ଦେଖନ୍ତୁ ଭିଡିଓ – ଷ୍ଟେଜ ପ୍ରଗ୍ରାମ ରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ଏମିତି କହିଲେ ବଙ୍ଗୀୟ ଅଭିନେତ୍ରୀ ଝିଲିକ , ଲୋକମାନେ ଦେଖି କହିଲେ କ’ଣ ସତରେ…

0

ବଙ୍ଗୀୟ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଯିଏକି ଦୀର୍ଘ ୬ ବର୍ଷ ଧରି ଓଡ଼ିଶାରେ ତାଙ୍କର ଅଭିନୟର ଯାଦୁ ଦେଖାଇ ଆସୁଛନ୍ତି।ତେବେ ଏବେ ଓଲିଉଡ ର ଜଣେ ସଫଳ ନାୟିକା ଭାବରେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଙ୍କୁ କିଏ ଅବା ନ ଜାଣେ। ତାଙ୍କର ଲୋକପ୍ରିୟତା ଓଡ଼ିଶାରେ ଖୁବ୍ ଅଧିକ। କେବଳ ସେ ଓଡ଼ିଶାର ଜଣେ ଆଗ ଧାଡ଼ିର ଲୋକପ୍ରିୟ ଅଭିନେତ୍ରୀ ଏବଂ ପରିଚିତ ଚେହେରା ନୁହଁ ବରଂ ଜଣେ ସୁପରଷ୍ଟାର ଏବଂ ପ୍ରତିଷ୍ଠିତ ରାଜନେତା ଙ୍କ ପତ୍ନୀ ଭାବରେ ମଧ୍ୟ ବେଶ୍ ଜଣାଶୁଣା ଅଟନ୍ତି।

ତାଙ୍କର ସ୍ବାମୀ ଜଣେ ବିଧାୟକ ଅଟନ୍ତି। ତେବେ ଅଭିନୟ ଜୀବନର ଗ୍ଲାମର ଲାଇଫ ରୁ ପାରିବାରିକ ଜୀବନ ଅର୍ଥାତ୍ ବୈବାହିକ ଜୀବନରେ ବୋହୂ ଭୂମିକା ତୁଲାଇବା ଅଧିକାଂଶ ନାୟିକା ମାନଙ୍କ କ୍ଷେତ୍ରରେ ସମ୍ଭବପର ହୋଇ ନଥାଏ।

କିନ୍ତୁ ଝିଲିକ ଏହାକୁ ଭଲ ଭାବରେ ଚଳାଇ ଆସୁଥିବାର ଦେଖିବାକୁ ମିଳିଛି। ତେବେ ଜଣେ ସଂସ୍କାରି ମହିଳା ଓ ଟିପିକାଲ୍ ହିନ୍ଦୁ ବୋହୂ ଭାବରେ ତାଙ୍କର ଚଳନି ଓ ବେଶଭୂଷା ବେଶ୍ ମନଲୋଭା ଅଟେ।ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। କିଏ ବା ତାଙ୍କୁ ଭଲ ନପାଏ। ସମସ୍ତେ ତାଙ୍କ ପାଇଁ ଦିୱାନା। ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ି ଯାଇଛନ୍ତି ଝିଲିକ।ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ପାଇଁ ଅଧିକ ଆକର୍ଷିତ ଲାଗନ୍ତି।

ଅଭିନୟ ଜଗତ ବାହାରେ ବି ପ୍ରକୃତ ଜୀବନରେ ସେ ଜଣେ ସଫଳ ନାରୀ ଭାବରେ ନିଜକୁ ଅଭିହିତ କରନ୍ତି। ତାଙ୍କୁ ସେଥିପାଇଁ କୁହାଯାଏ ଏକ ସୁ ଗୃହିଣୀ ମଧ୍ୟ।ସେ ଜଣେ ପଶୁ ପ୍ରେମୀ ମଧ୍ୟ।ଏବେ ତାଙ୍କର ଏକ ଭିଡିଓ ସାମ୍ନା କୁ ଆସିଛି  ।

ଯେଉଁଥିରେ ଦେଖିବାକୁ ମିଳିଛି ଯେ ସେ ଏକ ଷ୍ଟେଜ ଶୋ ରେ, ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ମେଳା ଅବସରରେ ତାଙ୍କର ଅଭିଭାଷଣ ରଖୁଛନ୍ତି ଏବଂ ଓଡ଼ିଶା ପ୍ରତି ତାଙ୍କର ଭଲପାଇବା ଓ ସେ ଓଡ଼ିଶାର ଦର୍ଶକ ମାନଙ୍କ ପାଖରୁ ପାଇଥିବା ଭଲପାଇବା ବିଷୟରେ କହୁଛନ୍ତି। ଉପସ୍ଥିତ ଦର୍ଶକ ମାନଙ୍କ ସହ ସେ ବହୁତ ମଜା ମସ୍ତି ମଧ୍ୟ କରୁଛନ୍ତି।

ସେ କୋଲକତା ରୁ ଆସି କିପରି ଓଡ଼ିଶାରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ଏବଂ ଓଡ଼ିଆ ଭାଷା ସହିତ ପରିଚିତ ହୋଇଛନ୍ତି ସେ ବିଷୟରେ କହିଛନ୍ତି।ତେବେ ମିଶନ ଶକ୍ତି ଯାହା ମହିଳା ମାନଙ୍କ ସଶକ୍ତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏକ ବଳିଷ୍ଠ ପଦକ୍ଷେପ ଅଟେ ସେ ବିଷୟରେ ସେ କହିଛନ୍ତି। ଏହାଦ୍ଵାରା ୧୭ ଲକ୍ଷ ରୁ ଅଧିକ ମହିଳା ଉପକୃତ ହୋଇ ପାରିଛନ୍ତି। ନିଜ ଗୋଡ଼ରେ ସେମାନେ ଛିଡ଼ା ହୋଇ ପାରିଛନ୍ତି। ତେଣୁ ସରକାରଙ୍କ ଏହି ଉଦ୍ୟମ ନାରୀ ମାନଙ୍କ ପାଇଁ ବାସ୍ତବରେ ପ୍ରଶଂସନୀୟ ଏବଂ ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।