ଦେଖନ୍ତୁ ପୁରା Live ଭିଡିଓ – ସୁଟିଂ ସେଟରେ କିଭଳି ରବି ମିଶ୍ର ମିଛରେ ଅଭିନୟ କରୁ କରୁ ସତରେ ଜୀବନ ଚାଲିଗଲା ଦେଖନ୍ତୁ ଏହି ଛାତିଥରା ଦୃଶ୍ୟ…

0

ଆପଣ ମାନେ ଜାଣିଛନ୍ତି ନବେ ଦଶକର ଜଣେ ପ୍ରମୁଖ କଳାକାର ଯିଏକି ତାଙ୍କର ଉଚ୍ଚ କୋଟୀର ଅଭିନୟ ପାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅନେକ ସମ୍ମାନ ଅର୍ଜନ କରିବା ସହିତ ଅଗଣିତ ଦର୍ଶକ ମାନଙ୍କ ନିକଟରେ ପ୍ରଶଂସିତ ଏବଂ ପ୍ରିୟ ହୋଇ ପାରିଥିଲେ ସେ ଆଉ ନାହାନ୍ତି। ଆମେ କହୁଛୁ ବର୍ଷୀୟାନ କଳାକାର ରବି ମିଶ୍ର ଙ୍କ କଥା। ଯିଏକି ନିକଟରେ ମୃତ୍ୟୁ ବରଣ କରିଛନ୍ତି।ସମସ୍ତେ ଅଭିନେତା ରବି ମିଶ୍ର ଙ୍କ ମୃତ୍ୟୁ ରେ ଶୋକ ପ୍ରକାଶ କରିବା ସହିତ ଗଭୀର ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି ଏବଂ ଏଭଳି ଏକ ଖବର ପାଇ ମର୍ମାହତ ହୋଇ ପଡିଛନ୍ତି।

ଜି ସାର୍ଥକ ରେ ପ୍ରସାରିତ ହେଉଥିବା ‘ହେ ପ୍ରଭୁ’ ଧାରାବାହିକ ରେ ତାଙ୍କର ମିଛୀ ମିଚ୍ଛିକା ହୃଦଘାତର ଅଭିନୟ ସତ ସତିକା ରେ ପରିଣତ ହୋଇଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମୃତ୍ୟୁର ପୂର୍ବ ଦିନ ସେ ମିଛିମିଛିକା

ଅଭିୟନ କରୁଥିଲେ ଆଉ ତାପରେ ସେହି ସମୟରେ କିନ୍ତୁ ହୋଇଥିଲା ସତସତିକା ହୃଦଘାତ। ଆଉ ଆଖି ପିଛୁଳାକେ ସବୁ କିଛି ଓଲଟ ପାଲଟ ହୋଇଗଲା। କେହି କିଛି ଭାବିବା ପୂର୍ବରୁ ସୁଟିଂସେଟରୁ ସିଧା ମେଡିକାଲ ରେ ଯାଇ ପହଞ୍ଚିଲେ ଏହି ସମ୍ମାନିତ କଳାକାର ଜଣଙ୍କ। ଆଉ ସେଠାରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କଲେ ବର୍ଷୀୟାନ ଅଭିନେତା ରବି ମିଶ୍ର।

ତେବେ ତାଙ୍କର ହୃଦଘାତର ଯେଉଁ ସିନ ରହିଥିଲା ତାହା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।ଆପଣ ଜାଣିଛନ୍ତି ଗୋପାଳ ରହସ୍ୟ’ ସିରିଏଲର ମୁଖ୍ୟ ଚରିତ୍ରରେ ଅଭିନୟ କରି ବର୍ଷ ବର୍ଷ ଧରି ଲୋକଙ୍କୁ ହସାଉଥିବା ବର୍ଷୀୟାନ ଅଭିନେତା ରବି ମିଶ୍ର ୬୪ ବର୍ଷରେ ପାଦ ଦେଇଥିଲେ।ଆଉ ଏବେ ସେ ଆମ ଗହଣରେ ନାହାନ୍ତି।

ହୃଦଘାତରେ ତାଙ୍କ ପରଲୋକ ହୋଇଯାଇଛି ସିନା କିନ୍ତୁ ଏବେବି ସେ ଦର୍ଶକ ଏବଂ ପ୍ରଶାସକଙ୍କ ସ୍ମୃତିରେ ଜୀବିତ ହୋଇ ରହିଛନ୍ତି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଏହି ଲୋକପ୍ରିୟ ଅଭିନେତା ଆଖି ବୁଜିଛନ୍ତି। ପରିବାର ପକ୍ଷରୁ ଏହି ସୂଚନା ଦିଆଯିବା ପରେ ସମସ୍ତ ଓଡ଼ିଶା ବାସୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ।

ତେବେ ସୁଟିଂସେଟ୍‌ରେ ହୃଦ୍‌ଘାତର ଅଭିନୟ କଲା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ ରବି ମିଶ୍ର।ତାପରେ ଅସୁସ୍ଥ ହେବାରୁ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରା ଯାଇଥିଲା। ଏହାପରେ ସେ ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ମଞ୍ଚ, ଚଳଚ୍ଚିତ୍ର ଓ ଟେଲି ସିରିୟଲରେ ଅଭିନୟ କରି ନିଜ ଛାପ ଛାଡ଼ି ଯାଇଛନ୍ତି ରବି ମିଶ୍ର। ‘ଗୋପାଳ ରହସ୍ୟ’ର ମୁଖ୍ୟ ଚରିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିବା ବେଳେ ଲୋକଙ୍କୁ ଯୋଗାଉ ଥିଲା ହସର ଖୋରାକ।

ଭାଈ ହେଲା ଭାଗାରୀ’ ,’ସକଳ ତୀର୍ଥ ତ ଚରଣେ’, ‘ସୌଭାଗ୍ୟବତୀ’, ‘ ମା ପରି କିଏ ହେବ’, ‘ରାଖୀ ଭିଜିଲା ଆଖି ଲୁହରେ’ ଏବଂ ‘ମନ ରହିଗଲା ତୁମରି ଠାରେ’ ପରି ଅନେକ ସୁପରହିଟ ଫିଲ୍ମରେ କାର୍ଯ୍ୟ କରିଛନ୍ତି ଅଭିନେତା ରବି ମିଶ୍ର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।