କଳା ଓ ଐତିହ ର ପ୍ରଦେଶ ହେଉଛି ଆମ ରାଜ୍ୟ ଓଡ଼ିଶା। ଯାହାର କଳା ଏବଂ ବେଶଭୂଷା ବିଶ୍ଵ ପ୍ରସିଦ୍ଧ। ନିଜର ସଂସ୍କୃତି ଏବଂ ପରମ୍ପରା ଓ କଳା ପାଇଁ ବିଶ୍ଵ ଦରବାର ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶା।ଏହା ପୁଣିଥରେ ପ୍ରମାଣ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀରେ ଓଡ଼ିଶା ତାର କଳା କୁ ପ୍ରଦର୍ଶନ କରି ସମସ୍ତଙ୍କ ମନକୁ କିଣି ନେଇଛି।ଆଉ ଯେଉଁ କାରଣରୁ ଓଡ଼ିଶା ତାର ଗୌରବ କୁ ପୁଣି ଉଜ୍ଜୀବିତ କରିଛି।
ତେବେ ଗତ ଜାନୁଆରୀ ୨୬ ରେ ଦିଲ୍ଲୀରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ।ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ରାଜପଥରେ ସାଧାରଣତନ୍ତ୍ର ଦିବସ ପରେଡରେ ଭାଗ ନେଇଥିଲେ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ର ବଜାସାଲ କଳାକାର।
ସେଠାରେ ବିଭିନ୍ନ ସ୍ଥାନରୁ ବିଭିନ୍ନ ରାଜ୍ୟରୁ ଅନେକ କଳାକାର ସେମାନଙ୍କ ଲୋକପ୍ରିୟ କଳାକୁ ପ୍ରଦର୍ଶନ କରିବାକୁ ଆସିଥିବା ବେଳେ ଦିଲ୍ଲୀରେ ଆୟୋଜିତ ଏହି ପେରେଡ୍ ରେ ଭାଗ ନେଇଥିଲେ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ର ବଜାସାଲ କଳାକାର।ଆଉ ଏହି ଆୟୋଜିତ ଦିଲ୍ଲୀ ପାରେଡ୍ ରେ ଓଡ଼ିଶାର ଏହି ନୃତ୍ୟ ସମସ୍ତଙ୍କର ମନ କିଣି ନେଇଛି। ସମସ୍ତେ ଏହି ନୃତ୍ୟକୁ ଦେଖି ବହୁତ ପସନ୍ଦ କରିଛନ୍ତି। ଜାତୀୟ ପାରେଡ ଉତ୍ସବରେ କଳାହାଣ୍ଡି ର ଏହି ନୃତ୍ୟ ସମସ୍ତଙ୍କୁ ବିମୋହିତ କରିଛି।ଆଉ କେବଳ ଦିଲ୍ଲୀ ବାସୀ ନୁହଁ ବରଂ ସାରା ବିଶ୍ବ ଏହାକୁ ଦେଖିବାର ଗୌରବ ଅର୍ଜନ କରିଛି।
ସାରା ବିଶ୍ବ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏହି ଲୋକପ୍ରିୟ ସୁନ୍ଦର ଗୌରବାନ୍ଵିତ ବଜାସାଲ ନୃତ୍ୟ କୁ ଦେଖିବା ସହିତ ପ୍ରଶଂସା ମଧ୍ୟ କରିଛି।ଏହା ସମସ୍ତଙ୍କ ମନକୁ ବେଶ୍ ଛୁଇଁଥିଲା। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀ ସମେତ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଏହି ଓଡ଼ିଶାର ନୃତ୍ୟକୁ ବେଶ୍ ପସନ୍ଦ କରିଥିବା ଜଣା ପଡିଛି।
ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆପଣ ମଧ୍ୟ ଏହାକୁ ଦେଖି ପାରିବେ। ସଙ୍ଗୀତ ଏବଂ ବାଦ୍ୟ ଯନ୍ତ୍ର ର ତାଳେତାଳେ ସୁନ୍ଦର ଭାବରେ ପୋଷାକ ପରିଧାନ କରି ଯେଉଁଭଳି ଭାବରେ ସେମାନେ ତାଙ୍କର ନୃତ୍ୟ ପରିବେଷଣ କରୁଛନ୍ତି ତାହା ବାସ୍ତବରେ ଚିତା କର୍ଷକ ଅଟେ।
ଓଡ଼ିଶା ର ଏହି ଲୋକପ୍ରିୟ ନୃତ୍ୟ କେବଳ ଓଡ଼ିଶାରେ ନୁହେଁ ବରଂ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ବିଶେଷ ଭାବରେ ଆଦୃତ ହୋଇ ପାରିଛି।ଆଉ ଏବେ ଦିଲ୍ଲୀ ଦରବାରରେ ଜାତୀୟ ଉତ୍ସବ ପାଳନ ପରିପ୍ରେକ୍ଷୀରେ ଏହି ବଜାସାଲ କଳାକାର ଙ୍କ ନୃତ୍ୟ ସମସ୍ତଙ୍କୁ ଏକ ସୁନ୍ଦର୍ ଅନୁଭବ ଦେଇଛି ଏବଂ ସମସ୍ତଙ୍କ ମନକୁ ଛୁଇଁ ପାରିଛି। ଆପଣ ମଧ୍ୟ ଓଡ଼ିଶାର ଏହି ଗୌରବାନ୍ୱିତ ନୃତ୍ୟ କୁ ଦେଖନ୍ତୁ ।
ଅନୁଭବ କରନ୍ତୁ ଯେ ଏହାର ତାଳ ଏବଂ ଏହାର ସୁନ୍ଦରତା କିପରି ମନୋଲୋଭା ଏବଂ ହୃଦୟସ୍ପର୍ଶୀ ଅଟେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।