Dr. Kumar Abhishek – ମୁଖରେ ବ୍ରଣ ହେଉଥିଲେ ଜାଣନ୍ତୁ ଏହାକୁ ଭଲ କରିବାର ସବୁଠାରୁ ସହଜ ଉପାୟ

0

କୈଶୋର ଅବସ୍ଥାରେ ପ୍ରତ୍ୟେକ ବ୍ୟକ୍ତିର ଶାରୀରିକ ପରିବର୍ତ୍ତନ ହୋଇଥାଏ ।ସବୁ ପ୍ରକାର ହୋର୍ମନ ସକ୍ରିୟ ହୁଏ ।ଶରୀର ମଧ୍ୟରେ ବହୁ ହୋର୍ମନ କ୍ଷରଣ ହୁଏ ।ଏହି ହୋର୍ମନ ଅନାଲଗ୍ରନ୍ଥି ମାଧ୍ୟମରେ ଶରୀରରେ ରକ୍ତ ସହ ମିଶିଯାଏ ।ଏହି ହୋର୍ମନ ମାନଙ୍କ ମଧ୍ୟରେ ଅନ୍ଦ୍ରୋଜେନ ହୋର୍ମନ ଅନ୍ୟତମ ।ଏ ଇଟା ହିଁ ବ୍ରଣ କୁ ଫର୍ ମିଶନ କରିବାରେ ସାହାଯ୍ୟ କରିଥାଏ। ହୋର୍ମୋନ୍ ଟା ଯେତେବଳେ ଆମ ମୁହଁ ର ଚର୍ମ ରେ ଥାଏ ଏବଂ ସେ ପ୍ରଭାବ ପକାଇଥାଏ ସେତବେଳେ ବ୍ରଣ ସୃଷ୍ଟି ହୋଇ ଥାଏ।

ବ୍ରଣ ହେବାର କାରଣ:-

ପ୍ରୋପିୟନି ବ୍ୟାକ୍ଟେରଅମ୍ ନାମକ ଗୋଟିଏ ବାକ୍ଟେରିଆ ର ଇନ୍ ଫେକ୍ସନ ହେଲେ ମଧ୍ୟ ଆପଣଙ୍କ ର ବ୍ରଣ ସୃଷ୍ଟି ହୋଇଥାଏ। ଏହା ଛଡ଼ା ଚର୍ମ ରେ ବେଳେ ବେଳେ ସେହି ହର୍ମୋନ ଇଫେକ୍ଟ୍ ଯୋଗୁଁ ଚର୍ମ ର ପ୍ରୋବ୍ଲେମ୍ ହୋଇପାରେ।ବ୍ରଣ ବହୁତ୍ ପ୍ରକାର ର ହୋଇଥାଏ ଓ ତା ସହ ବି ମୁହଁ ରେ ଲାଲ୍ ରଙ୍ଗ ର ଦାନା ଭଳି ବାହାରି ଥାଏ ।ଏହା ମଧ୍ୟ ଏକ ପ୍ରକାର ବ୍ରଣ ।

ଲୋକ ମାନଙ୍କ ର ଯେତେେବେଳେ ହ୍ୱାଇଟ୍ ହେଡ୍ ଆଊ ବ୍ଲାକ ହେଡ ହୁଏ ସେମାନେ ତାକୁ ଚିପି ଦେଇ ମଞ୍ଜିଟି ବାହାର କରିଦିଅନ୍ତି ।ଏହା ସମ୍ପୂର୍ଣ୍ଣ ଭୁଲ୍ । ଏହି ଭଳି କରିବା ଦ୍ଵାରା ଅସୁବିଧା ହୋଇଥାଏ। ବ୍ରଣ କୁ ଚିପିଲେ ପ୍ରଥମତଃ କଳା ଦାଗ ସେଠି ସୃଷ୍ଟି ହୋଇ ପାରେ ଓ ତା ସହ ଇନ୍ ଫେକ୍ସନ୍ ମଧ୍ୟ ହୋଇ ଥାଏ। ଇନ୍ ଫେକ୍ସନ ବଢ଼ିଲେ ସେଠି ଗାତ ହବା ର ସମ୍ଭାବନା ଥାଏ।

ବ୍ରଣ ପିଲାମାନଙ୍କର ମାନସିକ ସ୍ତରରେ ଅସ୍ଥିରତା ସୃଷ୍ଟି କରେ । ଯେଉଁ ମାନେ ଅଧିକ ଜଙ୍ଗ୍ ଫୁଡ୍ ଖା ନ୍ତି କି ତେଲ ଜିନିଷ ଖାଆନ୍ତୀ ସେମାନଙ୍କ ର ଅଧିକ ବ୍ରଣ ସୃଷ୍ଟି ହୋଇ ଥାଏ। ଯେଉଁ ମାନେ ମଧ୍ୟ ଅଧିକ କ୍ଷୀର ପିଅନ୍ତି ସେମାନଙ୍କ ର ଅଧିକ ବ୍ରଣ ହୋଇ ଥାଏ,ମୁଁହ ଉପରେ ସାବୁନ୍ ର ବ୍ୟବହାର ଅନୁଚିତ୍ ଅଟେ।

*ପ୍ରତିକାର:-

ମୁଁହ ରେ ଚନ୍ଦନ ,ହଳଦୀ ଓ ଏଲୋଭରା ବ୍ରଣ ଦାଉରୁ ମୁକ୍ତି ଦିଏ। ତାହାର ମିଶ୍ରଣ ମଧ୍ୟ ଲଗାଇ ଥାନ୍ତି, ଏହା ଦ୍ବାରା ମଧ୍ୟ କିଛି ସେମିତି ଫରକ୍ ପଡି ନା ଥାଏ। ଘୋରୋଈ ଉପଚାର ହେଲେ ବି ଟିକେ ସତର୍କ ହେଇ କରନ୍ତୁ।ସବୁଠୁ ଭଲ ଉପାୟ ହେଉଛି ଚର୍ମ ବିଶେଷଜ୍ଞ ଙ୍କ ସହ ପରାମର୍ଶ କରନ୍ତୁ। ବିଶେଷ କରି ଭିଟାମିନ a ,ଭିଟାମିନ c ।

ସୁଷମ ଖାଦ୍ୟ ଖାଇବା ଦ୍ୱାରା ଏଥିରୁ ମୁକ୍ତି ମିଳେ । ଆଊ ଅଧିକ ଚିନ୍ତା କରନ୍ତୁ ନାହିଁ ,ପାଣି ପିଇ ବା ମଧ୍ୟ ଠିକ୍ ରଖିଲେ ଏହି ସବୁ ଦୂର ହୋଇଥାଏ।ମୁହଁ କୁ ଅଧିକ ଓଏଲି ଛାଡ଼ନ୍ତୁ ନାହିଁ,ଖରା କୁ ଗଲେ ସନ୍ କ୍ରିମ ଲଗେଇ ବହାରନ୍ତୁ। ଏହି ପରି ସବୁ କଲେ ବ୍ରଣ ଠୁ ଆପଣ ଦୂରେଇ ରହିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।