ରାଜଧାନୀ ରେ ହାଇ ଡ୍ରାମା । ସନ୍ଧ୍ୟା ୬ ଟା ବେଳେ ରାଜଧାନୀ ରାସ୍ତା ରେ ଦେଖିବା ପାଇଁ ମିଳିଛି ଖୁଲମ୍ ଖୁଲା ଗୁଣ୍ଡା ଗିରି । ଜଣେ ଯୁବକ ନିଶାସକ୍ତ ଅବସ୍ଥା ରେ ଜଣେ ଲୋକ ଙ୍କୁ ମରଣାତ୍ମକ ମାଡ ମାରି ଲହୁ ଲୁହାଣ କରିଛନ୍ତି । ଏହା ପରେ ଯୁବକ ଜଣଙ୍କୁ ପୋଲିସ ଅତି କଷ୍ଟ ରେ କାବୁ କରି ନେଇଛି । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;
ରାଜଧାନୀ ଭୁବନେଶ୍ଵର ରେ ଦେଖିବା ପାଇଁ ମିଳିଛି ଖୁଲମ୍ ଖୁଲା ଗୁଣ୍ଡା ଗିରି । ଗତ କାଲି ସନ୍ଧ୍ୟା ରେ ଜଣେ ଯୁବକ ଭୁବନେଶ୍ୱର ପଟିଆ ଚନ୍ଦ୍ରଶେଖରପୁର ରୋଡ ରେ ମଦ ପିଇ ନିଶାସକ୍ତ ଅବସ୍ଥା ରେ ଗୁଣ୍ଡା ଗିରି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ଜଣେ ଯୁବକ ନିଶାସକ୍ତ ଅବସ୍ଥା ରେ ଥିବା ବେଳେ ଜଣେ ବ୍ୟକ୍ତି ଙ୍କ ଗାଡି ଅଟକାଇ ତାଙ୍କୁ ମାଡ଼ ମାରିବା ରେ ଲାଗିଥିଲେ । ଏହା ସହିତ ତାଙ୍କ ଗାଡି ମଧ୍ୟ ଫୋପାଡି ଦେଇଥିଲେ । ଯୁବକ ଙ୍କ ପାଖରେ ଜଣେ ଯୁବତୀ ଥିଲେ ଯିଏକି ତାଙ୍କୁ ମାର୍ ମାର୍ କହୁଥିବା ର ଦୃଶ୍ୟ କ୍ୟାମେରା ରେ ରେକର୍ଡ ହୋଇଛି ।
ତେବେ ଯୁବକ ଜଣକ ବ୍ୟକ୍ତି ଜଣଙ୍କୁ ମାରି ଲହୁ ଲୁହାଣ କରି ଦେଇଥିଲେ । ବ୍ୟକ୍ତି ଜଣଙ୍କ ନିରୁପାୟ ରହି କାନ୍ଦି ବାକୁ ଲାଗିଥିଲେ । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓ ଘଟଣା କୁ ଅନୁଧ୍ୟାନ କରୁଥିବା ସମୟରେ ଯୁବକ ଜଣକ ଖସି ଯିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ବହୁତ୍ କଷ୍ଟ ରେ କାବୁ କରିଥିଲେ ଓ ଏହାପରେ ତାଙ୍କୁ ଗିରଫ କରାଯାଇ ଥିଲା। ତେବେ ଯୁବକ ଜଣଙ୍କ ପୋଲିସ୍ କୁ ଚଖାମା ଦେଖାଇ ଖସି ଯିବାକୁ ବହୁତ୍ ଚେଷ୍ଟା କରିଥିଲେ କିନ୍ତୁ ପୋଲିସ ତାଙ୍କୁ ସଫଳତା ର ସହିତ ଧରି ପକାଇ ଥିଲେ ।
ତେବେ ଯୁବକ ଜଣଙ୍କୁ ଏହି ବିଷୟ ରେ ପଚରା ଉଚରା କରା ଯାଇଥିଲେ ମଧ୍ୟ ସେ ଏହି ମାରି ଥିବା କଥା କୁ ଅସ୍ବୀକାର କରିଥିଲେ । ଏହା ସହିତ ନିଜ ନାମ ଓ ଘର ଠିକଣା କହିବା ପାଇଁ ମଧ୍ୟ ମନା କରିଥିଲେ । ତେବେ ଯୁବକ ଜଣଙ୍କୁ ପୋଲିସ କାବୁ କରି ତାଙ୍କୁ ଗିରଫ କରିଥିଲେ । ଏହା ପରେ ମାଡ ଖାଇଥିବା ବ୍ୟକ୍ତି ଜଣଙ୍କୁ ହସ୍ପିଟାଲ୍ ସ୍ଥନତରିତ କରା ଯାଇଛି । ତେବେ ଯୁବକ ଜଣଙ୍କୁ ଯେଉଁ ଯୁବତୀ ମାରିବା କଥା କହିଥିଲେ ତାଙ୍କ ବିଷୟ ରେ ପଚାରିବାରୁ ତାଙ୍କ ସହିତ କେହି ନାହାନ୍ତି କହି ସେ ଏହି କଥା କୁ ଅସ୍ବୀକର କରିଥିଲେ ।
ତେବେ ପୋଲିସ ମାନଙ୍କୁ ଦେଶର ରକ୍ଷକ ଓ ସାଧାରଣ ଜନତା ଙ୍କ ସାଥି ବୋଲି କୁହାଯାଏ ଯାହାକୁ ଏହି ପୋଲିସ୍ ଜଣଙ୍କ ପ୍ରମାଣ କରିଛନ୍ତି । ପୋଲିସ ଜଣଙ୍କ ବହୁତ୍ କଷ୍ଟ ରେ ଯୁବକ ଙ୍କୁ କାବୁ କରିଥିବାର ଦୃଶ୍ୟ ମଧ୍ୟ କ୍ୟାମେରା ରେ କଏଦେ ହୋଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।