ଦେଖନ୍ତୁ Live ସିସିଟିଭି ଭିଡ଼ିଓ: ଛୁଆକୁ ଧରି ମାଆ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ଗୋଡ଼ ଖସି ତଳେ ପଡିଗଲେ, ଆଉ ତାପରେ ଯାହା ଘଟିଲା, ଜାଣିଲେ ଆଶ୍ଚର୍ଯ୍ୟ ହେବେ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଦେଖିବାକୁ ମିଳୁଛି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ସେହି ସମସ୍ୟାକୁ ସମଧାନ କରି ମନୁଷ୍ୟକୁ ଆଗକୁ ବଢ଼ି ବାକୁ ପଡିଥାଏ। ନିଜର ଅସାବଧାନତା ଗୁଣ ଯୋଗୁ ଏଭଳି କିଛି ଘଟଣା ଘଟି ଥାଏ। ଯାହାକୁ ଦେଖିବା ମାତ୍ରେ ବହୁତ ଦୁଃଖ ଓ କଷ୍ଟ ଲାଗିଥାଏ। ଯଦି ଆୟୁଷ ଥାଏ, ତା’ହେଲେ ସ୍ୱୟଂ ଭଗବାନ ଚାହିଁଲେ ବି ମୃତ୍ୟୁ ହୋଇ ପାରିବ ନାହିଁ। କାର୍ଯ୍ୟ କରୁଥିବା ବେଳେ ଅନ୍ୟ ମନସ୍କ ରହିବା ଉଚିତ ନୁହେଁ। ସବୁବେଳେ ସାବଧାନର ସହ କାର୍ଯ୍ୟ କରିବା ଉଚିତ ଅଟେ। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଦୁଃଖ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ଜଣେ ମହିଳା ନିଜ ଛୁଆକୁ ଧରି ଚଳନ୍ତା ଟ୍ରେନରୁ ଓଲ୍ହାଉ ଥିବା ସମୟରେ ଖସି ପଡ଼ିଥିଲେ ଓ ତାଙ୍କୁ ଦେଖି ସେଠାରେ ଥିବା RPF କନେଷ୍ଟବଳ ଉଦ୍ଧାର କରିଛନ୍ତି ବୋଲି ସୂଚନା ମିଳୁଛି। ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ବିହାର ରେଲୱେ ଷ୍ଟେସନରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଜଣେ ମହିଳା ଟ୍ରେନ ଚାଲୁଥିବା ଥିବା ସମୟରେ ତା’ର ଛୋଟ ଛୁଆକୁ ଧରି, ଟ୍ରେନରୁ ଓଲ୍ହାଉ ଥିଲା ଓ ସେହି ସମୟରେ ଖସି ପଡି ଟ୍ରେନରେ ଘସି ହୋଇ ଟ୍ରେନ ଲାଇନରେ ପଡି ଯାଇଥିଲେ। ଏହି ଘଟଣାକୁ ଦେଖି ପ୍ଲାଟଫର୍ମରେ ଥିବା ସମସ୍ତ ଲୋକ ଆସି ଜମାଟ ହୋଇ ଯାଇଥିଲେ କିନ୍ତୁ ମହିଳା ଓ ତା’ର ଛୁଆଟିକୁ ଉଦ୍ଧାର କରିବା ପାଇଁ କେହି ହେଲେ ବି ସାହସ କରୁ ନଥିଲେ।

ତେବେ ଏହି ଘଟଣାଟିକୁ ଦେଖି ସେଠାକାର RPF ପୋଲିସ କନେଷ୍ଟବଳ ଘଟଣା ସ୍ଥଳରେ ପହଁଛି, ଖୁବ ଶୀଘ୍ର ସେ ଦୁହିଁଙ୍କୁ ଉଦ୍ଧାର କରିଥିଲେ। ଭଗବାନଙ୍କ କୃପାରୁ ଦୁହେଁ ମଧ୍ୟ ସୁସ୍ଥ ଅଛନ୍ତି ବୋଲି ଜଣା ପଡ଼ିଛି। ଏହି ଘଟଣାଟି ସେଠାରେ ଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିଲା। ସେଠାକାର ଲୋକ ମାନେ ପୋଲିସ କନେଷ୍ଟବଳଙ୍କୁ ବହୁତ ପ୍ରଶଂସା କରିବା ସହିତ ତାଙ୍କ ଉପରେ ବହୁତ ଖୁସି ମଧ୍ୟ ହୋଇଛନ୍ତି। ପୋଲିସ ଡିପାର୍ଟମେଣ୍ଟ ମଧ୍ୟ ତାଙ୍କ ପାଇଁ ବହୁତ ଖୁସି ହବା ସଙ୍ଗେ ସଙ୍ଗେ ଗର୍ବ ଅନୁଭବ କରିଛନ୍ତି। ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଘଟଣାଟି ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।