ଦେଖନ୍ତୁ Live ଭିଡିଓ – ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି 16 ହଜାରରୁ ଅଧିକ ଲେକ ଦେଖିସାରିଲେନି…

0

ଲୋକେ ବଞ୍ଚିବା ପାଇଁ ନିଜର ଜୀବନକୁ ଅତିବାହିତ କରିବା ପାଇଁ ଅନେକ ପ୍ରକାର ରାସ୍ତା ଆପଣେଇ ଥାଆନ୍ତି। ଆଉ ଏହାକୁ ନେଇ ଦିନକୁ ଦିନ ଯେଉଁ ଭଳି ଭାବରେ ଲଜ୍ୟାକର ଏବଂ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ଭବିଷ୍ୟତ ର ଯୁବପିଢି ମାନେ ଭୁଲ୍ ମାର୍ଗରେ ଏହା ଦ୍ବାରା ପରିଚାଳିତ ହେଉଛନ୍ତି। ହତ୍ୟା, ଲୁଟ୍, ବଳାତ୍କାର, ଅପବ୍ୟବହାର ଭଳି ନିନ୍ଦନୀୟ ଘଟଣା ବଢ଼ିବାରେ ଲାଗିଛି।

ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଏବଂ ଲୋଭର ବଶବର୍ତ୍ତୀ ହୋଇ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି।

ଅଧିକାଂଶ ସମୟରେ ଆପଣ ଅନେକ ଚୋରି ଡକାୟତି ଓ ଲୁଟ୍ ଘଟଣା ସମ୍ପର୍କରେ ଆସୁଥିବେ। କେତେବେଳେ ଡିଜିଟାଲ ଠକେଇ ତ ପୁଣି କେତେବେଳେ ଭୟ ଦେଖାଇ ଦୁର୍ବୃତ୍ତ ମାନେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା।ନିଜର କାମ ବାସନା ଏବଂ ଲୋଭ,ଲାଳସା ତାକୁ ଅନ୍ଧ କରି ଦେଉଛି କିଛି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ।

ଶେଷରେ ସେ ଏଥିପାଇଁ ଯେଉଁ ଦଣ୍ଡ ପାଉଛି ତାହା ବାସ୍ତବରେ ଉଲ୍ଲେଖନୀୟ ଅଟେ। ତଥାପି ପରିବର୍ତ୍ତନ ହେଉନାହିଁ ସମାଜ। ଏମିତି ରେ ଦୁଷ୍କର୍ମ, ଚୋରି,ଡକାୟତି ଭଳି ଲଜ୍ୟାଜନକ ଘଟଣା ଯଦିଓ ସଭ୍ୟ ସମାଜକୁ ଅତିଷ୍ଟ କରି ସାରିଲାଣି ତଥାପି ଏଥିପାଇଁ କୌଣସି ଆଇନ୍ ର ପ୍ରାବଧାନ କୁ ମାନୁ ନାହାନ୍ତି ଏହିଭଳି କାମ କରୁଥିବା ବ୍ୟକ୍ତି ବିଶେଷ।

ତେବେ ଆମେ ଆପଣଙ୍କୁ ଯେଉଁ ଭୟାନକ କାଣ୍ଡ ବିଷୟରେ କହିବାକୁ ଯାଉଛୁ ତାହା ଘଟିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ବଇଁଚୁଆ ଛକ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରେ। ଯେଉଁ ଘଟଣା ଜାଣିଲେ ଆପଣ ବି ଭୟଭୀତ ହୋଇଯିବେ। ଏଠାରେ ବନ୍ଧୁକ ମୁନରେ ଦୁର୍ବୃତ୍ତ ମାନେ ଲୁଟ୍‌ କରି ନେଇଛନ୍ତି ଲକ୍ଷାଧିକ ଟଙ୍କା।

ବନ୍ଧୁକ ଦେଖାଇ ଡର ସୃଷ୍ଟି କରି ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଯାହା ସମସ୍ତଙ୍କୁ ଚକିତ କରୁଛି। ତେବେ ଘଟଣା କ୍ରମ ଏହା ଥିଲା କି ବିଳମ୍ବିତ ରାତିରେ ୩ ଜଣ ଦୁର୍ବୃତ୍ତ ଏକ ପଲସର ବାଇକ୍‌ରେ ଉକ୍ତ ପେଟ୍ରୋଲ ପମ୍ପ କୁ ଆସି ବନ୍ଧୁକ ଦେଖାଇ ଅଫିସ ଭିତରେ ପଶି ଟଙ୍କା ନେବା ପାଇଁ ଉଦ୍ୟମ କରିଥିଲେ।

ଏହାପରେ ପେଟ୍ରୋଲ ପମ୍ପ‌ର କର୍ମଚାରୀ କମଳାକାନ୍ତ ବିଶ୍ୱାଳ ଏବଂ ଅନ୍ୟ କର୍ମଚାରୀ ମାନେ ପ୍ରତିରୋଧ କରିବାରୁ ତାଙ୍କୁ ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା କରି ଟଙ୍କା ଲୁଟି ନେଇଥିଲେ। ଏହାପରେ ପମ୍ଫ ମାଲିକ ଟାଙ୍ଗୀ ଥାନାରେ ଏତଲା ଦେବାପରେ ଏତଲା ଆଧାରରେ ଟଙ୍ଗୀ ପୁଲିସ ସିସିଟିଭି ଯାଞ୍ଚ କରି ଦୁର୍ବୃତ୍ତମାନଙ୍କୁ ଠାବ କରିବା ସହ ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି। ଯାହା ଜଣାପଡିଛି ଦୁର୍ବୃତ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ କେସ ରହିଛି।

ଏମାନେ ଏପରି ଲୁଟ୍ ରେ ଆଗରୁ ମଧ୍ୟ ସଂଶ୍ଳିଷ୍ଟ ଅଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।