାନେ ଜାଣିଥିବେ କିଛିଦିନ ଦିନ ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଅନେକ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହି ଆସୁଛନ୍ତି। ସେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ତାଙ୍କର ସମ୍ମାନିତା ସଂଗଠନ ପକ୍ଷରୁ ସ୍ବତପ୍ରବୃତ୍ତ ଭାବରେ ନିଜର ପ୍ରୟାସ ଜାରିରଖିଛନ୍ତି। ଅନ୍ୟକୁ ସାହାଯ୍ୟ କରି ବହୁତ ଖୁସି ଅଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ତାଙ୍କର ଏହି ଭଳି ପ୍ରୟାସ ପାଇଁ ସମସ୍ତେ ତାଙ୍କୁ ଶୁବେଛା ଜଣାଉଛନ୍ତି।

ଆପଣ ମାନେ ଦେଖିଥିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଅନେକ ସମୟରେ ସେ ବିଭିନ୍ନ ବାଳାଶ୍ରମକୁ ଯାଇଥାନ୍ତି ଏବଂ ନିଜର ସକ୍ଷମ ଅନୁଯାୟୀ ସେ କିଛି ସାହାଯ୍ୟ କରିଥାନ୍ତି। ନୂଆବର୍ଷରେ ମଧ୍ୟ ସେହିପରି ବାଳାଶ୍ରମ ଯାଇଥିଲେ ଏବଂ ସେଠାରେ ପିଲାମାନେ ଗୀତ ବୋଲି ତାଙ୍କୁ ସ୍ବାଗତ କରିଥିଲେ। ବର୍ଷା ପ୍ରିୟଦର୍ଶନୀ ନିଜେ କହିଥିଲେ ଯେ ତାଙ୍କୁ ବହୁତ ଭଲ ଲାଗିଲା।

ଏହା ପରେ ଗୁରୁମା ସେଠାରେ ତାଙ୍କୁ ସମସ୍ତ ଶ୍ରେଣୀ କକ୍ଷ ବୁଲେଇ ନେଇଥିଲେ। ଏହା ପରେ ପିଲାଙ୍କୁ ନୂତନ ବସ୍ତ୍ର ପରିଧାନ କରିଥିଲେ ଏବଂ ସେ ନିଜେ ପିଲାଙ୍କୁ କାଖେଇ ଫୋଟୋ ଉଠାଇ ଥିଲେ। ସେ କହିଥିଲେ ନାରୀ ଏବଂ ସମଜରେ ଥିବା ଅସହାୟ ଲୋକଙ୍କ ପ୍ରତି ତାଙ୍କର ଏହିଭଳି ପ୍ରୟାସ ସବୁବେଳେ ଜାରି ରହିବ ବୋଲି ସେ କହିଥିଲେ।

ଏହା ବ୍ୟତୀତ କୋରନା ଭଳି ସଙ୍କଟ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ଆଗେଇ ଆସିଥିଲ। କୋରନା ସମୟରେ ସେ କଟକ ସ୍ଥିତ ଆଶ୍ରମ ଯାଇଥିଲେ ଏବଂ ସେଠାରେ ରହୁଥିବା କୁନି ପିଲାମାନକୁ ବିସ୍କୁଟ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିଥିଲେ। ପିଲାମାନଙ୍କ ଗହଣରେ ସେ ଅନେକ ସମୟ ବିତାଇବା ସହିତ ସମସ୍ତେ କିପରି କୋରନା ଭାଇରସ ରୁ ରକ୍ଷା ପାଇବା ସେଥିପାଇଁ ସେ ଆହ୍ୱାନ ମଧ୍ୟ ଜଣାଇଥିଲେ।

ନିଜ ଜୀବନର ଅନେକ ବ୍ୟସ୍ତତା ଭିତରୁ ସେ ଦୁଃଖୀ ଦରିଦ୍ରଙ୍କ ସୁଖ ଦୁଃଖରେ ଆଗେଇ ଆସୁଛନ୍ତି। ତାଙ୍କର ଏହିଭଳି ମହାନ କାମ ପାଇଁ ଅନେକ ଲୋକ ଶୁବେଛା ଜଣେଇବା ସହିତ ତାଙ୍କୁ ଆଶିର୍ବାଦ ମଧ୍ୟ କରୁଛନ୍ତି। ସେ କହିଥିଲେ ଯେତେ ଦିନ ଯାଏ ବଞ୍ଚିଛି ଏହି ଭଳି କାର୍ଯ୍ୟ ନିଜର ସକ୍ଷମ ଆନୁସାରେ କରିବି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।