ଦେଖନ୍ତୁ ବିଶ୍ୱର ଏହି ଭୟଂକର ରାସ୍ତାକୁ, ଯେଉଁଠି ଯାତ୍ରା କରିବା ବଡ଼ ବିପଦ ଠାରୁ କମ୍ ନୁହେଁ….

0

ବନ୍ଧୁଗଣ ଦୁନିଆରେ ଏମିତି ଅନେକ ରାସ୍ତା ରହିଛି ଯେଉଁ ରାସ୍ତା ଦେଇ ଗଲେ ଆପଣଙ୍କୁ ନିଶ୍ଚିତ ଡର ଲାଗିବ। ତେବେ ଯଦି ଆପଣ ଆଡଭେଞ୍ଚର୍ ପ୍ରିୟ ହୋଇଥିବେ ତେବେ ଆପଣ ବିଭିନ୍ନ ପ୍ରକାର ରାସ୍ତା ରେ ଡ୍ରାଇଭ୍ କରିଥିବେ। କିନ୍ତୁ ରାସ୍ତା ଯଦି ରୋଲର ପୋଷ୍ଟର ଭଳି ହୋଇଥିବ ତେବେ ସେଭଳି ରାସ୍ତାରେ ରାଇଡ କରିବାକୁ ଭୟ ତ ନିଶ୍ଚିତ ଲାଗିବ। କାରଣ ଏଥିରେ ରାଇଡ୍ କରିବା କୌଣସି ସାଧାରଣ କଥା ନୁହେଁ। ଏଥିରେ ଯିବା ଆସିବା କରିବା ବେଳେ ଜମ ଦୁଆର ର କଥା ମନକୁ ଆସିଥାଏ।ଏହା ଏତେ ଭୟଙ୍କର ରାସ୍ତା ଯେ ଯାହା ମନରେ ଏକ ଭୟ ସୃଷ୍ଟି କରେ ଯାତ୍ରା ସମୟରେ।

ସେହିଭଳି ଏକ ରାସ୍ତା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେଉଁ ରାସ୍ତା ରହିଛି ଜାପାନ ରେ।ଏହି ରାସ୍ତା ଟି ତାର ଭୟଙ୍କର ଡିଜାଇନ୍ ପାଇଁ ଦେଶ ବିଦେଶର ବେଶ୍ ପ୍ରସିଦ୍ଧି ଲାଭ କରିଛି। ଏଠି ଗାଡ଼ି ଚଳାଇବା ପାଇଁ ଲୋକେ ଭୟ କରିଥାଆନ୍ତି। କିନ୍ତୁ କାହିଁକି ଏଭଳି ଭୟଙ୍କର ଡିଜାଇନ୍ ର ବ୍ରିଜ ଏଠାରେ ତିଆରି କରିବାକୁ ପଡିଲା ତା ପଛରେ ରହିଛି ଏକ କାହାଣୀ।ଯଦି ଆପଣ ଆଡଭେଞ୍ଚର୍ ପ୍ରିୟ ହୋଇଥିବେ ତେବେ ଆପଣ ରୋଲର ପୋଷ୍ଟର ଦେଖିଥିବେ ଆଉ ଖେଳି ବି ଥିବେ। କିନ୍ତୁ ଏଭଳି ରାସ୍ତାରେ ଯାତ୍ରା କଲେ ଜୀବନକୁ ପାଣି ଛଡାଇ ଯାତାୟାତ କରିବାକୁ ପଡ଼ିଥାଏ। ସେହିଭଳି ଏକ ରାସ୍ତା ରହିଛି ଜାପାନ ରେ ଯାହାର ନାମ ହେଉଛି ଏସିମା ଓଆସି ବ୍ରିଜ୍।

ଯାହା ଦେଖିବାକୁ ବେଶ୍ ଭୟଙ୍କର ଅଟେ। ଆଉ ଏହି ବ୍ରିଜ ରେ ଗାଡ଼ି ଚଳାଇବା ଆତ୍ମହତ୍ୟା କରିବା ଠାରୁ କିଛି କମ୍ ନୁହଁ।କୁହା ଯାଏ ଯେ ଏହି ବ୍ରିଜ ଟି ହେଉଛି ଦୁନିଆର ଦ୍ବିତୀୟ ବୃହତ୍ତମ ବ୍ରିଜ। ଆଉ ଏହି ବ୍ରିଜ ଟି ନିର୍ମିତ ହୋଇଛି ନାକା ଓମି ଲେକ୍ ଉପରେ। ତେବେ ଏହିଭଳି ଭୟଙ୍କର ଡିଜାଇନ୍ ର ବ୍ରିଜ ନିର୍ମାଣ କରିବାର କାରଣ ବି ବଡ଼ ବିଚିତ୍ର ବୋଲି କୁହା ଯାଇଥାଏ। କୁହାଯାଇଥାଏ ଯେ ଲେକ ରେ ଶିପ ଗୁଡିକ କିପରି ବ୍ରିଜ ତଳ ଦେଇ ସହଜରେ ଯାତାୟାତ କରିବ ସେଥିପାଇଁ ଦୁଇ ଲେଗ ବିଶିଷ୍ଟ କଂକ୍ରିଟ ରୋଡ଼ ଏହି ବ୍ରିଜ ୧.୭ କିମି ଲମ୍ବା ଏବଂ ୧୧.୪ ମିଟର ଚଉଡା ରେ ନିର୍ମାଣ କରା ଯାଇଥିଲା।

ତେବେ ଏହି ବ୍ରିଜ ର ନିର୍ମାଣ କାମ ଆରମ୍ଭ ହୋଇଥିଲା ୧୯୯୭ ମସିହାରେ ଏବଂ ଶେଷ ହୋଇଥିଲା ୨୦୦୦ ମସିହାରେ।ଅଜବ ଗଜବ ଡିଜାଇନ୍ ରେ ପ୍ରସ୍ତୁତ ଏହି ରାସ୍ତା ଟି ରୋଲର ପୋଷ୍ଟ ଭଳି ନଜର ଆସିଥାଏ।ଏହି ବିଚିତ୍ର ଡିଜାଇନ୍ ହିଁ ଏହି ସ୍ଥାନକୁ ସାରା ବିଶ୍ୱରେ ପରିଚିତ କରି ପାରିଛି।ଏହି ରାସ୍ତାରେ ଆପଣ ସର୍ବାଧିକ ୪୦ କିମି ବେଗରେ ହିଁ ଗାଡ଼ି ଚଳାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।