ଦେଖନ୍ତୁ ପାଣି ଭିତରେ କିପରି ଚୋର ପୋଲିସ୍ ମଧ୍ୟରେ ଚାଲିଲା ଛକା ପଞ୍ଝା ଖେଳ…ଦେଖନ୍ତୁ ଭିଡ଼ିଓ

ସାମ୍ନାକୁ ଆସିଲା ଏବେ ଏକ ଆଶ୍ଚର୍ଯ୍ୟକର ଘଟଣା। ଯେଉଁଠି ଚୋର ପୋଲିସ୍ ଏବଂ ପବ୍ଲିକ୍ ଭିତରେ ଛକା ପଞ୍ଝା ଖେଳ ଦେଖିବାକୁ ମିଳିଛି,ଏହା ପୁଣି ପାଣି ଭିତରେ।ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।

ଯେମିତି ଏବେ ପଟ୍ଟାମୁଣ୍ଡେଇ ରେ ଏକ ଘଟଣା ଦେଖିବାକୁ ମିଳିଛି।ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ହୋଇଥିବା ଘଟଣା ବିଷୟରେ। ଏଠାରେ ପାଖାପାଖି ୨ ଘଣ୍ଟା ଧରି ପୋଲିସ୍, ପବ୍ଲିକ ଏବଂ ଚୋରି ଅଭିଯୁକ୍ତ ଙ୍କ ମଧ୍ୟରେ କସରତ ଲାଗି ରହିଥିବା ଦେଖିବା ପାଇଁ ମିଳିଛି। ଏହି ଅଭିଯୁକ୍ତ ମାନଙ୍କ ମଧ୍ୟରୁ କିଏ କେତେବେଳେ ପାଣି ଭିତରେ ବୁଡ଼ି ଯାଉଛି ତ ପୁଣି କିଏ ପାଣିରେ ଭାସି ଯାଉଛି। ଆଉ ଚୋର ପୋଲିସ୍ ମାନଙ୍କ ମଧ୍ୟରେ ଲାଗିଥିବା ଏହି ଛକା ପଂଝା ଖେଳ କୁ ଦେଖିବା ପାଇଁ ନଦୀ କୂଳରେ ଲୋକଙ୍କ ଭିଡ଼ ଯମିବା ପାଇଁ ଲାଗିଥିଲା। ଶେଷରେ ଲୋକଙ୍କ ସହାୟତା ରେ ଶେଷରେ ପୋଲିସ୍ ଅଭିଯୁକ୍ତ କୁ ଧରିବାରେ ସଫଳ ହୋଇଥିଲା।

ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଘଟଣା ଘଟିଛି ପଟ୍ଟାମୁଣ୍ଡେଇ ଦାଣ୍ଡିସାହି ଅଞ୍ଚଳରେ।ଏହି ଅଭିଯୁକ୍ତ ର ନାମ ହେଉଛି ଭରତ ମାଳିକା ଏବଂ ତାର ବୟସ ହେଉଛି ୫୭ ବର୍ଷ। ତେବେ ଘଟଣା କ୍ରମ ଏମିତି ଥିଲା କି ଗତ ୨ ତାରିଖ ଦିନ ବିଳମ୍ବିତ ରାତ୍ରୀରେ ଦାଣ୍ଡି ସାହି ର ଏକ ମନ୍ଦିରରୁ ଉକ୍ତ ବ୍ୟକ୍ତି ଜଣଙ୍କ ରାମ ଲକ୍ଷ୍ମଣ ଏବଂ ସୀତା ଙ୍କ ମୂର୍ତ୍ତି ସହିତ ମନ୍ଦିରର ଅନ୍ୟ କିଛି ଜିନିଷ ଚୋରି କରିଥିବା ନେଇ ନିକଟସ୍ଥ ଥାନା ରେ ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ୍ ଏହାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଉ ଗତକାଲି ପୋଲିସ୍ ଅଭିଯୁକ୍ତ କୁ ଧରିବାକୁ ଯିବା ସମୟରେ ଅଭିଯୁକ୍ତ ବ୍ରାହ୍ମଣୀ ନଦୀ କୁ ଡେଇଁ ଖସି ଯିବାକୁ ଚେଷ୍ଟା କରିଥିଲା।

ପରେ ପୋଲିସ୍ ଓ ଚୋର ମଧ୍ୟରେ ଅନେକ ସମୟ ଧରି କସରତ ଲାଗି ରହିବା ପରେ ଶେଷରେ ପବ୍ଲିକ ଙ୍କ ସହାୟତା ନେଇ ପୋଲିସ୍ ଚୋରକୁ ଧରିବାକୁ ସଫଳ ହୋଇଥିଲା। ଏବେ ପୋଲିସ୍ ଉକ୍ତ ଅଭିଯୁକ୍ତ କୁ ଗିରଫ କରିଛି। ଏବେ ଏହି ଘଟଣା ଉକ୍ତ ଅଞ୍ଚଳରେ ସମସ୍ତଙ୍କୁ ଆଚମ୍ବିତ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment