ଦେଖନ୍ତୁ ମୃତ୍ୟୁର Live video : ଗାଁ ମଶାଣି ନୁହେଁ ମୋତେ ସ୍ୱର୍ଗଦ୍ୱାର ନେବ’ ଆତ୍ମହତ୍ୟା ପୂର୍ବରୁ ମୋ ଶେଷ ଇଛା…

0

ପ୍ରତ୍ୟେକ ମଣିଷ ତା ଜୀବନରେ ଟିକିଏ ଭଲ ପଇବା ଏବଂ ଟିକିଏ ବିଶ୍ୱାସକୁ ଆପଣେଇ ସାରା ଜୀବନ ବିତେଇ ଦେଇଥାଏ । କିନ୍ତୁ ଯେତେବେଳେ ସେ ଜାଣି ବାକୁ ପାଇଥାଏ ଯେ ତା ମନର ମଣିଷ ତା ପ୍ରତି ବିଶ୍ୱାସ ଘାତକତା କରିଛି ଏବଂ ତାକୁ ଆଉ ଭଲ ପାଉ ନାହିଁ । ସେତେବେଳେ ସେ ହୃଦୟରୁ ବହୁତ ଭାଙ୍ଗି ପଡିଥାଏ , ବଞ୍ଚିବାର କୌଣସି ରାସ୍ତା ତା ପାଖରେ ନଥାଏ , ଏପରି ପରିସ୍ଥିତି ଜଣେ ପ୍ରକୃତ ଏବଂ ସ୍ୱଚ୍ଛା ପ୍ରେମୀ ସହିତ ହିଁ ଘଟିଥାଏ । ତେବେ ବର୍ତ୍ତମାନ ସେମିତି ଏକ ଘଟଣା ସାମ୍ନା କୁ ଆସିଛି , ଯେଉଁଥିରେ ଜଣେ ପ୍ରେମିକ ପ୍ରେମରେ ଅସଫଳ ହେବା ପରେ ଜୀବନ ହାରି ଦେଇଛନ୍ତି ।

ଜୀବନ ହାରିଦେବା ପୂର୍ବରୁ ସେ କହିଦେଇ ଯାଇଛନ୍ତି ମୋର ଶବ ସଂସ୍କାର କରିବାକୁ ଗାଁ କୁ ନେବନି , ମୋତେ ପୁରୀ ସ୍ୱର୍ଗ ଦ୍ୱାର ହିଁ ନେବ । ମୁଁ ଚାହୁଁଛି କି ମୋ ଶେଷ ଦିନରେ ସେ ମୋ ପାଖରେ ରହୁ , ତା’ର କିଛି ଭୁଲ ନାହିଁ । ଆମ ସମାଜ ପାଇଁ ଆମେ ସଫର କରୁଛୁ , ମୋର ବହୁତ ଇଚ୍ଛା ଥିଲା ଯାହାକୁ ଭଲ ପାଉଛି ତାକୁ ନେଇ ପୁରୀ ଯିବି । ମୁଁ ମଲା ପରେ କାହାକୁ ଦୋଷ ଦେବନି ସବୁ ଭୁଲ ମୋର । ସମାଜର ବିଧି ବ୍ୟବସ୍ଥା ଆଉ ରକ୍ଷଣଶୀଳ ମାନସିକତା କୁ ଦ୍ୱାହି ଦେଇ ଅକାଳରେ ନିଜ ଜୀବନ ହାରି ଦେଇଛନ୍ତି ଜଣେ ମେଧାବୀ ଛାତ୍ର । ତେବେ ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଅଞ୍ଚଳ ନୂଆଗାଁ ର ଭାସ୍କର ସ୍ୱାଇଁ ଙ୍କ ପୁଅ ଶ୍ରୀତମ ସ୍ୱାଇଁ ।

ଦେଖିବାକୁ ଯେମିତି , ପାଠରେ ମଧ୍ୟ ସେମିତି ଗୁଣପୁର ଜି ଆଇ ଟି ରେ ତୃତୀୟ ବର୍ଷ ରେ ପାଠ ପଢୁଥିବା ଶ୍ରୀତମ ଜଣେ ମେଧାବୀ ଛାତ୍ର ଥିଲେ । ଏହା ସହିତ ସେ ନିଜର ପବ୍ଲିସିନ ଏଜେନ୍ସି କରି ଶହେ ରୁ ଉର୍ଦ୍ଧ ବହି ଆମାଜନ ଏବଂ ଫ୍ଲିପକାର୍ଡ ଜରିଆରେ ବିକ୍ରି ମଧ୍ୟ କରୁଥିଲେ । ଭବିଷ୍ୟତରେ ବହୁତ କିଛି କରିବାକୁ ସ୍ୱପ୍ନ ଦେଖିଥିବା ଶ୍ରୀତମ , ସ୍ୱପ୍ନ ପୂରା କରିବା ଆଗରୁ ହିଁ ଦୁନିଆ ଛାଡି ଦେଲେ । କାରଣ ସେ ମାନସିକ ସ୍ତରରେ ବହୁତ ଭାଙ୍ଗିପଡିଥିଲେ ଶ୍ରୀତମ , ତାଙ୍କ କହିବା ଅନୁଯାୟୀ ସମାଜର ରକ୍ଷଣଶୀଳ ଚିନ୍ତାଧାରା ତାଙ୍କୁ ମରିବାକୁ ବାଧ୍ୟ କରିଥିଲା ।

ଯେଉଁଥିପାଇଁ ସେ ବହୁତ କଷ୍ଟ ପାଇଥିଲେ , ସେଥିପାଇଁ ଗୁରୁବାର ରାତିରେ କଟକ ର ଏକ ହୋଟେଲ ରୁମ ରେ ନିଜକୁ ଶେଷ କରି ଦେବାର ପ୍ରତିଜ୍ଞା ନେଇଥିଲେ । ଆଉ ସେଥିପାଇଁ ସେ ଏକ ଭିଡିଓ ମଧ୍ୟ ବନାଇଥିଲେ , ଯେଉଁଥିରେ ସେ ନିଜର ଶେଷ କଥା କହିବା ସହିତ କୌଣସି ଏକ ବିଷାକ୍ତ ପଦାର୍ଥକୁ ପିଇ ଦେଇଥିଲେ । ମୁର୍ମୁଷ ଅବସ୍ଥା ରେ ତାଙ୍କୁ ପ୍ରଥମେ ତାଙ୍କୁ କଟକ ଏସିବି ରେ ଭର୍ତ୍ତି କରାଯାଇଥିଲା , ଆଉ ତା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ଶେଷରେ ଶୁକ୍ରବାର ସକାଳୁ ଆଖି ବୁଜି ଦେଇଥିଲେ ଶ୍ରୀତମ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।