ସାବଧାନ ! ଦେଖନ୍ତୁ Earphone ବ୍ୟବହାର କରିବା ଦ୍ୱାରା ଏହି ସବୁ ଭୟଙ୍କର ରୋଗ ହେଉଛି, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…..

0

ଆଜିର ସମୟରେ ଇୟର୍ ଫୋନ୍ ବା ହେଡ୍ ଫୋନ ର ବ୍ୟବାହର ବହୁଳ ମାତ୍ରାରେ କରୁଛନ୍ତି । ଯେପରି ଗୀତ ଶୁଣିବା ପାଇଁ ହେଉ ବା କଥା ହେବା ପାଇଁ ହେଉ କିମ୍ୱା ଭିଡିଓ ଦେଖିବା ପାଇଁ ହେଉ ସବୁଥିରେ ଆମେ ଏହାର ବ୍ୟବହାର କରିଥାଉ । ଆପଣ ମାନେ ସମସ୍ତେ ଜାଣିଥିବେ କି ସମସ୍ତ ଇଲେକ୍ଟ୍ରୋନିକ ଜିନିଷ ରେ କିଛି ଉପକାରୀତା ଥିଲେ ମଧ୍ୟ ଅପକାରିତା ମଧ୍ୟ ରହିଥାଏ । ସେଥିପାଇଁ ଇୟର୍ ଫୋନ୍ ର ମଧ୍ୟ କିଛି ଖରାପ ଗୁଣ ରହିଛି , ଯାହା ଆମ ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ।

1 ଶୁଣିବା :- ଯେତେବେଳେ ଆମେ ଅଧିକ ଭଲିୟମରେ ଗୀତ ଶୁଣିଥାଉ , ସେତେବେଳେ ଆମକୁ ଏକ ୱାର୍ଣ୍ଣିଂ ମେସେଜ ଆସିଥାଏ । ଯେଉଁଥିରେ ଲେଖା ହୋଇଥାଏ ଅଧିକ ସାଉଣ୍ଡ ଦେବା ଦ୍ୱାରା ଏହା ଶୁଣିବାର ଶକ୍ତିକୁ କମାଇ ଦେଇଥାଏ । ତେବେ ଆମେ ସମସ୍ତେ ଏହାକୁ ଅଣଦେଖା କରି ଅଧିକ ସାଉଣ୍ଡରେ ଶୁଣିଥାଉ , ଯାହା ଦ୍ୱାରା ଆମ କାନ ର ଶୁଣିବା ଶକ୍ତି କମି ଯାଇଥାଏ ।

2 ରୋଗ ସଂକ୍ରମଣ ବ୍ୟାପିବା :- ଅନେକ ସମୟରେ ଆମେ ମାନେ ଅନ୍ୟ ମାନଙ୍କର ଇୟର ଫୋନକୁ ବ୍ୟବାହର କରିଥାଉ , ଯେପରି ସାଙ୍ଗ ମାନଙ୍କର ବା ଫ୍ୟାମିଲି ମେମ୍ୱର ମାନଙ୍କର । ତେବେ ଅନ୍ୟ ମାନଙ୍କର ଇୟର ଫୋନ ବ୍ୟବାହାର କରିବା ଦ୍ୱାରା ରୋଗ ସଂକ୍ରମଣ ହୋଇଥାଏ ବା ରୋଗ ବ୍ୟାପିବାରେ ଲାଗିଥାଏ । ତେଣୁ ଧ୍ୟାନ ରଖନ୍ତୁ ଯେତେବେଳେ ଅନ୍ୟ ମାନଙ୍କର ଇୟର୍ ଫୋନ ବ୍ୟବାହର କରୁଛନ୍ତି , ଏହାକୁ ପ୍ରଥମେ ସଫା କରନ୍ତୁ ।

3 କାନ ଯନ୍ତ୍ରଣା ହେବା :- ଯେତେବେଳେ ଆମେ ଅଧିକ ସମୟ ଯାଏ ଇୟର୍ ଫୋନ ବ୍ୟବହାର କରିଥାଉ କିମ୍ୱା ଥରେ ବାହାର କରି ଆଉଥରେ ବ୍ୟବାହର କରିଥାଉ , ସେତେବେଳେ ଆମର କାନ ଯନ୍ତ୍ରଣା କରିଥାଏ । ଏହି ଇୟର୍ ଫୋନ ଆମ ଭିତରକୁ ପବନ ପଶିବାକୁ ଦେଇ ନଥାଏ , ଏହା ବ୍ୟତୀତ ଇୟର୍ ଫୋନ ଦେଇ ଗୀତ ଶୁଣିବା ଦ୍ୱାରା ଶୁଣିବା ଶକ୍ତି ମଧ୍ୟ କମି ଯାଇଥାଏ ।

ଯଦି ଆପଣ ଲମ୍ୱା ସମୟ ପର୍ଯ୍ୟନ୍ତ ଇୟର୍ ଫୋନ ବ୍ୟବହାର କରୁଛନ୍ତି କିମ୍ୱା ପ୍ରତଚିଦିନ ବ୍ୟବହାର କରୁଛନ୍ତି ତେବେ ଏହାର ପରିଣାମ ବହୁତ କଷ୍ଟ ଦାୟକ ହେବ । ତେବେ ଏହାର ଅର୍ଥ ଏହା ନୁହଁ କି ଆପଣ ଇୟର୍ ପୋନ ବ୍ୟବହାର କରିବେ ନାହିଁ କିନ୍ତୁ ଆପଣ ଇୟର୍ ଫୋନକୁ ଅଧିକ ସମୟ ବ୍ୟବହାର କରନ୍ତୁ ନାହିଁ ଏବଂ ଅଧିକ ସାଉଣ୍ଡ ଦେଇ ଗୀତ ଶୁଣନ୍ତୁ ନାହିଁ । ଯଦି ଆପଣ ଇୟର୍ ଫୋନ ବ୍ୟବାହର କରୁଛନ୍ତି ତେବେ କମ ସାଉଣ୍ଡ ଦେଇ ବ୍ୟବାହର କରନ୍ତୁ । ଏହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।