ଦେଖନ୍ତୁ ଭିଡିଓ – ଲକ୍ ଡାଉନ୍ ସମୟରେ ନିଛାଟିଆ ସ୍ଥାନରେ ଯାଇ ପ୍ରେମ କରୁଥିଲେ ପ୍ରେମୀଯୁଗଳ। ଡ୍ରୋନ କ୍ୟାମେରାରେ ପ୍ରେମଲୀଳା ରେକର୍ଡ ହୋଇଗଲା ତା’ପରେ…

0

ମହାମାରୀ କରୋନା ସମସ୍ତଙ୍କୁ ଅନେକ କଥା ଶିକ୍ଷା ତ ନିଶ୍ଚିତ ଦେଇଛି।ଏହା ଯେଉଁ ଭଳି ଭାବରେ ତାର କାୟା ବିସ୍ତାର କରିଥିଲା ତାହା ମନେ ପକାଇଲେ ଏବେବି ଭୟଭୀତ ଲାଗିବା ସ୍ୱାଭାବିକ। କାରଣ ଅନେକ କଠିନ ପରିସ୍ଥିତି ଭିତରେ ଜୀବନ ଜିଁବା ପାଇଁ ଲଢେଇ କରିଛି ମଣିଷ ସମାଜ। ଜୀବନ ଜୀବିକା ଭିତରେ ସନ୍ତୁଳନ ରକ୍ଷା କରି ନିଜକୁ ସମାଜରେ ତିଷ୍ଠି ରଖିବା ପାଇଁ ଅନେକ କଟକଣା ଏବଂ ନିୟମ କୁ ମାନିଛି ମଣିଷ।

ଯାହା ବାସ୍ତବରେ ସମସ୍ତଙ୍କୁ ଜୀବନ ର ମୂଲ୍ୟକୁ ବୁଝାଇ ଦେଇଛି।ତେବେ ଏହି ସମୟରେ ଲକ୍ ଡାଉନ୍ ଚାଲିଥିବା ବେଳେ ସବୁକିଛି ଠପ୍ ହୋଇଥିବା ବେଳେ ପ୍ରେମିକ ପ୍ରେମିକା ମାନେ ଏବଂ ଅମାନିଆ ମାନେ କିନ୍ତୁ ଏହାକୁ ସହଜରେ ଗ୍ରହଣ କରି ପାରି ନଥିଲେ।

ଯାହାର ଅନେକ ବ୍ୟତିକ୍ରମ ତ ଆମେ ଦେଖୁଛୁ ଏବଂ କିଛି ପ୍ରମାଣ ଏବେ ମଧ୍ୟ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଆପଣ ଜାଣି ପାରିବେ କିଭଳି ଭାବରେ ଦୃଢ଼ ଚେତାବନୀ ଫଳରେ ମଧ୍ୟ କିଛି ଅମାନିଆ ଯୁବକ ଏବଂ ପ୍ରେମୀ ଯୁଗଳ କଣ ସବୁ କାମ କରି ପୋଲିସ୍ ର ଡ୍ରୋନ କ୍ୟାମେରା ରେ ରେକର୍ଡ ହୋଇ ଯାଇଥିଲେ ଓ ପରେ ପୋଲିସ୍ ତାଙ୍କ ଉପରେ କୋଭିଡ ର ନିୟମ ଉଲ୍ଲଂଘନ କରିଥିବା ନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଥିଲା। ଆପଣ ଥରେ ଏହି ଭିଡିଓ ଟିକୁ ଦେଖନ୍ତୁ ତାପରେ ଜାଣି ପାରିବେ ଲକ୍ ଡାଉନ୍ ସମୟରେ କଣ ସବୁ କାମ କରୁଥିଲେ ଏହି ବ୍ୟକ୍ତି ବିଶେଷ ମାନେ।

ଏଠାରେ ରେକର୍ଡ ହୋଇଥିବା ଏକ ଭିଡିଓ ଯାହା ତାମିଲନାଡୁ ର ଅଟେ ଯାହା ଏପ୍ରିଲ୍ ୧୮ ତାରିଖ ଦିନ ଡ୍ରୋନ କ୍ୟାମେରା ରେ ରେକର୍ଡ କରା ଯାଇଥିଲା। ଏଠାରେ ଏକ ଫାଙ୍କା ସ୍ଥାନରେ ଏକ ଗଛ ମୂଳରେ ୪ ଜଣ ଯୁବକ କେରମ୍ ଖେଳୁଥିବା ବେଳେ କ୍ୟାମେରା ସେମାନଙ୍କୁ ଦେଖିଥିଲା।ଏହାପରେ ସେମାନେ ଏହାକୁ ଜାଣିପାରି ଦୌଡ଼ିବାକୁ ଲାଗିଲେ।

ପରେ ମନେ ପଡ଼ିବାରୁ କିଛି ଯୁବକ ସ୍କୁଟି ନେବାକୁ ଆସିଲେ,ଆଉ ଦୁଇଜଣ କେରାମ୍ ବୋର୍ଡ ନେବାକୁ ଆସିଲେ। କେରମ ନେଇ ଯାଉଥିବା ସମୟରେ ଜଣଙ୍କର ଲୁଙ୍ଗି ଖୋଲି ଯାଇଥିଲା। ତାପରେ ସେ କିଛି ସମୟ ପାଇଁ କେରମ ସାହାଯ୍ୟରେ କ୍ୟାମେରାରୁ ନିଜକୁ ଲୁଚାଇବାକୁ ଚେଷ୍ଟା କରି ଶେଷରେ ବିନା ଲୁଙ୍ଗିରେ କେରାମ ଛାଡ଼ି ଦୌଡ଼ିବାକୁ ଲାଗିଲେ। ଯାହା ବହୁତ ହାସ୍ୟାସ୍ପଦ ଥିଲା।

ସେହିପରି ଆଉ ଏକ ଭିଡିଓ ରେ ପ୍ରେମୀ ଯୁଗଳ ଏକ ନିଛାଟିଆ ସ୍ଥାନରେ ବସି ପ୍ରେମାଲାପ କରୁଥିବା ସମୟରେ ସେମାନେ ଡ୍ରୋନର ଶବ୍ଦ ଶୁଣି ସଜାଗ ହୋଇ ହେଲମେଟ ପିନ୍ଧି ପଳେଇବା ପାଇଁ ବାହାରିଲେ। ଗାଡ଼ିରେ ବସି ଯାଉଥିବା ସମୟରେ କ୍ୟାମେରାରେ ତାଙ୍କର ଗାଡ଼ି ନମ୍ୱର୍ ରେକର୍ଡ ହୋଇଥିଲା।ପରେ ପୋଲିସ୍ ଏମାନଙ୍କ ପତ୍ତା ଲଗାଇ କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ଏହି ପ୍ରେମୀ ଯୁଗଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।