ଦେଖନ୍ତୁ ଭିଡ଼ିଓ ! ରାଗରେ ନିଜ ଭିଡ଼ିଓ ନିଜେ ଭାଇରାଲ କଲେ ଏହି କଲେଜ ଛାତ୍ରୀ, ଭିଡ଼ିଓଟି ଏବେ ନିଆଁ ଭଳି ଭାଇରାଲ ହେଉଛି….

0

ଆଜି କାଲି ଆମେ ସମସ୍ତେ ପିଲା ମାନଙ୍କୁ ସରକାରୀ କଲେଜ ରେ ପାଠ ପଢ଼ାଇବା ଅପେକ୍ଷା ଘରୋଇ ବା ପ୍ରାଇଭେଟ୍ କଲେଜ୍ ରେ ପାଠ ପଢ଼ାଇବା ପାଇଁ ଅଧିକ ପ୍ରିଫର୍ କରିଥାଉ । କାରଣ ଆମର ଭରସା ଥାଏ ଯେ ଘରୋଇ କଲେଜ ରେ ପାଠ ପଢ଼ାଇବା ଦ୍ଵାରା ପିଲା ଟି ଭଲ ପାଠ ପଢ଼ିବ , ଭଲ ରେଶଲ୍ଟ କରିବ । ଏହା ସହିତ ଘର ଅପେକ୍ଷା ପିଲା ହଷ୍ଟେଲ ରେ ରହି ପଢ଼ିବା କୁ ଅଧିକ ପସନ୍ଦ କରି ଥାଉ। ତେବେ ଆମେ ମାନେ ପଇସା ଦେଇ ପିଲା ମାନଙ୍କୁ ବାହାରେ ହଷ୍ଟେଲ ରେ ଛାଡ଼ି ଦେଇ ଥାଉ ଆଉ ଭରସା ଥାଏ ଯେ ପିଲା ଟି ସେଠାରେ ଭଲରେ ରହି ପାଠ ପଢୁଥିବ ।

କିନ୍ତୁ ଏହି ଭାବନା ଟି ସବୁବେଳେ ଠିକ୍ ନଥାଏ। ଅଧିକ ପ୍ରେସର୍ ରେ ଆସି ବେଳେ ବେଳେ ପିଲା ମାନେ ସୁଇସାଇଦି ପରି ପଦକ୍ଷେପ ମଧ୍ୟ ନେଇ ଥାଆନ୍ତି । ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ ରେ ମଧ୍ୟ ଏମିତି କିଛି ରହିଛି।

ଭିଡିଓ ରେ ଥିବା ଛାତ୍ରୀ ଜଣଙ୍କ ମାଲକାନଗିରି ଜିଲ୍ଲାର କୌଣସି ଏକ ଘରୋଇ କଲେଜ ରେ ପାଠ ପଢ଼ୁଛନ୍ତି। ଛାତ୍ରୀ ଜଣଙ୍କ ଘର ଯାଜପୁର ଜିଲ୍ଲାରେ ଅଟେ । ସେ ଯାଜପୁର ରୁ ମାଲକାନଗିରି ରେ ପାଠ ପଢୁଛନ୍ତି। ତେବେ ତାଙ୍କ ସହିତ ଏକ ଶିକ୍ଷକ ଭଲ ବ୍ୟବହାର ଦେଖାଇ ନାହାନ୍ତି ବୋଲି ଭିଡିଓ ରେ ସେ କହିଛନ୍ତି।ଭିଡିଓ ରେ ସେ କହିଛନ୍ତି ଯେ ଭାରତ ବନ୍ଦ୍ ଥିବା ଯୋଗୁଁ ସେ କଲେଜ୍ ଯାଇ ନଥିଲେ। ଏହା ପର ଦିନ ଯେତେ ବେଳେ କ୍ଲାସ କରୁଥିଲେ ତାଙ୍କୁ କ୍ଲାସ୍ ରେ ଶିକ୍ଷକ ଜଣଙ୍କ କିଛି ପ୍ରଶ୍ନ ପଚାରିଥିଲେ ଓ ସେ ପୂର୍ବ ଦିନ ଅବସେଣ୍ଟ ଥିବାରୁ ସେ ତାହାର ଉତ୍ତର ଦେଇ ପାରି ନଥିଲେ।

ଏହା ପରେ ସେହି ଶିକ୍ଷକ ଜଣଙ୍କ ତାଙ୍କ ବାପା ମା କଲ୍ କରିଥିଲେ ଓ ସେ ତାଙ୍କୁ ଆଡମିଟ କାର୍ଡ ଦେବେ ନାହିଁ ଓ ପରୀକ୍ଷା ଦେଇ ଦେବେ ନାହିଁ ବୋଲି କହିଥିଲେ। ଏହା ପରେ ତାଙ୍କ ବାପା ମା ପ୍ରତିବାଦ କରି ଥିଲେ। ତେବେ ପରେ ସେ ଛତ୍ରୀ ଜଣଙ୍କୁ ଚୁଟି ଘୁମେଇ ମାରିବା ପାଇଁ ମଧ୍ୟ କହିଥିବା କଥା ସେ ଭିଡିଓ ରେ କହିଛନ୍ତି। ତେବେ କୌଣସି କଲେଜ୍ ରେ ଏମିତି କିଛି ନିୟମ ନଥାଏ।

ଛାତ୍ରୀ ଜଣଙ୍କୁ ସେହି ଶିକ୍ଷକ ପରୀକ୍ଷା ରେ ପାସ କରାଇ ଦେବେ ନାହିଁ ବୋଲି ଧମକ ମଧ୍ୟ ଦେଇଛନ୍ତି। ଛାତ୍ରୀ ଜଣଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।