ଦେଖନ୍ତୁ Live ଦୃଶ୍ୟ : ବାତ୍ୟା ” ୟାସ ” ର ପ୍ରଭାବ ! ସ୍ଥିତି ହେଉଛି ଭୟଙ୍କର ଚାହୁଁ ଚାହୁଁ ଘଟିଗଲା ଅଘଟଣ….

0

ବାତ୍ୟା ୟାସ ଯେତେ ପାଖଉଛି ଧାମରା ପାଇଁ ବିପଦ ସେତେ ସୃଷ୍ଟି କରୁଛି।ଆଉ ଧାମରା ପାଇଁ ସ୍ଥିତି ସେତେ ଭୟଙ୍କର ହେଉଛି। ଧାମରା ବାସୀଙ୍କ ମନରେ ଏହା ସେତେ ଭୟ ସୃଷ୍ଟି କରିଛି। ତେବେ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା ଅନୁସାରେ ବାଲେଶ୍ଵର ଉପକୂଳ ରେ ଏହା ସ୍ଥଳଭାଗ ଛୁଇଁବ। ତେବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଧାମରା ର ଏକ ଗ୍ରାମର ଏକ ଦୃଶ୍ୟ କେମିତି ରହିଛି। ପୂରା ସମୁଦ୍ର ର କୂଳରେ ଏହି ଗ୍ରାମଟି ଅବସ୍ଥିତ। ସିଧାସଳଖ ଭାବରେ ଏହି ଗ୍ରାମର ବାତ୍ୟାର ଦୃଶ୍ୟ ଅତି ଭୟଙ୍କର ରହିଛି। ଆପଣ ଦେଖି ପାରୁ ଥିବେ କିପରି ପବନ ବୋହିବା ସହିତ ଏଠାରେ ସ୍ଥିତି ଅଣାୟତ୍ତ ହୋଇଛି।

ଏବେ ଧାମରା ରେ ପବନର ବେଗ ବଢିବା ସହିତ ଏଠାରେ ତୁହା କୁ ତୁହା ବର୍ଷା ମଧ୍ୟ ଲାଗି ରହିଛି। ତେବେ ଏହି ବାତ୍ୟାକୁ ନେଇ ନିହାତି ଭାବରେ ଲୋକଙ୍କ ମନରେ ଭୟ ରହିଛି। ଧାମରା ବାସୀ ଙ୍କ ମନରେ ଏକ ପ୍ରକାର ଭୟ ଖେଳି ଯାଇଛି।ଏହି ଗ୍ରାମରେ ଅନେକ କଚ୍ଚା ଘର ଏବଂ ପକ୍କା ଘର ରହିଛି। ତେବେ ବର୍ତ୍ତମାନ ପାଖରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରିବା ସେବା ଯୋଗାଇବା ସହିତ ସତର୍କ କରିବା ଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଗଲାଣି। ତେବେ ଆପଣ ମାନେ ଦେଖିବାକୁ ପାଉ ଥିବେ କିପରି ଭାବରେ ବର୍ଷା ଏଠାରେ ଲାଗି ରହିଛି।

ଭାରତୀୟ ପାଣିପାଗ ବିଭାଗର ଆକଳନ ଯାହା କହୁଛି ଧାମରା ରେ ସମୁଦ୍ରର ଜୁଆର ୨ ରୁ ୩ ଫୁଟ ଉଚ୍ଚ ରେ ଆସିପାରେ ଆଉ ଏବେ ଖବର ଲେଖା ହେବା ସୁଦ୍ଧା ଏଠାରେ ଭୟଙ୍କର ଭାବରେ ଜୁଆର ମାଡ଼ି ଆସୁଥିବା ର ଦେଖିବାକୁ ମିଳୁଛି।ତେବେ ଯାହା ବର୍ତ୍ତମାନର ସୂଚନା ରହିଛି ଏହି ବାତ୍ୟା ୟଶ୍ ଧାମରା ଓ ବାଲେଶ୍ଵର ମଧ୍ୟରେ ଗତି କରୁଛି । ଆସନ୍ତା କେଇ ଘଣ୍ଟା ମଧ୍ୟରେ ଏହା ଉପକୂଳ ଅତିକ୍ରମ କରିବ। ତେଣୁ ଏହି ଅଞ୍ଚଳର ଲୋକେ ଆଶ୍ରୟ ସ୍ଥଳୀ କିମ୍ବା ନିରାପଦ ସ୍ଥାନରେ ରୁହନ୍ତୁ ବୋଲି ପ୍ରଶାସନ ପକ୍ଷରୁ ବାରମ୍ବାର କୁହା ଯାଉଛି।ଏହା ସହିତ ମାସ୍କ ପିନ୍ଧିବା ପାଇଁ ଭୁଲନ୍ତୁ ନାହିଁ ବୋଲି SRC ପକ୍ଷରୁ ସତର୍କ କରା ଯାଇଛି।

ତେବେ ଏହି ଭୟଙ୍କର ବାତ୍ୟା କୁ ନେଇ ଯାହା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ସେହି ଅନୁସାରେ ଏହି ବାତ୍ୟା ୟାଶ ଏବେ ଧାମରା ନିକଟକୁ ଆଉ ମାତ୍ର ୪୦ କିମି ଓ ବାଲେଶ୍ୱର ଠାରୁ ୯୦କିମି ଦୂରରେ ରହିଛି ବୋଲି କୁହା ଯାଇଛି। ଏବେ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡି ଚାଲିଛି। ବାତ୍ୟା ୟାସ ଦିନ ୧୧ଟାରୁ ୧ଟା ମଧ୍ୟରେ ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱରରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।